ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ ଗୁରୁତର

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପିପିଳିଆ ଥାନା ପିପିଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ବଡ଼ଭାଇ ଶୁକୁରା ମୁଣ୍ତା(୨୫)ଙ୍କ ସ୍ତ୍ରୀ ସହିତ ସାନଭାଇ ବାବୁଲା ମୁଣ୍ତା(୧୮)କୌଣସି କାରଣରୁ ଝଗଡ଼ା କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାବୁଲା ଘରେ ରଖିଥିବା ଧନୁତୀର ଆଣି ଭାଉଜଙ୍କ ଉପରକୁ ଚଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ବଡ଼ଭାଇ ଶୁକୁରା ତାଙ୍କ ଆଗରେ ଠିଆ ହୋଇଗଲେ। ତେଣୁ ତୀରଟି ବଡ଼ଭାଇ ଶୁକୁରାଙ୍କ କାଖ ସନ୍ଧିରେ ପଶି ଯାଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଆଣି ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।


All Right Reserved By Dharitri.Com

ତୋରାଣିପଦାରୁ ଜବରଦଖଲ ଉଚ୍ଛେଦ

ଖଇରା, ୨୯।୬(ଡି.ଏନ.ଏ.)-ଖଇରା ତହସିଲ ଓ ପୋଲିସର ମିଳିତ ସହଯୋଗରେ ଖଇରା ବ୍ଲକ ତୋରାଣିପଦା ଗ୍ରାମରୁ ଶୁକ୍ରବାର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ...

୧୨ ଘଣ୍ଟିଆ ବାଙ୍କୀ ବନ୍ଦ: ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ

ବାଙ୍କୀ,୨୯।୨(ଡି.ଏନ୍‌.ଏ.): କଟକ ଜିଲା କଂଗ୍ରେସ ପକ୍ଷରୁ ଶନିବାର ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି। ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳ...

ନୋ ପାର୍କିଂକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୨୯ା୫ – ଅନୁଗୋଳ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗୁରୁବାର ନୋ ପାର୍କିଂ ବୋର୍ଡ ଲଗାଯାଇଛି। ଫଳରେ...

ଚୌଦ୍ୱାରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ନିରାଡମ୍ବର ଭାବେ ଚୌଦ୍ୱାର ବିରୁପା ବ୍ୟାରେଜ ନିକଟରେ ପାଳିତ ହୋଇଯାଇଛି।...

ଆରମ୍ଭ ହେଲା ଆଲ୍‌ମି ଇଜ୍‌ତମା:ଯୋଗଦେଲେ ୪୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ରସୁଲପୁର,୧।୩(ଡି.ଏନ୍‌.ଏ.): ରସୁଲପୁର ଅନ୍ତର୍ଗତ ଅବିଭକ୍ତ ବ୍ରହ୍ମବରଦାଠାରେ ଶନିବାରଠାରୁ ୩ଦିନିଆ ବିଶ୍ୱ ମୁସଲିମ୍‌ ଧର୍ମ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୪୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ...

ଛୁଟିଦିନରେ ଡ୍ରାଇଭିଂ ଟେଷ୍ଟ: ଅଫିସରେ ତାଲା ଦେଖି ରାସ୍ତା ଅବରୋଧ କଲେ ଲୋକେ

କେନ୍ଦୁଝର,୨୩।୧(ସ୍ବ.ପ୍ର.): ଛୁଟିଦିନରେ ଡ୍ରାଇଭିଂ ଟେଷ୍ଟ ପାଇଁ ଡକାଯାଇ ଥିବାରୁ ଗୁରୁବାର ସ୍ଥାନୀୟ ଆର୍‌ଟିଓ ଅଫିସରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଟେଷ୍ଟ ପାଇଁ ଆସିଥିବା ଶତାଧିକ...

ବାପ୍‌ କର୍କଟରେ, ଝି’ ରକ୍ତଶିକୁଳି ରୋଗ୍‌ରେ ପୀଡ଼ିତ: ମାଏକିନାର ଉପରେ ପରିବାର ବୋଝ୍‌

କର୍ଲାମୁଣ୍ଡା, ୫ା୧୨ (ଡି.ଏନ.ଏ.)-  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଦାଦନ୍‌ ସମସିଆ ଉପରେ ଲଗାମ୍‌ କସବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ...

ଜ୍ୱାଇଁଙ୍କୁ ଶ୍ୱଶୁରଙ୍କ ଛୁରାମାଡ

ଦିଗପହଣ୍ଡି,୧୮ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜ୍ୱାଇଁଙ୍କୁ ଶ୍ବଶୁର ଛୁରାମାଡ କରିଛନ୍ତି। ଆହତ ଯୁବକ ଜଣକ...

Leave a comment

Your email address will not be published. Required fields are marked *