ଶ୍ରୀକ୍ଷେତ୍ରରେ ୬ହଜାର ହବିଷିଆଳିଙ୍କ ସମାଗମ

ପୁରୀ ଅଫିସ, ୧୫ା୧୦: ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ପୂଣ୍ୟ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପୁରୀରେ ରହି କାର୍ତ୍ତିକ ବ୍ରତ ପାଳିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ହବିଷିଆଳିମାନେ ପହଞ୍ଚତ୍ଛନ୍ତି। ଏଠାରେ ୬ହଜାରରୁ ଊର୍ଦ୍ଧ୍ୱ ବ୍ରତଧାରୀଙ୍କ ସମାଗମ ହୋଇଛି। ସୋମବାର ପ୍ରତ୍ୟୁଷରୁ ହବିଷିଆଳିମାନେ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ ସାରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ସଂକଳ୍ପ କରି ବ୍ରତ ଆରମ୍ଭ କରିବା ସହ ତୁଳସୀ ଚଉରା ମୂଳେ ରାଇଦାମୋଦରଙ୍କ ପୂଜା କରିଛନ୍ତି। ତେବେ ପ୍ରଥମ ଦିନରେ ଶ୍ୱେତଗଙ୍ଗାରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରିଥିବା ବେଳେ ସେ ଜଣେ ହବିଷିଆଳି ବୋଲି କୁହାଯାଉଛି। ତାଙ୍କ ପରିଚୟ ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳିଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ୩ ହଜାର ହବିଷିଆଳିଙ୍କ ଲାଗି ୩ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୨,୬୦୦ ହବିଷିଆଳିଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ୨,୪୦୦ ଜଣ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ପୌର କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣସ୍ଥିତ ସ୍ଥାୟୀ ହବିଷିଆଳି କେନ୍ଦ୍ରରେ ରହିଛନ୍ତି। ଏହାବ୍ୟତୀତ ବ୍ୟକ୍ତିଗତ ଭାବେ ବହୁ ହବିଷିଆଳି ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମଶାଳାରେ ରହି କାର୍ତ୍ତିକ ବ୍ରତ ପାଳୁଛନ୍ତି। ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ହବିଷିଆଳିଙ୍କ ରହିବା, ଖାଇବା, ସ୍ବାସ୍ଥ୍ୟସେବା ସାଙ୍ଗକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ହବିଷିଆଳିଙ୍କୁ ସକାଳେ ଚା ଦିଆଯାଉଛି। ସୁରକ୍ଷିତ ସ୍ନାନ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଲାଇଫ୍‌ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ମୁତୟନ ରହିଥିବାବେଳେ ଶ୍ରୀମନ୍ଦିରକୁ ଯିବା ପାଇଁ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରୁ ଗାଡ଼ି ବ୍ୟବସ୍ଥା ହୋଇଛି। ସେହିପରି ଆଶ୍ରୟସ୍ଥଳୀ ପରିସରରେ ତୁଳସୀ ଚଉରା ଏବଂ ଆକାଶ ଦୀପ ସାଙ୍ଗକୁ ସନ୍ଧ୍ୟାରେ ଭାଗବତ, ପୁରାଣ ଓ ପ୍ରବଚନ କାର୍ଯ୍ୟକ୍ରମ ରଖାଯାଇଛି।
ପୁରାଣ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସ ସବୁଠୁ ପୂଣ୍ୟ ମାସ। ଏହି ମାସରେ କାର୍ତ୍ତିକ ବ୍ରତ ପାଳନ ଦ୍ୱାରା ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଦେବାଳୟ, ନଦୀ କୂଳ, ତୁଳସୀ ବୃକ୍ଷ ମୂଳେ ଓ ଘରେ ନିୟମିତ ଦୀପ ଜାଳିଲେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏହି ମାସରେ ପ୍ରାତଃ ସ୍ନାନକୁ ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ସୁଖ, ସମୃଦ୍ଧି, ଆୟୁ, ଶକ୍ତି ବୃଦ୍ଧି ପାଇଥାଏ। ବିଶେଷକରି ମହିଳାମାନେ ଅଧିକ ସଂଖ୍ୟାରେ ଏହି ବ୍ରତ ପାଳନ କରିଥାନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼ ଜମିଛି।


All Right Reserved By Dharitri.Com

୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ; ଦେବଦେବୀଙ୍କ ବିଜେସ୍ଥଳୀ, ଗାଦିଘର ସୁରକ୍ଷିତ ରଖାଯିବ

ପୁରୀ ଅଫିସ, ୧ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱସ୍ଥ ୭୫ ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ...

୯ ଗୋଟି କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି – ୨୦୧୯

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ୧୧ଗୋଟି କ୍ଲଷ୍ଟର ମଧ୍ୟରୁ କଣ୍ଟିଲୋ ଓ ରାଣୀଛେଲ୍ଲୀକୁ ବାଦ ଦେଇ ଅବଶିଷ୍ଟ ୯ଟି କ୍ଲଷ୍ଟରରେ...

ଜାଇକା କାମ ବେଳେ ଘର ଭାଙ୍ଗିଲା

କଟକ ଅଫିସ,୧୮ା୭: ଜାଇକାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ଜାଇକା କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ଘର ଓ ପାଚେରି ଭାଙ୍ଗି ଯାଇଥିବା କଟକ...

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ଲାଗି ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ: ନବୀନ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣିଥରେ କ୍ଷମତାକୁ ଫେରିଛି ବିଜେଡି। ଦଳ ଉପରେ ଭରସା ରଖିବା ସହ ପଞ୍ଚମ ଥର...

ଦିବ୍ୟାଙ୍ଗକଁର ଉଚ ଶିକ୍ଷା ଅଭିଲାଶ, ମନବଲ ଥିଲେ ସବୁ ସମ୍‌ଭବ: ଜଗନ୍ନାଥ

ଅତାବିରା, ୬।୬ (ଡି.ଏନ.ଏ):  ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଦ ପଁଚେତ୍‌ ଉରୁଆମୁଣ୍ଡା ଗାଁର ପଦ୍ମିନୀ ଆର କ୍ଷୀରସାଗର ତାଣ୍ଡିକଁର ପୁଓ ଜଗନ୍ନାଥ ତାଣ୍ଡି(୧୧)। ସେ...

ବରଗଡ଼ ଧନୁଯାତ୍ରା ଲାଗି କଂସ ଚୟନକୁ ନେଇ ବଢ଼ୁଛି ବିରୋଧ: କଳାକାର ସଂଘ ପରେ ଜିଲାପାଳଙ୍କୁ ଭେଟିଲା ଜିଲା ସାମ୍ବାଦିକ ସଂଘ

ବରଗଡ଼ ଅଫିସ,୭।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖଠାରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ...

୧୭ରେ ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ: ସାବିତ୍ରୀଙ୍କ ପାଇଁ କରିବେ ପ୍ରଚାର, ରୋଡ୍‌ ଶୋ’

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ଆସନ୍ତା ୨୦ରେ ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନ। ଏହାକୁ ମାତ୍ର ଦଶ ଦିନ ଥିବାବେଳେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି, ବିରୋଧୀ...

ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ବାହାନଗା,୧୫।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା...

Leave a comment

Your email address will not be published. Required fields are marked *