ଯେଉଁ ବ୍ୟାଙ୍କରେ କେବେ ତାଲା ପଡେ ନାହିଁ

ଦେଶର ପ୍ରାୟ ସବୁ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡାକଡି କରାଯାଇଥାଏ। କାରଣ ଏଠି ପ୍ରତିଦିନ କାରବାର ହୋଇଥାଏ ମୋଟା ଅଙ୍କର ଅର୍ଥ। ହେଲେ ମହାରାଷ୍ଟ୍ରର ମହମ୍ମଦନଗର ଜିଲାରେ ଏମିତି ଏକ ବ୍ୟାଙ୍କ ଅଛି ଯେଉଁଠି କେବେ ବି ତାଲା ପଡେ ନାହିଁ। ଏହା ହେଉଛି ୟୁକୋ ବ୍ୟାଙ୍କର ଏକ ଶାଖା। ଏହି ବ୍ୟାଙ୍କଟି ଅହମ୍ମଦନଗରର ଶନି ଶିଙ୍ଗନାପୁରରେ ଅବସ୍ଥିତ। ୨୦୧୧ ପୂର୍ବରୁ ଏଠାରେ କୌଣସି ବ୍ୟାଙ୍କ ତା’ର ଶାଖା ଖୋଲିବାକୁ ଚାହୁଁ ନ ଥିଲେ। କାରଣ ଗ୍ରାମବାସୀଙ୍କ ଅନୁରୋଧ ଥିଲା କି ଏଠାରେ ଖୋଲାଯିବା ବ୍ୟାଙ୍କରେ ତାଲା ପଡିବ ନାହିଁଁ। ଆଉ ଏହି ସର୍ତ୍ତରେ କୌଣସି ବ୍ୟାଙ୍କ ରାଜି ହେଉ ନ ଥିଲେ। ଏହାର କିଛି ଦିନ ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ତା’ର ନିୟମରେ କିଛି ପରିବର୍ତ୍ତନ ଆଣିଲା। ୨୦୧୧ରେ ଆର୍‌ବିଆଇ ସେଠାରେ ଏକ ୟୁକୋ ବ୍ୟାଙ୍କର ଶାଖା ଖୋଲିବ ବୋଲି ସ୍ଥିର କଲା। ଆଉ ବ୍ୟାଙ୍କ ଖୋଲିବା ପରେ ପ୍ରଥମେ ପ୍ରଥମେ କର୍ମଚାରୀମାନଙ୍କୁ ଭୟ ଲାଗୁଥିଲା। କାରଣ ବ୍ୟାଙ୍କରେ ବହୁ ପରିମାଣର ଅର୍ଥ ଥିବା ସତ୍ତ୍ୱେ ସେଠାରେ ତାଲା ପଡୁ ନ ଥିଲା। ସେଥିପାଇଁ ରାତିରେ ଓ ଛୁଟି ଦିନରେ କେତେଜଣ କର୍ମଚାରୀ ବ୍ୟାଙ୍କକୁ ଜଗି ରହୁଥିଲେ। ହେଲେ ଏଠାରେ ଚୋରିର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା। ଏହାପରେ କେବଳ ବ୍ୟାଙ୍କର ପ୍ରବେଶ ଦ୍ୱାରରେ ଏକ କାଚର କବାଟ ଲଗାଇ ଛାଡି ଦିଆଗଲା। କୌଣସି ଜୀବଜନ୍ତୁ କାଳେ ବ୍ୟାଙ୍କ ଭିତରେ ପଶି ଯିବେ ସେଥିପାଇଁ ଏକ କାଚର କବାଟ ଲଗାଇ ଦିଆଗଲା। ଆଉ ଏହି କାଚ କବାଟ ବ୍ୟତୀତ ଏହି ବ୍ୟାଙ୍କରେ ଆଜି ପର୍ଯ୍ୟନ୍ତ ତାଲା ପଡୁ ନାହିଁ। ଏଠାରେ ଶନି ଦେବତାଙ୍କୁ ପୂଜା କରାଯାଉଥିବାରୁ ଚୋରି କଲେ ଏହାର ପରିଣତି ଭୋଗିବାକୁ ପଡେ ବୋଲି ଲୋକେ ବିଶ୍ୱାସ କରନ୍ତି। ସେଥିପାଇଁ ଏଠାରେ କେହି ଚୋରି କରିବାକୁ ସାହସ କରନ୍ତି ନାହିଁ।


