Posted inଜାତୀୟ

ଆତଙ୍କବାଦ ଚିନ୍ତାଧାରା ହଟାଇବା ପାଇଁ ହେବ ଉଦ୍ୟମ: ପାକିସ୍ତାନକୁ ଚେତାବନୀ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ,୧୪।୧୦: ଭାରତରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ତେବେ ଏବେ ଏଭଳି ଚିନ୍ତାଧାରାକୁ ହଟାଇବା ପାଇଁ ଉଦ୍ୟମ କରାଯିବ। ପାକିସ୍ତାନ ଦେଶର ଶାସନ ବ୍ୟବସ୍ଥାରେ ଆତଙ୍କବାଦକୁ ଜଡ଼ିତ କରିଛି। ଏହାର ବିରୋଧରେ ପାକିସ୍ତାନ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରିବାକୁ ପଛାଉଛି। ତେବେ ଭାରତରେ ଏହା ବିରୋଧରେ କଡ଼ା ମୁକାବିଲା ଜାରି ରହିଛି । ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ ସୋମବାର ଏଭଳି ସୂଚନା ଦ୍ୱାରା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଏନ୍‌ଆଇଏର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। ଗତ ୩୦ ବର୍ଷ ଧରି ପୃଥିବୀର ବହୁ ଦେଶରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିଛି। ଏହି ଲଢ଼େଇରେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଉଛି। ସେହିପରି ଅସ୍ତ୍ରଶସ୍ତ୍ର, ପାଣ୍ଠି ଯୋଗାଣ ବନ୍ଦ ଆଦିକୁ ଗୁରୁତ୍ୱ ଦିଆଯାଉଛି। ତେବେ ଏଭଳି ଚିନ୍ତାଧାରାରେ ପରିବର୍ତ୍ତନ ଅଣାଯାଇ ପାରିଲେ ହିଁ ଆତଙ୍କବାଦ ଲୋପ ପାଇପାରିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ମିଡ ଡେ ମିଲରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଶୁଖିଲା ରୁଟି, ଲୁଣ

ମିର୍ଜାପୁର,୨୩।୮: କେନ୍ଦ୍ର ସରକାର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ଯୋଜନା ସବୁ ବାଟ ହୁଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ...

ଆଜମ୍‌ ଖାନ୍‌ଙ୍କ ମନ୍ତବ୍ୟ ଦେଶ ପାଇଁ ଲଜ୍ଜାଜନକ

ନୂଆଦିଲ୍ଲୀ, ୨୬।୭: ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାନଙ୍କୁ ନେଇ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି। ଶୁକ୍ରବାର ଗୃହ ଆରମ୍ଭ ହେବା...

ଏପ୍ରିଲରେ ରାହୁଲଙ୍କ ଦ୍ୱିତୀୟ ଇନିଂସ: ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୧।୨(ଆଇଏଏନ୍‌ଏସ୍‌):କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଦଳର ମଙ୍ଗ ଧରିବେ। ଆସନ୍ତା ଏପ୍ରିଲରେ ସେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ବଜେଟ...

ଶହୀଦଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ...

ଜିନ୍ସ, ଟି-ଶାର୍ଟ ପିନ୍ଧିପାରିବେନି ସରକାରୀ କର୍ମଚାରୀ

ପାଟନା,୩୦।୮: ରାଜ୍ୟ ସଚିବାଳୟରେ ସରକାରୀ କର୍ମଚାରୀମାନେ ପିନ୍ଧୁଥିବା ଜିନ୍ସ ଓ ଟି-ଶାର୍ଟ ଉପରେ ବିହାର ସରକାର କଟକଣା ଲଗାଇଛନ୍ତି। ଯେଉଁ ସରକାରୀ କର୍ମଚାରୀ ପୋଷାକରେ ଶାଳୀନତା...

ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ: ସଞ୍ଜୟ ରାଉତ

ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ବିଜୟଓ୍ବାଡ଼ା,୨୪।୭: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବୁଧବାର ବିଶ୍ୱଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ହାଇକୋର୍ଟ କାର୍ଯ୍ୟନିର୍ବାହୀ ବିଚାରପତି ସି. ପ୍ରବୀନ୍‌ କୁମାର ପଦ ଓ...

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି...

Leave a comment

Your email address will not be published. Required fields are marked *