ଚଞ୍ଚକତା କରି ବ୍ୟାଙ୍କ ଜମା ଖାତାରୁ ଟଙ୍କା ଲୁଟ୍‌

ବାଲୁଗାଁ,୧୫।୧୦(ଡି.ଏନ.ଏ.)-ଏକ ଆନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ଦଳ ଚଞ୍ଚକତା ପୂର୍ବକ ଫୋନ୍‌ କରି ଜଣେ ଜମାକାରୀଙ୍କଠାରୁ ସମସ୍ତ ତଥ୍ୟ ହାସଲ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ଜମା ଟଙ୍କା ଲୁଟି ନେଇଛନ୍ତି। ବାଲୁଗାଁ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ବାଲୁଗାଁ ନିକଟସ୍ଥ ଇଞ୍ଜନପୁର ଗ୍ରାମର ଅନୀତା ପଣ୍ଡା ନାମ୍ନୀ ଜଣେ ବିଧବା ମହିଳା । ତାଙ୍କ ଜମାଖାତାରୁ ଦୁର୍ବୃତ୍ତ ସମସ୍ତ ୨୪ହଜାର ଟଙ୍କା ଲୁଟି ନେଇଛନ୍ତି ।
ଘଟଣାରୁ ପ୍ରକାଶ, ଇଞ୍ଜନପୁର ଗ୍ରାମର ଅନୀତା ଓ ତାଙ୍କ ସ୍ବାମୀ ଲକ୍ଷ୍ମୀଧର ପଣ୍ଡାଙ୍କ ଯୁଗ୍ମନାମରେ ବାଲୁଗାଁ ଆନ୍ଧ୍ର ବ୍ୟାଙ୍କରେ ଏକ ଜମାଖାତା ଅଛି । ସ୍ବାମୀଙ୍କ ଦେହାନ୍ତ ପରେ ବହୁ ଦୁଃଖକଷ୍ଟରେ ସଞ୍ଚତ୍ତ ୨୪ହଜାର ଟଙ୍କାକୁ ଅନୀତା ନିଜ ଆକାଉଣ୍ଟ୍‌ରେ ଜମା ରଖିଥିଲେ । ଏପରିସ୍ଥଳେ ଗତ ଶନିବାର ପୂର୍ବାହ୍ନରେ କେହି ଜଣେ ହିନ୍ଦୀ ଭାଷାରେ ଅନୀତାଙ୍କ ମୋବାଇଲକୁ ଫୋନ୍‌ କରି ତୁମର ଏଟିଏମ୍‌ ଆକାଉଣ୍ଟ୍‌ ଅଚଳ ହୋଇଯାଇଛି, ସଚଳ ନିମନ୍ତେ ସମସ୍ତ ତଥ୍ୟ ଆବଶ୍ୟକ ବୋଲି କହିଥିଲେ। ଅନୀତା ବିଶ୍ୱାସର ସହ ନିଜ ଏଟିଏମ୍‌ କାର୍ଡ ଗୁପ୍ତ ନମ୍ବର ସମେତ ନିଜର ଜମାଖାତା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟି ଗୋଟି କରି ତାଙ୍କୁ କହିଦେଇଥିଲେ। ଏହାର କିଛି ସମୟ ପରେ ଅନୀତାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଘଟଣା ସମ୍ପର୍କରେ ସେ ନିଜର ସମ୍ପର୍କୀୟଙ୍କୁ ଜଣାଇଥିଲେ । ସମ୍ପର୍କୀୟ ଜଣକ ସମସ୍ତ ଘଟଣା ଶୁଣି ଅନୀତା ଠକାମିର ଶିକାର ହୋଇଥିବା ଏବଂ ତୁରନ୍ତ ଏଟିଏମ୍‌ ଯାଇ ଟଙ୍କା ଉଠାଇଦେବାକୁ ପରାମର୍ଶ ଦେଇଥିଲେ । ସଙ୍ଗେ ସଙ୍ଗେ ଅନୀତା ବାଲୁଗାଁ ଆସି ଏଟିଏମ୍‌ କାଉଣ୍ଟରରେ ଟଙ୍କା ଉଠାଇଲା ବେଳକୁ ମାତ୍ର ଅଧଘଣ୍ଟା ବ୍ୟବଧାନରେ ତାଙ୍କ ଜମା ଖାତାରୁ ୨୪ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ହେତୁ ସୋମବାର ଅନୀତା ବାଲୁଗାଁସ୍ଥିତ ଆନ୍ଧ୍ରାବ୍ୟାଙ୍କ ଶାଖାକୁ ଆସି ପରିଚାଳକଙ୍କୁ ସମସ୍ତ ଘଟଣା ଜଣାଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ସେହିପରି ସେ ବାଲୁଗାଁ ଥାନାରେ ଜଣାଇଥିଲେ। ହେଲେ ଏହା ବ୍ୟାଙ୍କର କାମ ବୋଲି ଥାନା ପକ୍ଷରୁ କୁହାଯାଇଥିବା ଅନୀତା କହିଛନ୍ତି। ଏପରି ଘଟଣା ଘଟୁଥିବା ଯୋଗୁ ବ୍ୟାଙ୍କ ତରଫରୁ ଗ୍ରାହକକୁ ବାରମ୍ବାର ସଚେତନ କରାଯାଉଥିବାବେଳେ ଗ୍ରାମାଞ୍ଚଳର ନିରୀହ ଗରିବ ଶ୍ରେଣୀର ଲୋକେ ଏହି ଚଞ୍ଚକତାର ଶିକାର ହେଉଥିବା ଦେଖାଯାଉଛି । ଏହି ଠକେଇରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ପୋଲିସ ଓ ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ସଂପୃକ୍ତ ଠକେଇ ଗ୍ୟାଙ୍ଗକୁ ଠାବ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।


