ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ ଯେଉଁମାନେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ସୁସ୍ଥ ରଖିପାରୁଛନ୍ତି। କାରଣ ସକାଳୁ ଖାଲି ପାଦରେ ଘାସରେ ଚାଲିବା ସମୟରେ ଦେହରେ ପଡୁଥିବା ସୂର୍ଯ୍ୟକିରଣ  ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି।
-ଶୀତଦିନେ ଖାଲି ପାଦରେ ସକାଳେ ଘାସ ଉପରେ ଚାଲିଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ। ଏହାଦ୍ୱାରା ଥଣ୍ଡା ସର୍ଦ୍ଦି ଭଳି ସମସ୍ୟା ସହଜରେ ଦୂରେଇ ଯାଇଥାଏ।
-ଖାଲି ପାଦରେ ଘାସରେ ଚାଲିଲେ ଏହା ଆକ୍ୟୁପ୍ରେସର ଭଳି କାମ ଦେଇଥାଏ। ହାତ ଗୋଡ ସହ ଶରୀରର ସମସ୍ତ ଶିରା ପ୍ରଶିରା ଯୋଡି ହୋଇଥିବାରୁ ଚାଲିବା ବେଳେ ପାଦରେ ଚାପ ପଡିଥାଏ। ଫଳରେ ରକ୍ତ ସଞ୍ଚାଳନ ଠିକ୍‌ ହେବା ସହ ହୃଦ୍‌ଘାତ ହେବାର ଆଶଙ୍କା କମିଥାଏ। ଏପରିକି ହାର୍ଟରେ ବ୍ଲକେଜ୍‌ ହେବା ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ।
-ଏହାଦ୍ୱାରା ମାଂସପେଶୀ ସକ୍ରିୟ ହେବା ସହିତ ଏହାସହ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ।
-ଯେଉଁମାନେ ନିୟମିତ ଖାଲି ପାଦରେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନଙ୍କ ନିକଟରେ ଚିନ୍ତା, ନିଦ୍ରାହୀନତା, ଆଥର୍‌ରାଇଟିସ୍‌, ଆଜ୍‌ମା ଏବଂ ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟା ଦେଖାଦେଇ ନ ଥାଏ।
-ବଡ କଥା ହେଉଛି ଘାସ ଉପରେ ଚାଲିଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।


All Right Reserved By Dharitri.Com

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି…

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ। କାନ୍ଦିଲେ ମନରୁ ଅବସାଦ ଦୂର ହୋଇ...

ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର...

ମାତ୍ର ୧୫ ମିନିଟ୍‌ ବସନ୍ତୁ କଅଁଳା ଖରାରେ, ମିଳିବ ଏସବୁ ଫାଇଦା

ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। କିନ୍ତୁ କଅଁଳ ଖରା ଶରୀର ପାଇଁ ବହୁ ଉପକାରୀ। ଏଥିରେ ପର୍ଯାପ୍ତ ପରିମାଣ...

ଘୁଙ୍ଗୁଡି ହେଉଥିଲେ..

ଅଧିକାଂଶ ବକ୍ତିଙ୍କର ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇ ଘୁଙ୍ଗୁଡି ହୋଇଥାଏ। ଏହା ଯେକୌଣସି ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଥିଲେ ମଧ୍ୟ ବୟସ...

ସକାଳେ ପିଇଲେ କପେ ଲବଙ୍ଗ ଚା’…

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ କପେ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ...

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ...

କେତେକ ରୋଗରୁ ରଖେ ଦୂରେଇ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ପିପ୍ପଳୀ ଏକ ଭାଗ ଓ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ...

ପିଲା ଯଦି ଏକୁଟିଆ ଘରେ ଅଛି

-ଘରେ ପିଲା ଏକୁଟିଆ ଥିଲେ ଇଲେକ୍ଟ୍ରିକ୍‌ ବୋର୍ଡରେ ଟେପ୍‌ ଲଗାଇ ରଖନ୍ତୁ। ଯଦି ସେ ଘରେ ଏକୁଟିଆ ଅଛି କିଛି ଅସୁବିଧା ନାହିଁ। -ଓ୍ବାର୍କିଂ ହୋଇଥିଲେ...

Leave a comment

Your email address will not be published. Required fields are marked *