Posted inUncategorized

ସକାରାତ୍ମକ ମାନସିକତା ଓ କାର୍ଯ୍ୟଦକ୍ଷତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି କେତେକେ ଏଥିପ୍ରତି ସଚେତନ ଥିବା ବେଳେ ଅଧିକାଂଶ ଟେନ୍‌ସନ ଏବଂ ଅବସାଦରୁ ମୁକୁଳିବାର ବାଟ ଖୋଜିଥାଆନ୍ତି। ମାନସିକତା ଯଦି ନକାରାତ୍ମକ ରହେ ତେବେ ଏହାର ପ୍ରଭାବ ଜୀବନଶୈଳୀ ଉପରେ ପଡ଼ିଥାଏ। ଏହା ମନକୁ ଚିନ୍ତାଗ୍ରସ୍ତ କରିବା ସହ କାର୍ଯ୍ୟ ପ୍ରତି ଅରୁଚି ଭାବ ସୃଷ୍ଟି କରିଥାଏ। ତେବେ ମନକୁ କିପରି ସକାରାତ୍ମକ ପରିବେଶରେ ରଖିବେ ତାହାର କେତୋଟି ସରଳ ଉପାୟ ରହିଛି। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ସେଥିରେ ବ୍ୟତିବ୍ୟସ୍ତ ନ ହୋଇ ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ନିଜର ସାମର୍ଥ୍ୟ ଅନୁସାରେ କାମ କରନ୍ତୁ। ଅଯଥା ଗୁଡ଼ାଏ କାମକୁ ଆବୋରି ବସି ତାହାକୁ ତୁଲାଇ ନ ପାରିଲେ ମନ ଭାରାକ୍ରାନ୍ତ ଲାଗିବା ସ୍ବାଭାବିକ। ତେଣୁ ସବୁବେଳେ ଯୋଜନାବଦ୍ଧ ଭାବରେ କାମ କଲେ ମନ ସକାରାତ୍ମକ ରହିଥାଏ। ଯେତେ ସମ୍ଭବ ନିଜକୁ ଖୁସିର ମାହୋଲ ଭିତରେ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ।


All Right Reserved By Dharitri.Com

Posted inUncategorized View All

କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌...

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ...

କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍‌...

ଭୋଟ ଗଣତିକୁ ୫ ଦିନ ବାକି : ହିସାବ ଜାରି, ଆଶା ଆଶଙ୍କାରେ ୩୯ ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୮ା୫- ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆସନ୍ତା ୨୩ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି।...

ଝାରସୁଗୁଡା ସହର ମଙ୍ଗଲବଜାରରେ ୧୪୪ ଧାରା ଲାଗୁ

ଝାରସୁଗୁଡା ଅଫିସ,୧୭। ୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଝାରସୁଗୁଡା ସହର ଜନଗହଳି ପୂର୍ଣ୍ଣ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଶୁଟ୍‌ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ନିର୍ଦ୍ଧାରିତ ସମୟ ଖେଳ ୩-୩ରେ ସମାନ ରହିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଗଲା। ଏହି ପର୍ଯ୍ୟାୟରେ ଚାପର...

ବିଚାରପତିଙ୍କୁ କୋର୍ଟ ଏଏସ୍‌ଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ, ଦାରିଙ୍ଗବାଡ଼ି ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଦାରିଙ୍ଗବାଡ଼ି,୨୭।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ଗଗନ ସାହୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ବିଚାର ବିଭାଗରେ କାର୍ଯ୍ୟରତ ସିଏଏସ୍‌ଆଇ ପବିତ୍ର...

Leave a comment

Your email address will not be published. Required fields are marked *