Posted inଜାତୀୟ

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ ଦମ୍ପତି ୫ ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଥିଲେ। ଏହା ରାଜା ଆଲେକଜାଣ୍ଡରଙ୍କର ପ୍ରଥମ ଭାରତ ଗସ୍ତ। ଦିଲ୍ଲୀରେ ସେମାନେ ୨୫ ତମ ପ୍ରଯୁକ୍ତି ବିଦ୍ୟା ଶୀର୍ଷ ସମ୍ମିଳନୀରେ ଯୋଗ ଦେବା ପରେ ମୁମ୍ବାଇ ଓ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଡଚ୍‌ ଦମ୍ପତିଙ୍କ ଏହି ଗସ୍ତ ଭାରତ ଓ ନେଦରଲାଣ୍ଡସ୍‌ ମଧ୍ୟରେ ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ମଜଭୁତ ସମ୍ପର୍କ ବୃଦ୍ଧି କରିବ ବୋଲି କୁହାଯାଉଛି।


All Right Reserved By Dharitri.Com

ଝାଡ଼ଖଣ୍ଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ : ଭୋଟବେଳେ ହିଂସା ; ପୋଲିସ ଗୁଳିରେ ଜଣେ ମୃତ, ୨ ଗୁରୁତର

ରାଞ୍ଚି, ୮ା୧୨(ପି.ଟି.): ଝାଡ଼ଖଣ୍ଡରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ ହୋଇଛି। ଭୋଟବେଳେ ହିଂସାକାଣ୍ଡ ଘଟି ପୋଲିସ ଗୁଳିରେ ଜଣେ ପ୍ରାଣ ହରାଇବା...

ଆନ୍ନାଙ୍କୁ ଭୁଲିଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଏବେ ଆମ୍‌ ଅଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ରବିବାର...

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ...

ଏୟାରସେଲ୍‌-ମାକ୍ସିସ ମାମଲାରେ ୩ ଯାଏ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୮(ପି.ଟି.): ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଗିରଫଦାରିରୁ ସୁରକ୍ଷା...

ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶ ଅଖିଳେଶ ଯାଦବଙ୍କ ସରକାରରେ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରହିଛି। ତାଙ୍କ ନାମରେ...

ଅଯୋଧ୍ୟା ରାୟ ପରେ ୯୦ ଗିରଫ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଦେବା ପରଠୁ ପ୍ରାୟ ୯୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ସୋସିଆଲ ମିଡିଆରୁ ହଟାଯାଇଛି। ସାମ୍ପ୍ରଦାୟିକ...

ଜମ୍ମୁ-କଶ୍ମୀରର ୪ ଜିଲା ଗସ୍ତ କରିବେ ଗୁଲାମ ନବୀ: ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ ରିପୋର୍ଟ

ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀର ଗସ୍ତ ପାଇଁ ସୋମବାର କଂଗ୍ରେସ ବରିଷ୍ଠ ସଦସ୍ୟ ଗୁଲାମ ନବୀ ଆଜାଦ୍‌ଙ୍କୁ ସୁପ୍ରିମ୍‌କୋର୍ଟ ପକ୍ଷରୁ ଅନୁମତି ମିଳିଛି। ତେବେ ସେ ଏଠାକାର ୪ଟି...

ଭାରତଠାରୁ ଦୀପାବଳି ମିଠା ନେଲା ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୨୩।୧୦:ଦୀପାବଳି ପୂର୍ବରୁ ଭାରତ ଏବଂ ପାକିସ୍ତାନ ସୀମାରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାବେଳେ ଏହାର ଉଚିତ୍‌ ଜବାବ...

Leave a comment

Your email address will not be published. Required fields are marked *