All Right Reserved By Dharitri.Com

ନବ ନିର୍ବାଚିତ ଏମ୍‌ପିଙ୍କୁ ଶୀଘ୍ର ମିଳିବ ସରକାରୀ ଘର: ପରାଜିତ ଏମ୍‌ପି ମାସକ ମଧ୍ୟରେ ଛାଡିବେ ଆବାସ

ନୂଆଦିଲ୍ଲୀ,୨୫।୫: ଦେଶର୧୭ତମ ଲୋକ ସଭା ନିର୍ବାଚନରେ ବିଜୟ ହାସଲ କରିଥିବା ଏମ୍‌ପିମାନଙ୍କୁ ଖୁବ୍‌ ଶୀଘ୍ର ସରକାରୀ ଘର ଯୋଗାଇ ଦିଆଯିବ। ଏଥିଲାଗି ପରାଜିତ ଏମ୍‌ପିମାନଙ୍କୁ ଏକମାସ...

ଯେଉଁଠି ହୁଏ ଅସରପା ଚାଷ…

ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ...

ପୁଲଓ୍ବାମାରେ ୨ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ: ଜଣଙ୍କୁ ହତ୍ୟା

ଶ୍ରୀନଗର,୨୭।୮ : ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତ୍ରାଲରେ ସୋମବାର ସନ୍ଧ୍ୟାରେ ୨ଜଣ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଅପହରଣ କରନେଇଛନ୍ତି। ଅପହରଣ କରିଥିବା ୨ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା...

ପହଲ୍‌ଗାମ୍‌ରୁ ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଆରମ୍ଭ

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ୧୨୫୦ ତୀର୍ଥଯାତ୍ରୀ ବେସ୍‌ କ୍ୟାମ୍ପ୍‌ରୁ ଯାତ୍ରା ଆରମ୍ଭ କରିଥିବା କୁହାଯାଉଛି।...

ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳାଙ୍କୁ ସମ୍ମାନ ଜଣାଇଲା ଡୁଡୁଲ୍‌

ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଗୁଗୁଲଡୁଡୁଲ କରାଯାଇଛି। କାମିନୀ ରାୟ ଏକାସଙ୍ଗରେ ଜଣେ...

ବିଲ୍‌ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼,୯।୯: ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ...

ଗାନ୍ଧୀ ଲିଗାସିକୁ ନେଇ ଭାଜପା-ବିରୋଧୀ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୩ା୧୦(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସାରା ଦେଶ ସମେତ ବିଦେଶରେ ପାଳନ କରାଯାଉଥିବାବେଳେ ତାଙ୍କ ଲିଗାସୀକୁ ନେଇ ଭାଜପା ଓ ବିରୋଧୀ ଦଳ ମଧ୍ୟରେ...

ଧୂଆଁ ଚାଦରରେ ଅଣନିଃଶ୍ୱାସୀ ଦିଲ୍ଲୀ: ୪ ନଭେମ୍ବରରେ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨।୧୧: ବାୟୁ ପ୍ରଦୂଷଣ ଯୋଗୁ ଧୂଆଁର ବହଳ ଚାଦରରେ ଦିଲ୍ଲୀ ଅଣନିଃଶ୍ୱାସୀ ହେବାରେ ଲାଗିଛି। ଦୀପାବଳିରେ ବାଣ ଫୁଟା ଯୋଗୁ ଏଠାକାର ବାୟୁ ପ୍ରଦୂଷିତ ହୋଇଛି।...

Leave a comment

Your email address will not be published. Required fields are marked *