ସମ୍ପତ୍ତି ଭାଗବଣ୍ଟାରୁ ଆକ୍ରମଣ: ମା’ ମୃତ, ଝିଅ ପୁଅ ଗୁରୁତର

ଆସିକା,୨୪ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ବାଲିସିରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ନେଇଛି। ବୁଧବାର ରାତି ପ୍ରାୟ ୧୦ଟାରେ ହୋଇଥିବା ଗଣ୍ଡଗୋଳରେ ଗୋଟିଏ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ଝିଅ, ପୁଅ ଆହତ ହୋଇଛନ୍ତି। ମୃତ ମହିଳା ହେଲେ କାଳିଆ ବେହେରା (୫୬)। ତାଙ୍କ ପୁଅ ବୁଲୁ ବେହେରା (୩୪) ଓ ଝିଅ ଗୀତା ବେହେରା (୩୦) ଆହତ ହୋଇଥିବାରୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି ା କାଳିଆଙ୍କ ଅନ୍ୟ ଜଣେ ପୁଅ ବାବୁରାମ ବେହେରା ଏ
ନେଇ ଗୁରୁବାର ଆସିକା ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତା ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଆକ୍ରମଣ କରାଯାଇଥିବା ସେ ଦର୍ଶାଇଛନ୍ତି। ଏହାକୁ ଭିତ୍ତିକରି ପୋଲିସ ଆକ୍ରମଣକାରୀ ପରିବାରର ମା’, ବାପା ଓ ଦୁଇ ପୁଅଙ୍କ ନାମରେ ନଂ.୧୬୫/୧୯ରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ବାପା ବିଜୟ ବେହେରା (୬୦)ଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୪ ବର୍ଷ ପୂର୍ବରୁ ସମ୍ପତ୍ତି ଭାଗବଣ୍ଟାକୁ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଥିଲା। ଏ ନେଇ ଆସିକା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ବୁଧବାର ରାତିରେ କୌଣସି ଏକ କଥାକୁ ନେଇ ପ୍ରଥମେ ୨ ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ବିଜୟ ଓ ତାଙ୍କ ପରିବାର ଲୋକେ କାତିରେ ଆକ୍ରମଣ କରିବାରୁ କାଳିଆ ଓ ତାଙ୍କ ପୁଅ ବୁଲୁ ଓ ଝିଅ ଗୀତା ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ କାଳିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ପୋଲିସ ଜବତ କରି ଗୁରୁବାର ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।


All Right Reserved By Dharitri.Com

ଚୋରି ଉଦ୍ୟମ ପଣ୍ଡ: ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଚିକିଟି,୨ା୬(ଡି.ଏନ୍‌.ଏ.)- କେ.ନୂଆଗଁା ଥାନା ଚିକିଟି ଫାଣ୍ଡି ମାଧବନ୍ଧ ଗ୍ରାମ ନିକଟରେ ଥିବା ଘରୋଇ କମ୍ପାନୀର ଏକ ମୋବାଇଲ ଟାୱାର ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ୫ଜଣ ଅଜଣା...

ଅମ୍ଫନ: ୪୩୧ ଲୋକଙ୍କୁ ସ୍ଥାନାନ୍ତର

ଆର.ଉଦୟଗିରି,୨୦ା୫(ଡି.ଏନ.ଏ.)-ନୁଆଗଡ ବ୍ଲକର ୧୦ ପାହାଡ ତଳି ଅଞ୍ଚଳ ଗ୍ରାମକୁ ବ୍ଲକ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ବ୍ଲକ ପ୍ରଶାସନ ପୁଟୁପଡା ପଞ୍ଚାୟତର ପାରାଜୀ ଗ୍ରାମର ୪୬...

୧୮୦ ଲିଟର ଦେଶୀ ମଦ ସହ ପୋଚ ଜବତ, ୪ ଗିରଫ

ବ୍ରହ୍ମପୁର ଅଫିସ,୬।୫- କୁକୁଡାଖଣ୍ଡି ବ୍ଲକ ଉପର କୁମ୍ଭଝରି, ସୁକୁଣ୍ଡା ଛକ ଓ ଗୋକର୍ଣ୍ଣପୁର ଗ୍ରାମରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ବୁଧବାର ବ୍ରହ୍ମପୁର ଅବକାରୀ...

ବିଶ୍ୱ ପରିବେଶ ଦିବସରେ ବ୍ରହ୍ମପୁର ବିଏମ୍‌ସି ପକ୍ଷରୁ କପଡ଼ା ବ୍ୟାଗ୍‌ ବଣ୍ଟନ

ବ୍ରହ୍ମପୁର ଅଫିସ,୫।୬: ପଲିଥିନ୍‌ ଓ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ପଲିଥିନ୍‌ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରର...

ପାଣି ସମସ୍ୟା ନେଇ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା

କନିଷି,୯ ।୬(ଡି.ଏନ.ଏ.)-ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁରେ ରବିବାର ଗ୍ରାମବାସୀ ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଏଥିପାଇଁ ସକାଳ ୭ଟାରୁ ୧୦ଟା...

ହିତାଧିକାରୀଙ୍କ ଘରକୁ ଯାଇ ଦିଆଯିବ ଭତ୍ତା ଟଙ୍କା

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା...

ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ...

ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *