Posted inଜାତୀୟ

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍‌-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍‌. ମୋଦି କହିଛନ୍ତି। ଓଡ଼ିଶା ସମେତ ଦେଶର ୭ ରାଜ୍ୟରେ ଏହି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ କାୟା ବିସ୍ତାର କରୁଥିବା ଏନ୍‌ଆଇଏ ଡିଜି ସତର୍କ କରାଇଦେଇଛନ୍ତି। ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଏବଂ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ମୁଖ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଜେଏମ୍‌ବି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, କର୍ନାଟକ ଓ କେରଳ ଭଳି ରାଜ୍ୟରେ ଏହାର କାର୍ଯ୍ୟକଳାପ ବଢ଼ାଇଚାଲିଛି। ସେମାନେ ବାଂଲାଦେଶୀ ଦେଶାନ୍ତରୀ ଭାବେ ଛଦ୍ମବେଶରେ ରହୁଛନ୍ତି।
ଜେଏମ୍‌ବି ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ୧୨୫ ଜଣ ସନ୍ଦିଗ୍ଧଙ୍କର ଏକ ତାଲିକା ଏନ୍‌ଆଇଏ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଦେଇଛି। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ଜେଏମ୍‌ବିର ଗତିବିଧି ବୃଦ୍ଧି ପାଇଥିବା ଏନ୍‌ଆଇଏର ପାନ୍‌-ଇଣ୍ଡିଆ ତଦନ୍ତରୁ ଜଣାପଡ଼ିଛି। ଏହାବ୍ୟତୀତ ବିହାର, କର୍ନାଟକ, କେରଳ ଓ ମହାରାଷ୍ଟ୍ରରେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଡିଜି କହିଛନ୍ତି। ରାଜ୍ୟ ପୋଲିସର ତଦନ୍ତ ପରିସର ସୀମିତ ହୋଇଥିବା ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏ ସମ୍ପର୍କିତ ତଥ୍ୟ ଏନ୍‌ଆଇଏକୁ ଦେବା ଆବଶ୍ୟକ, ଯାହା ଫଳରେ ବଡ଼ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇପାରିବ ବୋଲି ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଜେଏମ୍‌ବି ବେଙ୍ଗାଲୁରୁରେ ୨୦ରୁ ୨୨ ଗୁପ୍ତ ଆଡ୍ଡା ସ୍ଥାପନ କରି ଦକ୍ଷିଣ ଭାରତରେ ସଂଗଠନର ପ୍ରସାର କରାଉଥିବା ସେ ସୂଚନା ଦେଇଛନ୍ତି। ଏପରିକି କର୍ନାଟକ ସୀମାନ୍ତ କ୍ରିଷ୍ଣଗିରି ପାର୍ବତ୍ୟାଞ୍ଚଳରେ ଜେଏମ୍‌ବି ରକେଟ ଲଞ୍ଚର୍‌ ପରୀକ୍ଷଣ କରିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବା ଲାଗି ଜେଏମ୍‌ବି ବୌଦ୍ଧ ମନ୍ଦିରଗୁଡ଼ିକୁ ଆକ୍ରମଣ କରିବା ଲାଗି ଲକ୍ଷ୍ୟ ରଖିଛି। ଏହି ସଂଗଠନ ପ୍ରଥମେ ୨୦୦୭ରେ ପଶ୍ଚିମବଙ୍ଗ ଓ ଆସାମରେ ସେମାନଙ୍କ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ଓ ପରେ ସଂଗଠନକୁ ଅନ୍ୟ ରାଜ୍ୟକୁ ବିସ୍ତାର କରାଇଥିଲେ। ଜେଏମ୍‌ବି ନେତୃତ୍ୱଙ୍କ ସହ ୧୩୦ ଆତଙ୍କବାଦୀ ନିୟମିତ ସମ୍ପର୍କ ରଖିଥିବା ତଦନ୍ତରୁ ଜଣାପଡିଛି ବୋଲି ମିତ୍ତଲ କହିଛନ୍ତି।
ଅନ୍ୟ ଜିହାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇ ମିତ୍ତଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସମ୍ପର୍କ ରଖିଥିବା ୧୨୭ ଜଣଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଗିରଫ କରାଗଲାଣି। ମୁମ୍ବାଇ ଜନ୍ମିତ ଇସ୍‌ଲାମୀୟ ବିଦ୍ୱାନ ତଥା ଆତଙ୍କବାଦ ଅଭିଯୁକ୍ତ ଜାକିର ନାଏକ ଏବଂ ଶ୍ରୀଲଙ୍କାରେ ଇଷ୍ଟର ବେଳେ ହୋଇଥିବା ବୋମାମାଡ଼ର ମାଷ୍ଟରମାଇଣ୍ଡଙ୍କ ଭିଡିଓ ବକ୍ତୃତାରେ ଅନୁପ୍ରାଣିତ ହୋଇଥିବା ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବୀକାର କରିଛନ୍ତି।
ଆତଙ୍କବାଦ ନିରୋଧୀ ସଂସ୍ଥା ବର୍ତ୍ତମାନ ସୁଦ୍ଧା ଯେଉଁସବୁ ମାମଲା ତଦନ୍ତ କରୁଛି ସେଥିରେ ଦୋଷୀସାବ୍ୟସ୍ତ ହାର ୯୦ ପ୍ରତିଶତ ରହିଥିବା ଏନ୍‌ଆଇଏ ଡିଜି କହିଛନ୍ତି। ଆତଙ୍କବାଦ ସମ୍ପର୍କିତ ମାମଲାଗୁଡ଼ିକୁ ପରିଚାଳନା କରିବାରେ ରାଜ୍ୟ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଉତ୍ତମ ଫଳାଫଳ ଲାଗି ଏହା ସମସ୍ତ ତଥ୍ୟ ଏନ୍‌ଆଇଏ ସହ ବିନିମୟ କରିବା ଆବଶ୍ୟକ ବୋଲି ଡିଜି ମତ ଦେଇଛନ୍ତି।


All Right Reserved By Dharitri.Com

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ।...

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ

ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ...

ବର୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ଆୟୋଜିତ ହେଲା ବରୁଣ ଯଜ୍ଞମ୍‌

ଚିତୋର,୨୩।୭: ଆଧୁନିକ ବିଜ୍ଞାନ ବଳରେ ମଣିଷ ବହୁ ଚମତ୍କାର କରିବାରେ ଲାଗିଛି। ତେବେ ଏବେ ମଧ୍ୟ ସମାଜର କେତେକ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି।...

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ...

ଭାରତ-ବ୍ରାଜିଲ ମଧ୍ୟରେ ୧୫ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨୬ା୧(ପି.ଟି.): ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ଶନିବାର ଦୁଇଦେଶ ମଧ୍ୟରେ ୧୫ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା...

ଜେଟଲୀଙ୍କୁ ଦେଖିବାକୁ ଏମ୍ସ ଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ...

ମା ଛେଉଣ୍ଡ ନବଜାତ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ତନ୍ୟପାନ କରାଇଲେ ବିଚାରପତି

ଅହମ୍ମଦାବାଦ୍‌,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବେ ସମାଜରେ ଏକ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ସମ୍ପ୍ରତି ଏହି...

ପଶ୍ଚିମବଙ୍ଗ ହିଂସା: ସୁରକ୍ଷା ନେଇ ଏନ୍‌ଏସ୍‌ଏ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଶାହ କଲେ ଆଲୋଚନା

ନୂଆଦିଲ୍ଲୀ, ୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ, ଆଇବି...

Leave a comment

Your email address will not be published. Required fields are marked *