ଏମ୍‌ସିଏଲ୍‌ ବିସ୍ଥାପିତ, ଥଇଥାନକୁ ନେଇ ଆର୍‌ପିଡିଏସି ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୫।୧୦(ଡି.ଏନ୍‌.ଏ)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ର ବିସ୍ଥାପିତ, ଥଇଥାନ ଆଦି ବହୁବିଧି ସମସ୍ୟାକୁ ନେଇ ମଙ୍ଗଳବାର ଝାରସୁଗୁଡା ଜିଲା ଡିଏମ୍‌ଏଫ୍‌ ସଭାଗୃହରେ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶ କମିଟି(ଆର୍‌ପିଡିଏସି)ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଦକ୍ଷିଣାଞ୍ଚଳ ଆର୍‌ଡିସିସି ଟେମ୍‌ଜେନ୍‌ ଓ୍ବାପଙ୍ଗ୍‌, ଉତରାଞ୍ଚଳ ଡିଆଇଜି ହିମାଂଶୁଲାଲ୍‌, ଜିଲାପାଳ ସରୋଜ ସାମଲ,ଏସ୍‌ପି ଅଶ୍ୱିନୀ ମହାନ୍ତି, ବରଗଡ ଏମ୍‌ପି ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିି ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ା ଏଥିରେ ବିସ୍ଥାପିତ, ଥଇଥାନ, ନିଯୁକ୍ତି, କ୍ଷତିପୂରଣ, ଉନ୍ନୟନ ମୂଳକ କାର୍ଯ୍ୟ, ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ା ୨ ବର୍ଷ ବ୍ୟବଧାନରେ ଏହି ବୈଠକ ହୋଇଥିବାବେଳେ ଏହାର ଫଳାଫଳକୁ ଲୋକେ ଚାହିଁରହିଛନ୍ତି ା ଏହି ରୁଦ୍ଧଦ୍ୱାର ବୈଠକରେ ସ୍ଥାନୀୟ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ବସିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା ା ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ା ଏହାର ପ୍ରତିବାଦରେ ଲୋକେ ସଭାଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ା


All Right Reserved By Dharitri.Com

ପ୍ରେମ ପାଇଁ ହିଂସା: ନାବାଳିକାଙ୍କ ଗଳା କାଟିଲେ ଯୁବତୀ

ସଜନାଗଡ଼, ୧୮।୧(ଡି.ଏନ.ଏ.)-ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳରେ ପ୍ରେମ ପାଇ ହିଂସାକାଣ୍ଡ ଘଟିଛି। ଜଣେ ଯୁବତୀ ବ୍ଲେଡ଼ରେ ଅନ୍ୟ ଜଣେ ନାବାଳିକାଙ୍କ ଗଳା, ଛାତି, ବାମପଟ...

ପଶୁପକ୍ଷୀଙ୍କୁ ବଣ୍ଟାହେଲା ଜବତ ଜଳଖିଆ, ମିଠା

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଦର୍ପଣୀଗଡ଼ ବଜାରରେ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢାଉ କରି ୩ଟି ଦୋକାନକୁ ସିଲ କରାଯାଇଛି।...

ଖଡିଆଳ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଖଡିଆଳ,୮।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଓକିଲ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଖଡିଆଳ, ସିନପାଲି, ବୋଡେନ ଅଞ୍ଚଳର...

ସୁବର୍ଣ୍ଣରେଖା ଫେରିଘାଟରେ ନୌବିହାର

ଭୋଗରାଇ, ୧୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଆରୁହାବୃତ୍ତି ଉ.ପ୍ରା. ବିଦ୍ୟାଳୟ ପଡ଼ିଆରେ ୩ଦିନ ବ୍ୟାପୀ ଚାଲିଥିବା ପିପିଲି-ସାହାବନ୍ଦର ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ...

ଚାଷୀ ବାପାଙ୍କ ମୁହଁରେ ହସ ଫୁଟାଇଲେ ଦିବ୍ୟାଙ୍ଗ ଝିଅ

ଖଇରା, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୭ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷାରେ ଉତ୍ତୀଣ୍ଣର୍ର୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଇକୁଳା ମୌଳିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ...

ମାଟ୍ରିକ୍‌ ଖାତା ମୂଲ୍ୟାୟନବେଳେ ସତର୍କତା ଅବଲମ୍ବନ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ୧୯ ତାରିଖରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ଯାଏ ଚାଲିବ। ୧୮ ତାରିଖରେ ମୋଟ ୬୧ ମୂଲ୍ୟାୟନ କେନ୍ଦ୍ରରେ...

ପଙ୍କୋଦ୍ଧାର ଏକାଦଶୀ ପାଇଁ ଲୋକନାଥ ପୀଠ ପ୍ରସ୍ତୁତ

ପୁରୀ ଅଫିସ, ୧୮ା୨: ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଏହା ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ବର୍ଷକରେ ଏହି ଗୋଟିଏ ଦିନ...

ମାଛ ମାରୁଥିବାବେଳେ ପୋଖରୀରେ ବୁଡି ଯୁବକ ମୃତ

ଅମରପାଲି, ୧୨।୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଲପାଲି ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।...

Leave a comment

Your email address will not be published. Required fields are marked *