Posted inଜାତୀୟ

ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌: ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସ ହୋଇଥିଲେ ନିଯୁକ୍ତ; ୨ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌

ନୂଆଦିଲ୍ଲୀ,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଏହି କାର୍ଯ୍ୟରେ ୨ ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଝିଅ ଦମୟନ୍ତୀ ବେନ୍‌ ମୋଦି ଉତ୍ତରଦିଲ୍ଲୀର ଗୁଜରାଟୀ ସମାଜ ଭବନ ସମ୍ମୁଖରେ ଅଟୋ ରିକ୍ସାରୁ ଓହ୍ଲାଉଥିବାବେଳେ ତାଙ୍କ ପର୍ସକୁ ଅଭିଯୁକ୍ତ ୨୧ ବର୍ଷ ବୟସ୍କ ଗୌରବ ଓରଫ୍‌ ନାନୁ ସ୍କୁଟିରେ ତାଙ୍କ ଜଣେ ସାଥିଙ୍କ ସହ ଆସି ଲୁଟ୍‌ କରିଥିଲେ। ପୋଲିସ ପକ୍ଷରୁ ୨୦ଟି ଟିମ୍‌ ଗଠନ କରାଯାଇ ଯାଞ୍ଚ୍‌ ଆରମ୍ଭ କରାଯାଇଥିଲା। ଗୌରବଙ୍କୁ ସୋନିପତ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିବାବେଳେ ତାଙ୍କ ସାଥି ୨୨ ବର୍ଷ ବୟସ୍କ ବାଦଲଙ୍କୁ ସୁଲତାନ୍‌ପୁରୀରୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ୫୬ ହଜାର ଟଙ୍କା, ୨ ମୋବାଇଲ୍‌ ଏବଂ ଲୁଟ୍‌ରେ ବ୍ୟବହାର ହୋଇଥିବା ସ୍କୁଟି ଜବତ କରାଯାଇଛି।


All Right Reserved By Dharitri.Com

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ...

ୟୁପି ପୋଲିସକୁ ଛାତ୍ରୀଙ୍କ ପ୍ରଶ୍ନ: ଅଭିଯୋଗ କଲେ ଆମକୁ ଉନ୍ନାଓ ପୀଡିତାଙ୍କ ଭଳି ଦୁର୍ଘଟଣାର ଶିକାର ହେବାକୁ ପଡିବନି ତ

ବାରବାଙ୍କି,୧।୮: ବାଳିକା ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଆୟୋଜିତ ହେଉଛି ସତେଚନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ବୁଧବାର ଉତ୍ତର...

ରାଜଧାନୀରେ ଫେରୁଛି ଶାନ୍ତି, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ଶାନ୍ତି ଫେରୁଛି, ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି...

ବିବାଦରେ ବନ୍ଧ୍ୟାକରଣ ଏଜେଣ୍ଡା

ଭୋପାଳ,୨୨ା୨: ଅନୂ୍ୟନ ଜଣେ ପୁରୁଷଙ୍କ ବନ୍ଧ୍ୟାକରଣ କରାଅ। ନଚେତ୍‌ ଚାକିରି ଛାଡ଼। ପୁରୁଷ ବହୁ-ଉଦ୍ଦେଶୀୟ ସ୍ବାସ୍ଥ୍ୟକର୍ମୀ (ଏମ୍‌ପିଏଚ୍‌ଡବ୍ଲ୍ୟୁ)ମାନଙ୍କୁ ଏଭଳି ବିଚିତ୍ର ନିର୍ଦ୍ଦେଶନାମା ଜାରି କରି ବିବାଦରେ...

କଶ୍ମୀର ଘାଟି ପୁଣି ଅଶାନ୍ତ, ଜଣେ ଦୋକାନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀରକୁ ପୁଣି ଅଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ। ଶ୍ରୀନଗରରେ ଜଣେ ବ୍ୟକ୍ତି ଦୋକାନ ଖୋଲିବାରୁ ତାଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଛନ୍ତି।...

ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ, ୧।୭: ସାରା ଦେଶରେ ଜୁଲାଇ ୧ ତାରିଖକୁ ନ୍ୟାଶନାଲ ଡକ୍ଟର’ସ ଡେ ପାଳନ କରାଯାଉଥିବାବେଳେ ଦିଲ୍ଲୀର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ...

ମାତ୍ର ୨ ଟଙ୍କା ଦାଖଲ କରି ଭିଭିପାଟ୍‌କୁ କରିହେବ ଚ୍ୟାଲେଞ୍ଜ୍‌: ଅଭିଯୋଗ ଭୁଲ୍‌ ସାବ୍ୟସ୍ତ ହେଲେ ୬ ମାସ ଜେଲ

ନୂଆଦିଲ୍ଲୀ,୧୮।୪: ଭୋଟ ଗ୍ରହଣରେ ଇଭିଏମ୍‌ ଏବଂ ଭିଭିପାଟ୍‌ର କାର୍ଯ୍ୟକାରୀତା ନେଇ ଅଧିକାଂଶ ସମୟରେ କେତେକ ଅଭିଯୋଗ ଆଣିଥାନ୍ତି। ତେବେ ଏସବୁ ଭୋଟିଂ ମେସିନ୍‌ର କାର୍ଯ୍ୟକାରୀତା ସମ୍ପର୍କରେ...

Leave a comment

Your email address will not be published. Required fields are marked *