ଇସ୍ତଫା ଦେଲେ ଏୟାର ଇଣ୍ଡିଆର ୧୨୦ ପାଇଲଟ

ନୂଆଦିଲ୍ଲୀ,୧୪ା୧୦: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ବେତନ ଏବଂ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ-୩୨୦ ଏୟାରବସର ୧୨୦ ପାଇଲଟଙ୍କ ଦାବି ପୂରଣ ନ ହେବାରୁ ସେମାନେ ମ୍ୟାନେଜମେଣ୍ଟକୁ ଇସ୍ତଫାପତ୍ର ଦେଇଥିବା ଜଣାପଡିଛି। ୬୦ ହଜାର କୋଟି ଟଙ୍କାର ଋଣ ଭାରରେ ବୁଡି ରହିଥିବା ବିମାନ କମ୍ପାନୀର ଘରୋଇକରଣ ନେଇ ସରକାର ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥିତିରେ ପାଇଲଟମାନେ ମିଳିତ ଭାବେ ଚାକିରି ଛାଡିଛନ୍ତି। ବେତନ ଏବଂ ପଦୋନ୍ନତି ପ୍ରସଙ୍ଗକୁ ନେଇ ଅନେକ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ଏହାକୁ କର୍ତ୍ତୃପକ୍ଷ ଧ୍ୟାନ ନ ଦେବାକୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ପାଇଲଟମାନେ କହିଛନ୍ତି। ଠିକ୍‌ ସମୟରେ ବେତନ ନ ମିଳିବା ଯୋଗୁ କର୍ମଚାରୀମାନେ ଅସୁବିଧାର ସାମ୍ନା କରୁଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଠିକାରେ କାମ କରିଥିବା ପାଇଲଟ ଅଭିଜ୍ଞତା ହାସଲ କରିବା ପରେ ବେତନ ବୃଦ୍ଧି ଏବଂ ପଦୋନ୍ନତି ହେବ ବୋଲି ଆଶା ରଖିଥିଲେ। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଦାବି ଶୁଣିଲେ ନାହିଁ। ଏଭଳି ମିଳିତ ଇସ୍ତଫା ଯୋଗୁ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ନିକଟରେ ବର୍ତ୍ତମାନ ୨୦୦୦ ପାଇଲଟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୦ ଏକ୍‌ଜିକ୍ୟୁଟିଭ।


All Right Reserved By Dharitri.Com

ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା

ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍‌ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ...

ଏଠି ପାଣି ନଷ୍ଟ କଲେ ଦେବାକୁ ପଡିବ ୫ଶହ ଟଙ୍କା ଜରିମାନା

ଗାନ୍ଧିଗନର,୨୦।୫: ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା...

ଅଯୋଧ୍ୟା ବିବାଦ: ମସଜିଦ୍‌ ପୂର୍ବରୁ ଥିବା ନିର୍ମାଣର ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ବିବାଦର ପ୍ରତିଦିନ ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ମାମଳାରେ ମସଜିଦ୍‌ ପୂର୍ବରୁଥିବା ନିର୍ମାଣର ପ୍ରମାଣ ସୁପ୍ରିମ୍‌କୋର୍ଟ ଲୋଡିଛନ୍ତି। ନିର୍ମୋହି ଆଖଡ଼ାର ଆଇଜୀବି...

ସେନ୍‌ସେକ୍ସର ନୂଆ ରେକର୍ଡ; ନିବେଶକଙ୍କୁ ଲାଭ ୧.୭୬ ଲକ୍ଷ କୋଟି

ମୁମ୍ବାଇ,୪-୬: ମୋଦି ସରକାର କ୍ଷମତାକୁ ଫେରିବା ପରେ ନିବେଶକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ସୋମବାର କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବିଏସ୍‌ଇ...

ଫସଲ ବିକି ୫୦ ହଜାର ଟଙ୍କା ସାଇତି ରଖିଥିଲେ କୃଷକ, ମୂଷା ଟିକି ଟିକି କରିଦେଲା

ଚେନ୍ନାଇ,୨୨।୧୦: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ଫସଲ ବିକି ୫୦ ହଜାର ଟଙ୍କା ଜଣେ କୃଷକ ବାକ୍ସରେ ସାଇତି ରଖିଥିବାବେଳେ ତାକୁ...

୧୫୦ ଟ୍ରେନର ଘରୋଇକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୧-୧୦: ରେଲଓ୍ବେ ପକ୍ଷରୁ ୧୫୦ ଟ୍ରେନର ଘରୋଇକରଣ ନେଇ ଯୋଜନା ରଖାଯାଇଛି। ଏହାବାଦ ଦେଶର ୫୦ ରେଳ ଷ୍ଟେଶନକୁ ବିