ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ରାଜ୍ୟରେ ଲଗାତର ପଞ୍ଚମଥର ପାଇଁ ସରକାର ଗଢ଼ିବାକୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉଭୟ ଲୋକ ସଭା ଏବଂ ବିଧାନସଭାରେ ବିଜେଡିକୁ ଜନ ସମର୍ଥନ ମିଳିଛି। ଏଥିପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡିକୁ ଲଗାତରଭାବେ ବିଜୟୀ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ରାଜ୍ୟବାସୀ ବହୁସଂଖ୍ୟାରେ ଭୋଟଦାନ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏଥିପାଇଁ ସମସ୍ତ ଜନସାଧାରଣଙ୍କ ସହ ବିଶେଷଭାବେ ମହିଳାମାନଙ୍କୁ ଧନ୍ୟବାଦ। ଦଳ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିଥିବା କର୍ମୀ ଓ ତୃଣମୂଳସ୍ତରୀୟ ନେତାମାନଙ୍କୁ ମଧ୍ୟ ନବୀନ କୃତଜ୍ଞତା ଜଣାଇଛନ୍ତି ା
ବିଜେଡି ନିର୍ବାଚନ ପୂର୍ବରୁ କୌଣସି ଦଳ ସହ ବୁଝାମଣା କରି ନ ଥିଲା। ପୂର୍ବାପେକ୍ଷା କମ୍‌ ଲୋକ ସଭା ଆସନ ପାଇଥିଲେ ମଧ୍ୟ ମୋଦିଙ୍କ ହାୱାର ମୁକାବିଲା କରିବାରେ ଦଳ ସଫଳ ହୋଇଛି। ତେଣୁ ବିଜେଡି କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହେବ କି ନାହିଁ , ସେନେଇ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ନବୀନ କହିଛନ୍ତି, ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ। ବିଜେଡି କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସମ୍ପର୍କ ରକ୍ଷା କରିବ। ଓଡ଼ିଶାବାସୀଙ୍କ ବିକାଶ ପାଇଁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ ବୋଲି ନବୀନ କହିଛନ୍ତି।
ଦିନସାରା ଭୋଟ ଫଳାଫଳ ନେଇ ଉତ୍କଣ୍ଠା ଜାରି ରହିଥିଲା। ହେଲେ ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହି ଅବସରରେ ବିଜେଡି କର୍ମୀ ଓ ନେତାମାନେ ନବୀନଙ୍କୁ ଫୁଲମାଳ ଅର୍ପଣ କରି କୃତଜ୍ଞତା ଜଣାଇଥିଲେ। ସାମୁଦ୍ରିକ ଝଡ଼ ଫନୀ ଉପକୂଳ ଓଡ଼ିଶାର ପ୍ରଭୂତ କ୍ଷତିସାଧନ କରିଛି। ଏହି ପରିପ୍ରେକ୍ଷୀରେ ବିଜୟକୁ ବିଜେଡି ପକ୍ଷରୁ ଅପେକ୍ଷାକୃତ ନିରାଡମ୍ବରଭାବେ ପାଳନ କରାଯାଉଥିବା ଜଣାପଡିଛି। ହେଲେ ପାର୍ଟି ଅଫିସ ଏବଂ ରାଜ୍ୟର ଅନେକ ସ୍ଥାନରେ କର୍ମୀ ନିଜ ନିଜ ଢଙ୍ଗରେ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ଭେଡେନ୍‌ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍‌ଆର୍‌ସି

କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ...

ନନ୍ଦିନୀଙ୍କ ୮୮ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମନ୍ତ୍ରୀ, ନେତାଙ୍କ ମାଲ୍ୟାର୍ପଣ; ଶ୍ରଦ୍ଧାଞ୍ଜଳି ଦେଲେ ‘ଧରିତ୍ରୀ ଓ ଓଡ଼ିଶାପୋଷ୍ଟ’ ପରିବାର

ଭୁବନେଶ୍ୱର,୯।୬(ବ୍ୟୁରୋ): ଭାରତୀୟ ସଂସ୍କୃତି ଏବଂ ରାଜନୀତି କ୍ଷେତ୍ରରେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱର ଛାପ ଛାଡ଼ିଥିବା ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ରବିବାର ହେଉଛି...

ଅସ୍ଥାୟୀ କର୍ମଚାରୀଙ୍କୁ ପିଏଚ୍‌ଡି ଦେଉଛି ଦୈନିକ ୭୪ ଟଙ୍କା ମଜୁରି : ଚାକିରି ୧୭ ବର୍ଷ, ଦରମା ୨ ହଜାର

ତାଳଚେର,୧୨ା୧(ମନୋଜ ନନ୍ଦ) ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ତାଳଚେର ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡି) ନିଜ ଅସ୍ଥାୟୀ କର୍ମଚାରୀଙ୍କୁ...

ଉତ୍କଳ ସମ୍ମିଳନୀ ପକ୍ଷରୁ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧଦିବସ ପାଳନ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପିଏମ୍‌ଜି ଛକରେ ବୁଧବାର ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି। ସମ୍ମିଳନୀର ସଭାପତି ତଥା ଓଡ଼ିଶା ବିଧାନସଭାର...

ଏଥର ସ୍ନାନମଣ୍ଡପରେ ଦର୍ଶନ କରିବେନି ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୬ା୬: ଏଥର ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଗୋବର୍ଦ୍ଧନ ମଠର ପ୍ରବକ୍ତା ମନୋଜ ରଥଙ୍କ ସୂଚନା ମୁତାବକ, ନିକଟରେ...

ସମୀର ହୋଇପାରନ୍ତି ପରବର୍ତ୍ତୀ ଭାଜପା ସଭାପତି, ଆନୁଷ୍ଠାନିକ ଘୋଷଣା ବାକି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟ ଭାଜପା ସଭାପତି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବରିଷ୍ଠ ନେତା ସମୀର ମହାନ୍ତି ମଙ୍ଗ ଧରିବା...

କରୋନା ପ୍ରଭାବ: ମାର୍ଚ୍ଚ ୧୫ରୁ ୩୧ ଯାଏ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାରିଆଡ଼େ କରୋନା ଆତଙ୍କ। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିବା ପରେ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ...

ନୂଆ ରୂପ ନେଲା ରୂପାଲି ହାଟ, ୨୨୦ ପିଣ୍ଡିକୁ ମିଳିଲା ସ୍ମାର୍ଟ ଲୁକ୍‌

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ବାତ୍ୟା ‘ଫନୀ’ରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ଶହୀଦନଗର ରୂପାଲି ହାଟର ପୁନରୁଦ୍ଧାର ହୋଇଛି। ଇଟା, ସିମେଣ୍ଟରେ ସ୍ବତନ୍ତ୍ର ପିଣ୍ଡି ତିଆରି କରାଯିବା ସହ...

Leave a comment

Your email address will not be published. Required fields are marked *