ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୫୦ ଜୁଆଡ଼ି ଗିରଫ,୨ ଲକ୍ଷରୁ ଊର୍ଦ୍ଧ୍ୱ ଜବତ

ବ୍ରହ୍ମପୁର ଅଫିସ,୧୪।୧୦: ବ୍ରହ୍ମପୁର ପୋଲିସ ରବିବାର ରାତିରେ ଜିଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୫୦ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଲକ୍ଷ ୧୦ହଜାର ୯ଶହ ୬୦ଟଙ୍କା, ୨୬ଟି ମୋବାଇଲ ଫୋନ୍‌ ଓ ୪ ବାଇକ ଜବତ କରିଛି। ଏ ନେଇ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଏକ ଜୁଆ ଆଡ୍ଡାରେ ଚଢ଼ାଉକରି ୧୧ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫୬ ହଜାର ୨୦୦ ଟଙ୍କା ଓ ୬ଟି ମୋବାଇଲ ଜବତ କରିଛି। ସେହିପରି ଗୋଷାଣିନୂଆଗାଁ ପୋଲିସ ୨ଟି ଜୁଆଆଡ୍ଡାରେ ଚଢାଉକରି ୨୪ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ଲକ୍ଷ ୧୨ହଜାର ୨ଶହ ଟଙ୍କା, ୨୦ ମୋବାଇଲ ଓ ୪ଟି ବାଇକ ଜବତ କରିଛି। ବୈଦ୍ୟନାଥପୁର ଥାନା ପୋଲିସ ଏକ ଜୁଆ ଅଡ୍ଡାରେ ଚଢାଉକରି ୧୦ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨୧ ହଜାର ୧୭୦ ଟଙ୍କା ଜବତ କରିଛି। ଗୋଳନ୍ଥରା ଥାନା ପୋଲିସ ଗୋଟିଏ ଜୁଆ ଅଡ୍ଡାରେ ଚଢଉକରି ୩ ଜୁଆଡ଼ିଙ୍କୁ ଧରିବା ସହ ୧୬ହଜାର ୪୦୦ଶହ ଟଙ୍କା ଜବତ କରିଛି। ଗୋପାଳପୁର ଥାନା ପୋଲିସ ଗୋଟିଏ ଜୁଆ ଅଡ୍ଡାରେ ଚଢ଼ାଉକରି ୨ ଜୁଆଡ଼ିଙ୍କୁ ଗିରଫ କରିବା ସହ ୪ ହଜାର ୯୯୦ଟଙ୍କା ଜବତ କରିଛି। ଗିରଫ ହୋଇଥିବା ସମସ୍ତ ୫୦ ଜୁଆଡ଼ିଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବିଳମ୍ବ ହେଲା ଠାକୁରଙ୍କ ନୀତିକାନ୍ତି

ପୁରୀ ଅଫିସ,୩୧ା୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନ ଅସୁରକ୍ଷିତ କୋଠା ଭାଙ୍ଗୁଛି। ଶୁକ୍ରବାର ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ...

ସରକାରୀ ଯୋଜନାରୁ ସୁଫଳ ପାଉ ନାହାନ୍ତି ଜନଜାତି ଲୋକେ: ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିତାଉଛନ୍ତି ଜୀବନ

ଖଣ୍ଡପଡା,୭।୮(ସ୍ବ.ପ୍ର.)-ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୫ ନମ୍ବର ଜିଲା ପରିଷଦ ଜୋନ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ମଧ୍ୟରେ ରହିଛନ୍ତି ।...

୧୨ ଘଣ୍ଟା ବଢ଼ିଲା କର୍ଫ୍ୟୁ କଟକଣା

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନଠାରୁ ୫୦୦ ମିଟର ଅବଧି ମଧ୍ୟରେ ଜାରି ହୋଇଥିବା ୨୪ଘଣ୍ଟିଆ କର୍ଫ୍ୟୁ କଟକଣା ନ ସରିବା ପୂର୍ବରୁ ପୁଣି ୧୨ଘଣ୍ଟିଆ କର୍ଫ୍ୟୁ...

ବ୍ରାଉନ୍‌ସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ : ଲକ୍ଷାଧିକ ଟଙ୍କା ସହ ସୁନାଗହଣା, ବାଇକ୍‌ ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୮ା୯: ବାଲେଶ୍ୱର ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିର ବ୍ରାଉନ୍‌ସୁଗାରର ମୁଖ୍ୟ ବ୍ୟବସାୟୀ ସେକ୍‌ ରାଜା ଗିରଫ ହେବା ପରେ ଆନ୍ତଃରାଜ୍ୟ ଏବଂ ଜାତୀୟ ସ୍ତରରେ...

ଦୁର୍ଘଟଣାରେ ଦେଓଗାଁ ବିଟ୍‌ ଫରେଷ୍ଟ ଗାର୍ଡଙ୍କ ଜୀବନ ଗଲା

କେସିଙ୍ଗା,୫ା୫(ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ବନବିଭାଗ ଅଧିନ ଦେଓଗାଁ ବିଟରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଭୁବନେଶ୍ୱର ଠେଲା (୪୬) ସୋମବାର ରାତିରେ ଏକ ଅଜଣା ଗାଡି ଧକ୍କାରେ...

ଓକିଲଙ୍କ ଆକ୍ରମଣକୁ ନିନ୍ଦା

ବ୍ରହ୍ମପୁର ଅଫିସ୍‌,୮ା୧୧-ଦିଲ୍ଲୀର ତିସ୍‌ହଜାରୀ କୋର୍ଟ ପରିସରରେ ଜଣେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଦିଲ୍ଲୀ ପୋଲିସର ଗୁଳିଚାଳନାକୁ ନେଇ ଗଞ୍ଜାମ ଓକିଲ ସଂଘ ବରିଷ୍ଠ ସଦସ୍ୟମାନେ ନିନ୍ଦା...

ନିର୍ବାଚନ ସମୀକ୍ଷା ବୈଠକର ଭିଡିଓ ଭାଇରାଲ: ଭୋଟ ଦେଇ ନ ଥିବା ଲୋକଙ୍କ ପାଇଁ କାମ କରିବି ନାହିଁ କହିଲେ ବିଧାୟକ

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ): ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଏହି ଭିଡିଓରେ ବିଧାୟକ କହିଛନ୍ତି  ଯେ, ତାଙ୍କୁ ଯେଉଁମାନେ ଭୋଟ ଦେଇନାହାନ୍ତି...

ଏସ୍‌ସିବି ମେଡିକାଲରେ ଖୋଲିଲା ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

କଟକ ଅଫିସ,୧୫।୨: କଟକ ଏସ୍‌ସିବି ମେଡିକାଲ ପରିସରରେ ୨୪ ଘଣ୍ଟିଆ ଜରୁରିକାଳୀନ ଲୋକ ସମ୍ପର୍କ କାର୍ଯ୍ୟାଳୟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ...

Leave a comment

Your email address will not be published. Required fields are marked *