Posted inଜାତୀୟ

ପିଏମ୍‌ସି ବ୍ୟାଙ୍କ ବିରୋଧ ପ୍ରଦର୍ଶନ ପରେ ଦୃଦ୍‌ଘାତରେ ଜଣେ ଜମାକାରୀଙ୍କ ମୃତ୍ୟୁ

ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରୋଟିଭ(ପିଏମ୍‌ସି) ବ୍ୟାଙ୍କର ଜମାକାରୀଙ୍କୁ କିଛି ଦିନ ହେଲା ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ପିଏମ୍‌ସି ବ୍ୟାଙ୍କ ବନ୍ଦ ହୋଇଯିବା ଖବର ପ୍ରଚାର ହେବା ପରେ ଜମାକାରୀ ନିଜ ସଞ୍ଚିତ ଟଙ୍କାକୁ ବାହାର କରିବା ପାଇଁ ବ୍ୟାଙ୍କରେ ଭିଡ ଜମାଉଛନ୍ତି। ଏଥିସହ ଜମାକାରୀମାନେ ବ୍ୟାଙ୍କ ସମ୍ମୁଖରେ ବିରୋଧ ପ୍ରଦର୍ଶନ ମଧ୍ୟ କରରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ସୋମବାର ପିଏମ୍‌ସି ବ୍ୟାଙ୍କର ଜଣେ ଜମାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ବ୍ୟାଙ୍କରେ ପ୍ରାୟ ୯୦ ଲକ୍ଷ ଟଙ୍କା ଜମା ରଖିଥିବା କୁହାଯାଉଛି। ସୂଚନାଯୋଗ୍ୟ, ମୁମ୍ବାଇ ଓଶିଓ୍ବାରାର ତାରାପୋରଓ୍ବୋଲା ଗାର୍ଡନରେ ରହୁଥିବା ସଞ୍ଜୟ ଗୁଲାଟି ପିଏମ୍‌ସି ବ୍ୟାଙ୍କରେ ପ୍ରାୟ ୯୦ ଲକ୍ଷ ଟଙ୍କା ଜମା ରଖିଥିଲେ। ସୋମବାର ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ସଞ୍ଜୟ କିଛି ଜମାକାରୀଙ୍କ ସହ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନ ପରେ ସେ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ସମୟ ମଧ୍ୟରେ ତାଙ୍କୁ ହୃଦ୍‌ଘାତ ହେବାରୁ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସଞ୍ଜୟଙ୍କ ଅନ୍ତିମ ସଂସ୍କାର କରାଯିବ। ଅନ୍ୟପଟେ ଆରବିଆଇକୁ ପିଏମ୍‌ସି ନିଜ ବ୍ୟାଙ୍କ ଓ ଋଣ ସମ୍ବନ୍ଧୀୟ କିଛି ମିଥ୍ୟା ତଥ୍ୟ ଦେଇଥିଲା। ଯାହାକୁ ନେଇ ଆରବିଆଇ ଏହି ବ୍ୟାଙ୍କ ଉପରେ କିଛି ପ୍ରତିବନ୍ଧକ ଲଗାଇଛି। ଏହି ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକ ମୁଖ୍ୟତଃ ପଞ୍ଜାବ, ମହାରାଷ୍ଟ୍ର, ଦିଲ୍ଲୀ ଓ ଗୋଆରେ ରହିଛି।


All Right Reserved By Dharitri.Com

ଓ୍ବିପ୍ରୋର ନୂଆ ଅଧ୍ୟକ୍ଷ ହେବେ ରିଶଦ୍‌ ପ୍ରେମ୍‌ଜୀ: ଅଜୀମ୍‌ ପ୍ରେମ୍‌ଜୀ ନେବେ ଅବସର

ନୂଆଦିଲ୍ଲୀ,୩୦।୭: ଆଇଟି କମ୍ପାନୀ ଓ୍ବିପ୍ରୋର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜୀମ୍‌ ପ୍ରେମ୍‌ଜୀଙ୍କ ପୁଅ ରିଶଦ୍‌ ପ୍ରେମ୍‌ଜୀ ଦାୟିତ୍ୱ ଗ୍ରହଣ କରିବେ। ମଙ୍ଗଳବାର...

ଶୀତଦିନେ ବଢ଼ିଯାଏ ଶରୀର ଓଜନ…

ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ...

ଆଇଆଇଟିରେ ପଢ଼ୁଥିବା ଦରଜି ପୁଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଆଇଆଇଟିରେ ନାମ ଲେଖାଇଥିବା ୧୬ ବର୍ଷୀୟ ବିଜୟଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର। ବରୁଣ ଗାନ୍ଧୀ ଓ ତାଙ୍କ ପରିବାର...

ଟଙ୍କା ଦ୍ୱାରା ବି କରୋନା ସଂକ୍ରମଣ ଆଶଙ୍କା: ଡିଜିଟାଲ କାରବାର ପରାମର୍ଶ ଦେଲା ଆରବିଆଇ

ନୂଆଦିଲ୍ଲୀ,୧୮।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଡିଜିଟାଲ କାରବାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଟଙ୍କା ଏବଂ କଏନ୍‌ ଦ୍ୱାରା...

କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର...

ଫାଶୀରେ ଝୁଲିବାର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲେ ଏହି ଅପରାଧୀ

ନୂଆଦିଲ୍ଲୀ,୧୪।୧୨: ସାଧାରଣତଃ ଫାଶୀରେ ଝୁଲିବାର କିଛି ସମୟ ମଧ୍ୟରେ ଅପରାଧୀଙ୍କ ମୃତ୍ୟୁ ଘଟିଥାଏ। ତେବେ ୧୯୮୨ରେ ତିହାର ଜେଲରେ ଅପରାଧୀ ରଙ୍ଗା ବିଲାଙ୍କୁ ଫାଶୀ ଦିଆଯିବା...

ଦେଶବାସୀଙ୍କୁ ମୋଦିଙ୍କ ଅପିଲ୍‌: ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖି ଫଟୋ ଟୁଇଟ୍‌ କରନ୍ତୁ, ମୁଁ ରିଟୁଇଟ୍‌ କରିବି

ନୂଆଦିଲ୍ଲୀ,୬।୯: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ: ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଛି ପାକିସ୍ତାନ

ଶ୍ରୀନଗର,୧୮।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ ଜାରି ହୋଇଛି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଭାରତୀୟ...

Leave a comment

Your email address will not be published. Required fields are marked *