ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ରବିବାର ଟ୍ରକ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇଛନ୍ତି। ମୃତ ଟ୍ରକ ଚାଳକ ହେଲେ ସୋମନାଥ ଚାଟାର୍ଜୀ ଏବଂ ଆହତ ହେଲପର ହେଲେ ନିଲମ ବାଗିଡି। ସନ୍ଧ୍ୟାରେ (ଡବ୍ଲୁବି-୬୭ବି-୦୩୭୦) ନମ୍ବର ବିଶିଷ୍ଟ ପିଆଜ ବୋଝେଇ ଟ୍ରକ ବାଙ୍ଗିରିପୋଷି ଆସୁଥିବା ବେଳେ ଏକ ବାଙ୍କ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ା ଚିକିତ୍ସାଧିନ ଅବସ୍ଥାରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା।


All Right Reserved By Dharitri.Com

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା: ୮ ଗିରଫ

ଧରାକୋଟ,୨୬ା୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଅଲେଖ ନାହାକଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା...

ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା: ସ୍ବାମୀ, ଦିଅର କୋର୍ଟ ଚାଲାଣ, ନ୍ୟାୟ ଅପେକ୍ଷାରେ ମୃତକାଙ୍କ ମା’, ୨ ଭାଇ

ଜୁନାଗଡ,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ଗତ ୬ତାରିଖ ମଙ୍ଗଳବାର ବିବାହର ୭ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହ ଜନକ...

କେସିଙ୍ଗାରେ ନୂଆଖାଇ: ଜଗନ୍ନାଥଙ୍କୁ ଲାଗି ହେଲା ନବାନ୍ନ, ଗ୍ରାମଦେବତାଙ୍କୁ ଦିଆଗଲା ବଳି

କେସିଙ୍ଗା,୩।୯(ଡି.ଏନ୍‌.ଏ.): ନୂଆଖାଇକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ। ଇଷ୍ଟଦେବୀ ମା’ ସମଲେଇଙ୍କ ନିକଟରେ ମଙ୍ଗଳବାର ସକାଳ ୧୦ଟାରୁ ପୂଜା ଆରମ୍ଭ ହୋଇ ନବାନ୍ନ ଲାଗି...

ବୀରମିତ୍ରପୁରରୁ ଭାଜପା ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୀରମିତ୍ରପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଆଗୁଆ ରହିଛନ୍ତି। ଶଙ୍କର ୧୬୪୮ ଭୋଟ...

ଜିଓ ଟ୍ୟୁବ୍‌ ୱାଲରେ ଅଗ୍ନିକାଣ୍ଡ : ପ୍ରକଳ୍ପ କଳାକାରନାମାକୁ ଘୋଡାଇବାକୁ ଉଦ୍ୟମ

କେନ୍ଦ୍ରାପଡା ଅଫିସ, ୨୬ା୮:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ବେଳାଭୂମିସ୍ଥିତ ଜିଓ ସିନ୍ଥେଟିକ ଟ୍ୟୁବ୍‌ ଓ୍ବାଲରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା...

କଲଭର୍ଟରେ ପିଟି ହେଲା ବାଇକ: ୨ ମୃତ, ଜଣେ ଗୁରୁତର

ଚାନ୍ଦବାଲି,୨୬ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ମତୋ-ଚୌଧୁରୀ ଘାଟ ରାସ୍ତାର ବିଲ ନୂଆଗାଁ ଛକ ନିକଟରେ ସୋମବାର ରାତିରେ ଏକ ବାଇକ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯିବାରୁ ୨...

ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣି

ଢେଙ୍କାନାଳ ଅଫିସ,୨।୧୨: ଢେଙ୍କାନାଳ ଜିଲା ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଅକ୍ଷୟ କୁମାର ସାହୁ ସୋମବାର ଲାଞ୍ଚ ନେଉଥିବା ବେଳେ ଢେଙ୍କାନାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...

ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ: ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ

ଦାରିଙ୍ଗବାଡ଼ି,୧୩।୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା...

Leave a comment

Your email address will not be published. Required fields are marked *