ଉପକାରୀ ସାଲାଡ

ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ ଖାଇବାକୁ କିଏ ବା ଭଲ ନ ପାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ବ୍ରେକ୍‌ଫାଷ୍ଟ ତାଲିକାରେ ସାମିଲ କରିଛନ୍ତି। କୌଣସି ଭୋଜିରେ ସାଲାଡକୁ ଏପରି ସଜାଇ ରଖାଯାଇଥାଏ ଯେ, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣକରେ। କେବଳ ସେତିକି ନୁହେଁ, ତାହା ମଧ୍ୟ ସାଲାଡ ଖାଇବା ଆଶାକୁ ଦ୍ୱିଗୁଣିତ କରିଥାଏ। ଆପଣ ନିଜର କ୍ୟାଲୋରିକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ନିୟମିତ ସାଲାଡ ଖାଆନ୍ତୁ। ଏହା ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିଥାଏ। ଡାଇବେଟିସ୍‌ ରୋଗୀ ଏହାକୁ ଖାଇବା ଦ୍ୱାରା ସେମାନଙ୍କର ରକ୍ତରେ ସୁଗାର ପରିମାଣ ସନ୍ତୁଳିତ ରହିଥାଏ। ଆଜିକାଲି ଅନେକେ ମେଦବହୁଳତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ସେମାନେ ପ୍ରତିଦିନ ସାଲାଡ ଖାଆନ୍ତି ତେବେ ତାହା ଓଜନ କମାଇବାରେ ସହାୟକ ହୋଇଥାଏ। ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖେ ସାଲାଡ। ଏହାକୁ ଖାଇବା ଦ୍ୱାରା ଅସ୍ଥି ଏବଂ ମାଂସପେଶୀ ଦୃଢ଼ ହୋଇଥାଏ। ପ୍ରତିଦିନ ସାଲାଡ ଖାଇବା ଦ୍ୱାରା ହୃତ୍‌ପିଣ୍ଡ (ହାର୍ଟ) ସୁସ୍ଥ ରହିଥାଏ। ଏହା ଶରୀରରେ ଭିଟାମିନ୍‌-ବି, ସି, ଇ ଅଭାବ ପୂରଣ କରିଥାଏ।


All Right Reserved By Dharitri.Com

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସଦାବିହାରୀ, ସଦାଫୁଲି ବା ନୟନ ତାରା ନାଁରେ ପରିଚିତ ଏହି ଫୁଲ ଦେଖିବାକୁ ଯେ ସୁନ୍ଦର ତା’ ନୁହେଁ ଏଥିରେ ରହିଛି ଔଷଧୀୟ ଗୁଣ। ଡାକ୍ତର...

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା...

ନିଆଁରେ ଶରୀରର କୌଣସି ଅଂଶ ପୋଡିଗଲେ, ଆପଣାନ୍ତୁ ….

ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ସେହି ସ୍ଥାନ ପ୍ରବଳ ମାତ୍ରାରେ ପୋଡିଥାଏ। ତୁରନ୍ତ ସେହି ସ୍ଥାନରେ  ପାଣି କିମ୍ବା କିମ୍ବା ବରଫ ଲଗାଇଥାଉ। ହେଲେ...

କ୍ୟାନସରରୁ ବି ଦୂରେଇ ରଖେ ଏହି ଥେରାପି…

ୟୁରିନ୍‌ ଥେରାପି ସୁସ୍ଥ ରହିବାର ଅତି ପ୍ରାଚୀନ ଉପାୟ। ଏହି ସହଜ ଉପାୟ ଦ୍ୱାରା ଲାଷ୍ଟ ଷ୍ଟେଜ୍‌ରେ ବି କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ...

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା...

ଚିଜ୍‌ ଲଲିପପ୍‌

ସ୍ନାକ୍ସରେ ଲଲିପପ୍‌ ସଭିଙ୍କ ପସନ୍ଦ। ଚିଜ୍‌ ଲଲିପପ୍‌ରେ ହଟ୍‌ ଗାର୍ଲିକ୍‌ ସସ୍‌ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି...

ପାଦର ଲକ୍ଷଣରୁ ଜାଣନ୍ତୁ ଆପଣ ଏସବୁ ରୋଗରେ ପୀଡ଼ିତ

ବିଶେଷଜ୍ଞଙ୍କ ମତରେ ପାଦରୁ ଜାଣିହେବ ଆପଣ କେତେ ସୁସ୍ଥ। ଏମିତି କିଛି ରୋଗ ଅଛି, ଯାହା ପ୍ରଥମେ ପାଦର ଲକ୍ଷଣରୁ ଜଣାପଡ଼ିଥାଏ। ତେବେ ଜାଣନ୍ତୁ ଏ...

ଶୀତଦିନରେ ବୁଟ୍ସ ଦେବ ଷ୍ଟାଇଲିଶ୍‌ ଲୁକ୍‌

ଶୀତଦିନରେ ନିଜକୁ ଷ୍ଟାଇଲିଶ୍‌ ଦେଖାଇବାକୁ ହେଲେ ଅନେକ ଉପାୟ ରହିଛି । ଏହି ସିଜିନ୍‌ରେ ନିଜ ଲୁକ୍‌କୁ ଷ୍ଟାଇଲିଶ୍‌ କରିବାକୁ ହେଲେ ବୁଟ୍ସ ଭଲ ଅପ୍‌ସନ୍‌...

Leave a comment

Your email address will not be published. Required fields are marked *