ସେନ୍‌ସେକ୍ସ ୪୫ହଜାର ଛୁଇଁବ: ମୋର୍ଗାନ ଷ୍ଟାନ୍‌ଲେ

ମୁମ୍ବାଇ,୨୪-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କୁ ଦେଶବାସୀ ପୁନର୍ବାର ଭାରି ବହୁମତରେ ଜିତାଇଛନ୍ତି। ନୂଆ ସରକାରରେ ଦେଶର ଅର୍ଥନୀତିରେ ବିରାଟ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶାକରାଯାଉଛି। ତେଣୁ ସେହି ଦୃଷ୍ଟିରେ ଦେଖିଲେ ୨୦୨୦ ଜୁନ୍‌ ସୁଦ୍ଧା ସେନ୍‌ସେକ୍ସ ୪୫ ହଜାର ପଏଣ୍ଟ ଛୁଇଁବ ବୋଲି ଆଶାକରାଯାଉଛି ବୋଲି ମୋର୍ଗାନ ଷ୍ଟାନ୍‌ଲି ଏହାର ରିପୋର୍ଟରେ ଦର୍ଶାଇଛି। ଏଥିରେ କୁହାଯାଇଛି ଯେ, ସରକାରଙ୍କ ଅଭିବୃଦ୍ଧି ଧାରା ଉପରେ ଏବେ ବଜାରର ଦୃଷ୍ଟି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଆର୍ଥିକ ନୀତିକୁ ଗ୍ରହଣ କରି ସେହି ଅନୁସାରେ ମୁଦ୍ରାନୀତି ଆପଣାଇବ ବୋଲି ଆଶାକରାଯାଉଛି। ପ୍ରଶାସନିକ ସ୍ତରରେ ଧାରାବାହିକତା ବଜାୟ ରହିବ ବୋଲି ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର, ଆମେରିକା ଫେଡ଼େରାଲ ରିଜର୍ଭର ମୁଦ୍ରାନୀତି, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଷ୍ଟକ୍‌ ବଜାରର ଦିଗ ନିର୍ଣ୍ଣୟ କରିବ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।


All Right Reserved By Dharitri.Com

ଦୈନିକ ରେକର୍ଡ ଭାଙ୍ଗୁଛି ସୁନା ଦର;ମହଙ୍ଗା ହୋଇଚାଲିଛି ରୁପା

ନୂଆଦିଲ୍ଲୀ,୯-୮: ସୁନା ଦର ଦୈନିକ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ସେହିପରି ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର...

୩୦ରେ ଲଞ୍ଚ ହେବ ଆଇଆର୍‌ସିଟିସି ଆଇପିଓ

ନୂଆଦିଲ୍ଲୀ,୨୬।୯:  ନିବେଶ ଜରିଆରେ ଆୟ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଭାରତୀୟ ରେଲଓ୍ବେର ସହଯୋଗୀ ଆଇଆର୍‌ସିଟିସି ଆଣିବାକୁ ଯାଉଛି ଏକ ସ୍ବତନ୍ତ୍ର ସୁଯୋଗ। ରେଲଓ୍ବେ ଲାଗି...

ୟୁଟ୍ୟୁବ୍‌ରେ ପିଲାଙ୍କ ତଥ୍ୟ ରଖିବା ଅଭିଯୋଗ; ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା

ନୂଆଦିଲ୍ଲୀ,୫ା୯: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା ଦେବା ଲାଗି ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି) ନିର୍ଦ୍ଦେଶ ଦେଇଛନ୍ତି। ଗୁଗଲର...

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ;ଜିଡିପି ୭% ରହିବା ସମ୍ଭାବନା

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରିବେ। ଏହାର ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ଗୁରୁବାର ସେ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷର...

ଓଡ଼ିଶାରେ ୪ଜି ସେବା ପାଇଁ ବିଏସ୍‌ଏନ୍‌ଏଲ୍‌ର ଯୋଜନା

ଭୁବନେଶ୍ୱର, ୧୯-୭,(ବ୍ୟୁରୋ): ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ୪-ଜି ଇଣ୍ଟରନେଟ ସେବା ଯୋଗାଣ ଲାଗି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଯୋଜନା...

୧୦୦ ଟଙ୍କିଆ ବାର୍ନିସ ନୋଟ୍‌ ଜାରି କରିବ ଆର୍‌ବିଆଇ

ମୁମ୍ବାଇ,୩୧-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୧୦୦ ଟଙ୍କିଆ ନୂଆ ବାର୍ନିସ ନୋଟ୍‌ ଜାରି କରିବ। ଏହି ନୂଆ ନୋଟ୍‌ର ଗୁଣବତ୍ତା ପୂର୍ବାପେକ୍ଷା ଅଧିକ ରହିବ।...

ସୁପ୍ରିମକୋର୍ଟ ଗଲା ମିସ୍ତ୍ରି-ଟାଟାସନ୍ସ ମାମଲା

ନୂଆଦିଲ୍ଲୀ,୩-୧: ଟାଟାସନ୍ସର ଅଧ୍ୟକ୍ଷ ଭାବେ ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କୁ ଅବସ୍ଥାପିତ କରାଇବା ଲାଗି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲ୍‌ଏଟି) ରାୟ ଦେଇଥିଲେ। ଏହି...

ନୂଆ ପ୍ରିପେଡ କାର୍ଡ ଆଣିବାକୁ ଆର୍‌ବିଆଇର ପ୍ରସ୍ତାବ

ମୁମ୍ବାଇ,୬-୧୨: କେନ୍ଦ୍ରୀୟ ବ୍ୟାଙ୍କ ନୂଆ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ଲାଗୁ କରିବାକୁ ପ୍ରସ୍ତାବ ଦେଇଛି। ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଏବଂ ସେବା...

Leave a comment

Your email address will not be published. Required fields are marked *