ପୁରୁଣାଗୁମାଠାରେ ଟ୍ରକ୍‌ ଦୁର୍ଘଟଣାରେ ଜଣେ ମୃତ ଘଟଣା: ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ଭବାନୀପାଟଣା, ୧୫।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୁରୁଣାଗୁମାଠାରେ ଟ୍ରକ ଓ ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହେବା ଘଟଣା ନୂଆମୋଡ ନେଇଛି। ସ୍ବାମୀକୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ନେଇ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶଯୋଗ୍ୟ, ଯେ ଗତ ୧୨ ତାରିଖ ଶନିବାର ଦିନ ପବିତ୍ର ବାଗ କାଣିଗୁମା ସାପ୍ତାହିକ ବଜାରକୁ ଚପଲ ବିକ୍ରି କରିବାକୁ ଯାଇଥିଲେ। ସେଠାରୁ ଅପରାହ୍ନ ୪ ଟା ସମୟରେ ୨୦ ହଜାର ଟଙ୍କା ଧରି ଘରକୁ ବାହାରିଥିଲେ। ସନ୍ଧ୍ୟା ସାଢେ ୬ ଟା ସମୟରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୁରୁଣାଗୁମା ବୁଲାଣି ଠାରେ ଏକ ଟ୍ରକ ଓ ପବିତ୍ର ବାଗଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ପଳରେ ତାଙ୍କର ମୃତ୍ୟୁ ହୋଇଥିବା ଘଟଣା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରେ ମୃତ ପବିତ୍ରଙ୍କ ସ୍ତ୍ରୀ ଦୁଆର ଦେଇ ଦୁର୍ଘଟଣାସ୍ଥଳକୁ ଯାଇଥିବା ବେଳେ ପବିତ୍ରଙ୍କ ମୃତଦେହ କିମ୍ବା ସେ ଚଳାଉଥିବା ବାଇକ ମିଳି ନ ଥିଲା। ପରେ ଗୁଣପୁର ଫାଣ୍ଡି ପୋଲିସକୁ ପଚାରିବା ପରେ ମଧ୍ୟ ପବିତ୍ରଙ୍କ ଶବକୁ ଦେଖାଇଲେ ନାହିଁ ବୋଲି ସ୍ତ୍ରୀ ଦୁଆର ଅଭିଯୋଗ କରିଛନ୍ତି। ମୃତ ପବିତ୍ର ଟଙ୍କା ଧରି ଥିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗାଡି ମଡାଇ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଥୁଆମୂଳ ରାମପୁର ଥାନାରେ ସେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ଛିନ୍‌ତାଇ ବେଳେ ବାଇକ୍‌ରୁ ପଡି ଯୁବତୀ ମୃତ

ଖୋର୍ଦ୍ଧା ଅଫିସ/ ବାଲୁଗାଁ, ୨୪।୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା କୋଲକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ବାଲୁଗାଁ ଥାନା ନାଭାଲ ଫାଣ୍ଡି ନିକଟ ନୂଆଗଡ ଓଭର ବ୍ରିଜ...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା...

ରେଳ ବିଭାଗ ଅଧୀନ ରାସ୍ତାର ଦୁରବସ୍ଥା

କେନ୍ଦୁଝର,୨୪।୮ (ସ୍ବ.ପ୍ର.)- ରେଳପଥ ବିକାଶରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ରେଳ ବିଭାଗ ଅଧୀନରେ ଥିବା ରାସ୍ତାର ଦୁରବସ୍ଥା ଏକ ଭିନ୍ନ ଚିତ୍ର ବୟାନ କରୁଛି।...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ସୁନ୍ଦରଗଡ଼,୨୪।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡଗାଁ ବନାଞ୍ଚଳ ଅନ୍ତର୍ଗତ ବିରତଲା ଗାଁ  ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଗୁରୁବାର ଏକ ହାତୀ ପଡିଯାଇଥିବାର ଦେଖିବାକୁ...

ଧନେଇ ଡ୍ୟାମ୍‌ରେ ବୁଡ଼ି ନାବାଳକ ମୃତ

ପୋଲସରା/ହାତୀଓଟ,୩୦ା୯-ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପିହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର...

କୃଷିବୀମା ମିଳିବାରେ ବିଳମ୍ବ: ୪ ମାସ ମଧ୍ୟରେ ଫଇସଲା କରିବାକୁ ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

କେନ୍ଦୁଝର, ୧୫ା୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀମାନେ ୨୦୧୫ରେ ପ୍ରିମିୟମ ଅର୍ଥ ଦେଇଥିଲେ ହେଁ ମରୁଡି ଯୋଗୁ୍‌ କ୍ଷତିଗ୍ରସ୍ତ ହୋଇଥିବା ବହୁ ଚାଷୀଙ୍କୁ ଅଦ୍ୟାବଧି କୃଷିବୀମା...

କାଜୁ ତୋଳିବାକୁ ଆସି ଯୁବକଙ୍କ ଜୀବନ ଗଲା

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ଗ୍ରାମର ଅଭିମନ୍ୟୁ ପାତ୍ର ନାମକ ଜଣେ ବ୍ୟକ୍ତି ଗାଁରେ ଥିବା ନିଜ କାଜୁ ପଡିଆକୁ ଗୁରୁବାର କାଜୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *