ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ, କୁଆଲାଲମ୍ପୁରରୁ ଚାଲାଣ ହେଉଥିଲା ପଶ୍ଚିମବଙ୍ଗ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିମାନରେ ବେଆଇନ ସୁନା ପରେ ଏବେ ବିଦେଶୀ ସିଗାରେଟ ଚାଲାଣ ଧରାପଡ଼ିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ମଙ୍ଗଳବାର ୧୨ଲକ୍ଷ ଟଙ୍କାର ସିଗାରେଟ ଜବତ କରିଛି। ୪୦୦ ପ୍ୟାକେଟରେ ରହିଥିବା ୮୦ହଜାର ସିଗାରେଟ କୁଆଲାଲମ୍ପୁରରୁ କଲିକତା ଚାଲାଣ ହେଉଥିଲା। ଭୁବନେଶ୍ୱରରୁ ବସ୍‌ କିମ୍ବା ଟ୍ରେନ୍‌ରେ ପଶ୍ଚିମବଙ୍ଗ ଯାଇଥାନ୍ତା। ସିଗାରେଟ ଚାଲାଣ କରୁଥିବା ୨ଜଣଙ୍କୁ ଡିଆର୍‌ଆଇର ଅଧିକାରୀମାନେ ଅଟକ ରଖି ପଚରାଉଚରା କରୁଛନ୍ତି। ସେମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଏହି ଅନ୍ତର୍ଜାତୀୟ ର଼୍ୟାକେଟର ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ଡିଆର୍‌ଆଇ ଅଧିକାରୀଙ୍କ ସୂଚନାନୁସାରେ, ଜବତ ସିଗାରେଟ ‘ମାର୍ଲବୋର୍‌’ ବ୍ରାଣ୍ଡ୍‌ର। କୁଆଲାଲମ୍ପୁରରେ ଏହାର ଦାମ ଖୁବ୍‌ କମ୍‌। କିନ୍ତୁ ଓଡିଶା, ପଶ୍ଚିମବଙ୍ଗ ସମେତ ଭାରତର ଅନ୍ୟ ରାଜ୍ୟରେ ଗୋଟିଏ ସିଗାରେଟ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଛି। ରହିଥିବା ଆଇନ ଅନୁଯାୟୀ ଆମଦାନୀ କଲେ ବିଭିନ୍ନ ଟିକସ ଓ ସବୁ ଖର୍ଚ୍ଚ ମିଶିଲେ ସିଗାରେଟ ଗୋଟାପ୍ରତି କିଣା ୧୫ରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ିଯିବ। ତେଣୁ ଧରାପଡ଼ିଥିବା ଦୁଇଜଣ ଦଲାଲ କୁଆଲାଲମ୍ପୁରରୁ କମ୍‌ ଦାମ୍‌ରେ ସିଗାରେଟ କିଣି ବେଆଇନ ଭାବେ ଲଗେଜ୍‌ ପାର୍ସଲରେ ବିମାନରେ ଆଣୁଥିଲେ। ସେମାନେ ସୋମବାର ଏୟାର ଏସିଆ ବିମାନ ଏକେ-୩୧ରେ କୁଆଲାଲମ୍ପୁର ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଏ ସମ୍ପର୍କରେ ଡିଆର୍‌ଆଇଙ୍କ ନିକଟରେ ସୂଚନା ପହଞ୍ଚତ୍ବା ପରେ ଧରିବାକୁ ଯୋଜନା ହୋଇଥିଲା। ରାତି ପ୍ରାୟ ୯ଟାରେ ସମ୍ପୃକ୍ତ ଦୁଇଜଣ ଯାତ୍ରୀ ବିମାନରୁ ଓହ୍ଲାଇ ମୁଖ୍ୟ ଗେଟ୍‌ ଦେଇ ବାହାରକୁ ବାହାରିବା ସମୟରେ ଡିଆର୍‌ଆଇ ଅଧିକାରୀମାନେ ଯାଞ୍ଚ କରିଥିଲେ। ସେମାନଙ୍କ ଲଗେଜରୁ ୪ଶହ ପ୍ୟାକେଟ ବିଦେଶୀ ସିଗାରେଟ ମିଳିଥିଲା। ପଚରାଉଚରାବେଳେ ସେମାନେ କହିଛନ୍ତି ଯେ, କୁଆଲାଲମ୍ପୁରକୁ ନିୟମିତ ଭାବେ ଯାଇ ହୋଟେଲରେ ରୁହନ୍ତି। କମ୍‌ ଦାମରେ ମିଳୁଥିବା ସିଗାରେଟ ଓ ଅନ୍ୟ ସାମଗ୍ରୀ କିଣି ବିମାନଯୋଗେ ପଶ୍ଚିମବଙ୍ଗ ଚାଲାଣ କରନ୍ତି। କିନ୍ତୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଦେଇ ପୂର୍ବରୁ କେବେ ସିଗାରେଟ କାରବାର କରିନାହାନ୍ତି। ଏବେ କଲିକତା ସମେତ ଅନ୍ୟ ବିମାନବନ୍ଦରରେ ଯାଞ୍ଚ କଡାକଡି ହେଉଥିବାରୁ ପ୍ରଥମଥର ବିଜୁପଟ୍ଟନାୟକ ବିମାନ ବନ୍ଦର ଦେଇ ଚାଲାଣ କରିବାକୁ ଯୋଜନା କରିଥିଲେ ବୋଲି ସେମାନେ ଡିଆରଆଇ ଅଧିକାରୀଙ୍କୁ କହିଛନ୍ତି।


