Posted inଜାତୀୟ

ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ପ୍ରତିଦିନ କରାଯାଏ ୧୫୦ ଥର ଫାୟାରିଂ

ସୁରଟ,୧୫।୧୦: ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ ବନ୍ଦର ନିକଟରେ କେତେଗୁଡ଼ିଏ ପୋଖରୀ ରହିଛି। ପୋଖରୀକୁ ଖାଦ୍ୟ ଅନ୍ବେଷଣରେ ବହୁ ପକ୍ଷୀ ଆସିଥାନ୍ତି। ସେମାନେ ବିମାନ ବନ୍ଦର ଉପରେ ଉଡ଼ିବୁଲନ୍ତି। ତେଣୁ ବିମାନ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏଭଳି କରିଥାନ୍ତି। ଏଠାରୁ ପ୍ରତିଦିନ ୪୬ ବିମାନ ଉଡ଼ାଣ କରିଥାଏ। ବିମାନର ସୁରକ୍ଷିତ ଉଡ଼ାଣ ଲାଗି ଗୋଟିଏ ମାସରେ ବିମାନ ବନ୍ଦର କର୍ତ୍ତୃପକ୍ଷ ୪୫ ଶହ ଥର ଫାୟାରିଂ କରିଥାନ୍ତି। ସେହିପରି ଗୋଟିଏ ବର୍ଷରେ ୫୪ ହଜାର ଥର ଫାୟାରିଂ କରାଯାଇଥାଏ। ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ପ୍ରାୟ ୮୦ ଥର ଫାୟାରିଂ କରାଯାଇଥାଏ। ସେହିପରି ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୭ଟା ୩୦ ମଧ୍ୟରେ ପ୍ରାୟ ୭୦ ଥର ଫାୟାରିଂ ହୋଇଥାଏ। ଏଥି ପାଇଁ ବର୍ଷକୁ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ।


All Right Reserved By Dharitri.Com

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ଯବାନ ଶହୀଦ

ପୁଞ୍ଚ,୧୦।୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ବହୁ ପରିମାଣରେ ଗୁଳିଗୋଳା ବର୍ଷଣ କରିଥିଲା। ପୁଞ୍ଚ ଜିଲାର ଗୁଲପୁର ସେକ୍ଟରରେ ହୋଇଥିବା ମୋର୍ଟାର ମାଡରେ...

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ...

ଉପସ୍ଥିତ ବୁଦ୍ଧି ଯୋଗୁ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଜିଆର୍‌ପି ପୋଲିସ

ମୁମ୍ବାଇ,୮।୨: ମୁମ୍ବାଇ ଘାଟକୋପର ରେଳ ଷ୍ଟେଶନରେ ଜଣେ ଯବାନଙ୍କ ସାହସିକତା ଯୋଗୁ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚିଯାଇଛି। ବୃଦ୍ଧ ଜଣଙ୍କର ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ...

ଭାଜପାରୁ ନିର୍ବାଚନ ଲଢ଼ିବେ ସନ୍ନି ଦେଓଲ !

ନୂଆଦିଲ୍ଲୀ, ୨୦ା୪ : ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ ଭାଜପାରେ ମିଶିବା ନେଇ  ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପଞ୍ଜାବର ଅମୃତସରରୁ ସନ୍ନି ପ୍ରାର୍ଥୀ...

ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ଏକ୍ସରେ କରିବା: ୧୧ଡାକ୍ତରଙ୍କୁ ନୋଟିସ

ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ...

ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ରକ୍ଷା କବଚ ହେଲେ ଯବାନ

ଶ୍ରୀନଗର,୯।୭: ଭାରତ-ତିବ୍ବତ ସୀମା ପୋଲିସର ଆଇଟିବିପି ଯବାନ ଜମ୍ମୁ କଶ୍ମୀରର ବାଲଟାଲ ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା...

ଯୁବତୀଙ୍କୁ ପୋଲିସର ଗଣବଳାତ୍କାର

ଗୋରଖପୁର,୧୭ା୨ (ପି.ଟି.): ଉତ୍ତରପ୍ରଦେଶର ଗୋରଖପୁର ରେଳଷ୍ଟେଶନ ନିକଟ ଏକ ହଷ୍ଟେଲ ଭିତରେ ୨ ପୋଲିସ ଜଣେ ଯୁବତୀ(୨୦)ଙ୍କୁ ମାଡ଼ମାରିବା ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।...

Leave a comment

Your email address will not be published. Required fields are marked *