ଗ୍ରାହକ ସମ୍ପର୍କ ମେଳାରେ ବ୍ୟାଙ୍କ ଦେଲେ ୮୧,୭୦୦ କୋଟିର ଋଣ

ନୂଆଦିଲ୍ଲୀ,୧୫-୧୦: ଅକ୍ଟୋବର ପହିଲାରୁ ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରାହକ ସମ୍ପର୍କ ଅଭିଯାନରେ ୮୧,୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ୯ ଦିନ ମଧ୍ୟରେ ବ୍ୟାଙ୍କଗୁଡିକ ଏହି ଋଣ ପ୍ରଦାନ କରିଥିବା ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି। ପ୍ରଦାନ କରାଯାଇଥିବା ଋଣ ମଧ୍ୟରେ ନୂଆ ଋଣ ପରିମାଣ ପ୍ରାୟ ୩୪,୩୪୨ କୋଟି ଟଙ୍କା ରହିଛି। ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ବ୍ୟାଙ୍କଗୁଡିକ ନିକଟରେ ପର୍ଯ୍ୟାପ୍ତ ପରିମାଣର ନଗଦ ଉପଲବ୍ଧ ରହିଛି। ବଡ ବଡ କର୍ପୋରେଟଗୁଡିକ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଦେୟକୁ ଠିକ୍‌ ଭାବେ ପ୍ରଦାନ ନେଇ ନିଶ୍ଚିତ କରାଯାଉଛି। କ୍ଷୁଦ୍ର ବାଣିଜ୍ୟ କ୍ଷେତ୍ରରେ ନଗଦକୁ ନିଶ୍ଚିତ କରାଇବା ଦିଗରେ ବ୍ୟାଙ୍କଗୁଡିକ ଯତ୍ନବାନ ରହିଥିବା ସୀତାରାମନ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଗ୍ରାହକ ସମ୍ପର୍କ ବୃଦ୍ଧି ଲାଗି ଏଲ୍‌ଜିର ପଦକ୍ଷେପ

ଭୁବନେଶ୍ୱର,୧୦-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଗ୍ରାହକ ସମ୍ପର୍କ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ଲାଗି କମ୍ପାନୀ ଇନଫୋବିପ ସହ...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି

ଓ୍ବାଶିଂଟନ,୩।୧: ଆମେରିକା ଇରାକ୍‌ର ବାଗଦାଦ୍‌ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ...

ମହଙ୍ଗା ପଡିବ ଜାତିସଂଘରେ ପାକିସ୍ତାନକୁ ସମର୍ଥନ ;ସେପ୍ଟେମ୍ବରରୁ ଚାଇନା ସାମଗ୍ରୀ ବର୍ଜନର ରାଷ୍ଟ୍ରୀୟ ଅଭିଯାନ

ନୂଆଦିଲ୍ଲୀ,୧୯-୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପାର୍ଲାମେଣ୍ଟ ଉଚ୍ଛେଦ କରିଛି। ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ପାକିସ୍ତାନ ଚାଇନାର ଶରଣ ପଶିଥିଲା।...

ବନ୍ଦ ହେବନି ଗରିବ ରଥ

ନୂଆଦିଲ୍ଲୀ,୨୦-୭: ଗରିବ ରଥ ପୂର୍ବ ପରି ଚାଲିବ। ଏଥିରେ ଭଡ଼ା ବୃଦ୍ଧି କରାଯିବ ନାହିଁ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଭାରତୀୟ...

ବିଶ୍ୱ ବଜାରରେ ପହଞ୍ଚୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ

ଭୁବନେଶ୍ୱର,୨୩। ୬: ଖାଦ୍ୟ ସାମଗ୍ରୀ ଯୋଗାଣ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶକୁ ନିୟନ୍ତ୍ରଣ କରାଯାଇ ପାରିବ। ଆମେରିକା, ଚାଇନା କିମ୍ବା ଅନ୍ୟ ଯେକୌଣସି ଦେଶ...

୨୭ ବଦଳରେ ଏବେ କାର୍ଯ୍ୟକାରୀ ହେବ ୧୨ ପିଏସ୍‌ବି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ(ପିଏସ୍‌ବି)କୁ ନେଇ ଏକ ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨୭ଟି ପବ୍ଲିକ୍‌...

ଋଣ ଫେରସ୍ତ ପ୍ରସ୍ତାବ ଦୋହରାଇଲେ ମାଲ୍ୟା

ଲଣ୍ଡନ,୩୦-୪: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ନେଇ ବର୍ଷିଛନ୍ତି। ଏଥିସହ ସେ ତାଙ୍କର ବକେୟା...

୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି...

Leave a comment

Your email address will not be published. Required fields are marked *