କୋଇଲା ସଙ୍କଟ : ବନ୍ଦ ହେଲା ଓପିଜିସିର ୨ୟ ୟୁନିଟ୍‌, ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୪/୧୯(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୨ୟ ୟୁନିଟ୍‌କୁ କମ୍ପାନୀ କର୍ତ୍ତୃପକ୍ଷ ଗତ ରବିବାର ରାତି ୧୨ଟା ୧୭ ମିନିଟରୁ ବନ୍ଦ କରିଦେଇଛନ୍ତି। ଏକ ମାସ ହେବ କୋଇଲା ସଙ୍କଟ ଦେଖାଦେଇଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଏହି ୟୁନିଟ୍‌କୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଉକ୍ତ ୟୁନିଟ୍‌ ବନ୍ଦ ହେବା ଫଳରେ ଏଥିରୁ ଉତ୍ପାଦନ ହେଉଥିବା ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବା ସହ ଘୋର ବିଦ୍ୟୁତ୍‌ ସଙ୍କଟ ଦେଖାଦେବ। ଏଭଳି କୋଇଲା ସଙ୍କଟ ଯଦି ଆଗକୁ ଜାରି ରୁହେ ତା’ହେଲେ ଆଗାମୀ ଦିନରେ ଅଧିକ ୟୁନିଟ୍‌ ବନ୍ଦ ହେବା ସମ୍ଭାବନା ରହିଛି । ଏହା ପୂର୍ବରୁ ଶକ୍ତି ବିଭାଗ ଓ କମ୍ପାନୀ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


All Right Reserved By Dharitri.Com

ଦାୟିତ୍ୱ ଗ୍ରହଣ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୨ା୮(ବ୍ୟୁରୋ): କଟକ ଓ ଭୁବନେଶ୍ୱର ଦୈତ୍ୟନଗରୀର ନୂତନ ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ। ଭୁବନେଶ୍ୱରସ୍ଥିତ...

ଚମରାବାହାଲ ମାଲିଆ ହତ୍ୟାକାଣ୍ଡ , ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ,୨୩।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ସତ୍ୟନାରାୟଣ ଷଡଙ୍ଗୀ ଏକ ହତ୍ୟା ମାମଲାର ବିଚାର କରି ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ...

ପଣବନ୍ଦୀ ଓଡ଼ିଆ ନାବିକ ସୁଦୀପ ଉଦ୍ଧାର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ଉଦ୍ଧାର କରାଯାଇଛି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା...

ରସୁଲପୁର ପଞ୍ଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ: ଯୋଗଦେଲେନି ବିଧାୟକ, ଏମ୍‌ପି

ରସୁଲପୁର,୨୩ା୧(ଡି.ଏନ୍‌.ଏ.): ବିଧାୟକ ଓ ମନ୍ତ୍ରୀମାନେ ଗାଁକୁ ଯିବେ। ଲୋକଙ୍କ ସମସ୍ୟା ବୁଝିବେ। ଗାଁରେ ରାତି କାଟିବେ। ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟ ହେଉଛି କି...

ଟଙ୍କା ନେଇ ନିର୍ମାଣ କଲେନି ଗୃହ: ୨୨୭ ହିତାଧିକାରୀ ଫେରାଇଲେ ୩୩ ଲକ୍ଷ

କଟକସଦର,୧୨ା୧(ଡି.ଏନ୍‌.ଏ.): ଇନ୍ଦିରା ଆବାସ ନିର୍ମାଣ ପାଇଁ ୨୦୦୦ରୁ ୨୦୧୪ ମସିହା ମଧ୍ୟରେ କାର୍ଯ୍ୟାଦେଶ ଏବଂ ଅନୁଦାନ ପାଇବା ସତ୍ତ୍ୱେ ଯେଉଁମାନେ ଗୃହ ନିର୍ମାଣ କରିନାହାନ୍ତି, ସେମାନଙ୍କ...

ନୂଆ ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ: କହିଲେ ‘ଲୋକଙ୍କୁ ସତର୍କ କରାଇ ଏହାକୁ ଲାଗୁ କରିବା କଥା’

ଭୁବନେଶ୍ୱର,୬।୯(ବ୍ୟୁରୋ): ଦେଶବ୍ୟାପି ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ ବିରୋଧରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠୁଛି। ଜନସାଧାରଣ ଏହାକୁ ନାପସନ୍ଦ...

ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଛାତ୍ରଙ୍କ ଜୀବନ ଗଲା, ଚାଳକ ଗିରଫ

ଜଳେଶ୍ୱର,୨୦।୧୨(ଡି.ଏନ୍‌.ଏ) : ବାଲେଶ୍ୱର ଜିଲା ଜଳେଶ୍ବର ନୂଆ ବଜାର ରେଳ ଫାଟକରେ ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ...

ଦେଢ ବର୍ଷ ହେଲା ବସ୍ତ୍ର ବିତରଣ କେନ୍ଦ୍ରରେ ପଡ଼ିଛି ତାଲା

ବଡବିଲ, ୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଆସବାବପତ୍ର ଦାତାଙ୍କ ଠାରୁ ଗ୍ରହଣ କରାଯାଇ ଗରିବ...

Leave a comment

Your email address will not be published. Required fields are marked *