Posted inଜାତୀୟ

ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ବ୍ଲେଡ୍‌ରେ କାଟି ଦେଲେ ସହପାଠୀ

ମଦୁରାଇ,୧୪।୧୦: ତାମିଲ୍‌ନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦୁରାଇର ଏକ ସ୍କୁଲରେ ଜଣେ ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ଜଣେ ସହପାଠୀ ବ୍ଲେଡ୍‌ରେ କାଟି ଦେଇଛନ୍ତି। ୯ମରେ ପଢୁଥିବା ଦଳିତ ଛାତ୍ରଙ୍କ ସ୍କୁଲ୍‌ ବ୍ୟାଗ୍‌ ଜଣେ ସହପାଠୀ ଲୁଚାଇ ଦେଇଥିଲେ। ସେ ସମ୍ପୃକ୍ତ ସହପାଠୀଙ୍କୁ ବ୍ୟାଗ୍‌ ମାଗିବାରୁ ସେ ଦଳିତ ଛାତ୍ରଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ସହିତ ଉତ୍‌କ୍ଷିପ୍ତ ହୋଇ ବ୍ଲେଡ୍‌ରେ ଏଭଳି କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଛାତ୍ର ଜଣକ ସ୍ବାସ୍ଥ୍ୟାବସ୍ଥା ସମାନ୍ୟ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ଶିବାଜୀଙ୍କ ରାଜସଭା ଭଳି ହେବ ଉଦ୍ଧବଙ୍କ ଶପଥ ଗ୍ରହଣ ପେଣ୍ଡାଲ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଇତିହାସ ରଚିବାକୁ ଯାଉଛି। ପ୍ରଥମ କରି ଠାକରେ ପରିବାରର ସଦସ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ସନ୍ଧ୍ୟାରେ ହେବାକୁ...

‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ଏବେ ପାଲଟିଛି ‘ସବ୍‌କା ସର୍ବନାଶ’: ମମତା

କୋଲକାତା,୧୮।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହାଓଡାରେ ଏକ...

ରାଫାଲ୍‌ ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ ସକ୍ଷମ: ବାୟୁସେନା ଅଧ୍ୟକ୍ଷ ଭଦୋରିଆ

ନୂଆଦିଲ୍ଲୀ,୩୦।୯: ରାଫାଲ୍‌ ଯୁଦ୍ଧ ବିମାନ ଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବହୁ ଗୁଣା ବୃଦ୍ଧି ପାଇବ। ଏହା ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ...

ନିର୍ଭୟା ମାମଲା: ଜାନୁୟାରୀ ୧୪ରେ ହେବ ବିନୟ-ମୁକେଶଙ୍କ କ୍ୟୁରେଟିଭ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୧୧।୧: ଦୀର୍ଘ ୭ ବର୍ଷ ତଳର ଅର୍ଥାତ୍‌ ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି। ଆସନ୍ତା ୨୨ରେ...

ମଧ୍ୟସ୍ଥତାରେ ସମାଧାନ ସମ୍ଭବ ନ ହେଲେ:୨୫ରୁ ଅଯୋଧ୍ୟା ଶୁଣାଣି

ନୂଆଦିଲ୍ଲୀ,୧୨।୭(ପି.ଟି.):ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଆପୋସ ସମାଧାନ ପାଇଁ ଗଠିତ ମଧ୍ୟସ୍ଥ କମିଟି ଆସନ୍ତା ୧୮ ତାରିଖରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ...

ସିଏଏ ଏବଂ ଏନ୍‌ଆର୍‌ସି ପରେ ଏବେ ଏନ୍‌ପିଆର୍‌ ପାଇଁ ମୋଦି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୨୧।୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକତା ରେଜିଷ୍ଟର (ଏନ୍‌ଆର୍‌ସି) ନେଇ ଦେଶବ୍ୟାପି ନିଆଁ ଜଳୁଛି। ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନ...

ରାଷ୍ଟ୍ରପତିଙ୍କ ଅଧିସୂଚନାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭ା୮(ପି.ଟି. ): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ଅଧିସୂଚନାକୁ ମଙ୍ଗଳବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆଇନଜୀବୀ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଥିଲା ଭୟ: ଅମିତ ଶାହ

ଚେନ୍ନାଇ,୧୧।୮: ରାଜ୍ୟ ସଭାରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଭୟ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାମିଲନାଡୁର...

Leave a comment

Your email address will not be published. Required fields are marked *