All Right Reserved By Dharitri.Com

ଭେଡେନ୍‌ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍‌ଆର୍‌ସି

କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ...

ନିଆରା ପଥର କାରିଗର ବୀରବର ବେହେରା: କାରିଗରି ପାଇଁ ଛାଡ଼ିଥିଲେ ଚାକିରି

ଛେଣ୍ଡିପଦା,୧୯ା୭-ତାଙ୍କ ହାତ ଛୁଆଁରେ ପଥର ମୂର୍ତ୍ତି ହୋଇଉଠେ ଜୀବନ୍ତ। ଯେ କୌଣସି ଚେହେରାର ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି ପଥରରେ। ଏଥିପାଇଁ ତାଙ୍କୁ...

ନଭେମ୍ବରରେ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ମିଳିବା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ‘କାଳିଆ ଯୋଜନା’ର ଦ୍ୱିତୀୟ କିସ୍ତି ଟଙ୍କା ନଭେମ୍ବରରେ ପ୍ରଦାନ କରାଯିବ। ଏନେଇ ଘୋଷଣା କରାଯିବା ପରେ ଉଭୟ ଭାଜପା ଏବଂ କଂଗ୍ରେସ ନେତାମାନେ...

କାମରେ ଲାଗୁନି ଜମି ପଟ୍ଟା: ତହସିଲ ଆଗରେ ଭୂମିହୀନଙ୍କ ଧାରଣା

ବାଲିଆ,୫ା୧୨: ବିରିଡ଼ି ତହସିଲ ଅଧୀନ କୁଳକଇଜଙ୍ଗା ପଞ୍ଚାୟତ ସମେତ ଅନ୍ୟ କେତେକ ପଞ୍ଚାୟତର ଭୂମିହୀନଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ମାତ୍ର ସେହି...

ବରୁଣେଇ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ଟଙ୍କା, ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪।୧୨: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ବରୁଣେଇ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ଦାନ ବାକ୍ସ ଭାଙ୍ଗି...

ବାଲିପାଟଣାରେ ରଥଯାତ୍ରା

ବାଲିପାଟଣା,୫।୭(ଡି.ଏନ୍‌.ଏ.): ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ହାଟରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ଶ୍ରୀ ବିଗ୍ରହ ପହଣ୍ଡି ହୋଇ ମଧ୍ୟାହ୍ନରେ ରଥକୁ...

ଡବ୍ଲ୍ୟୁଓଡିସି କାର୍ଯ୍ୟାଳୟ : ପଶ୍ଚିମ ଓଡ଼ିଶା ସ୍ଥାନ୍ତାନ୍ତର ନ ହେବା ନେଇ ଉଦ୍‌ବେଗ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)ର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାକୁ ସ୍ଥାନ୍ତାନ୍ତରିତ ହୋଇପାରିଲା ନାହିଁ। ଦକ୍ଷ ଲୋକଙ୍କୁ ଅଧ୍ୟକ୍ଷ କରିବା ବଦଳରେ ହାରିଥିବା ଅଥବା ଦଳୀୟ...

ସମାବର୍ତ୍ତନ ଉତ୍ସବରେ ପାରମ୍ପରିକ ବସ୍ତ୍ର ପିନ୍ଧିବେ ଶିକ୍ଷାର୍ଥୀ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକର କନ୍‌ଭୋକେଶନ ବା ସମାବର୍ତ୍ତନ ଉତ୍ସବରେ ଏଣିକି ପିଲାମାନେ ପିନ୍ଧିବେ ପାରମ୍ପରିକ ହସ୍ତତନ୍ତ ପୋଷାକ। ବ୍ରିଟିଶ ଷ୍ଟାଇଲ୍‌ରେ ସେରିମନିଆଲ୍‌ ରୋବ୍‌ସ...

Leave a comment

Your email address will not be published. Required fields are marked *