All Right Reserved By Dharitri.Com

ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଧାମନଗର,୨୭।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୬।୭(ଡି.ଏନ.ଏ)-ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ଗ୍ରାମର ନବବଧୂ ଶିବାନୀ ନାୟକଙ୍କ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। କେଉଁ କାରଣ ଓ କିପରି ମୃତ୍ୟୁ ଘଟିଛି ତାହା...

ପୁଅକୁ ତାଲା ପକାଇ ରଖୁଥିଲେ ମା’

କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ...

ସହରକୁ ସ୍ବଚ୍ଛ ରଖିବା ଯୋଜନା : ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ

ନୟାଗଡ଼ ଅଫିସ,୫ା୮: ସହର ସ୍ବଚ୍ଛ ରଖିବାକୁ ନୟାଗଡ଼ ପୌରପାଳିକା ପକ୍ଷରୁ ଯୋଜନା କରାଯାଇଛି। ଏଥିଲାଗି ସହର ଉପକଣ୍ଠ କ୍ଷେତ୍ରୀବରପୁରଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ।...

ବସ୍‌ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ବେତନଟୀ,୧୨ା୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ୧୮ ନଂ. ଜାତୀୟ ରାଜପଥର ରାଗଧା ଛକ ନିକଟରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ...

ଲଘୁଚାପ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି

କୁଆମରା/ଉଦଳା/ ରାସଗୋବିନ୍ଦପୁର, ୨୭।୧୦ (ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେତେକ ଅଞ୍ଚଳରେ...

ଚାଷର ବିକାଶ ହେଉନି, ଗାଁ ଛାଡୁଛନ୍ତି ଚାଷୀ

ଛତ୍ରପୁର,୧୦ା୭(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଚାଷୀ ଓ ଚାଷର ବିକାଶ ହୋଇପାରୁନି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅନ୍ୟପଟେ ଚାଷ ପାଇଁ ଜଳସେଚନ ଅଭାବ ରହିଛି। ଫସଲ...

ରାସ୍ତା ସମ୍ପ୍ରସାରଣ ପାଇଁ ଗଛକଟା

ବ୍ରହ୍ମପୁର ଅଫିସ୍‌,୧୫ା୭-ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ଚାରାରୋପଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *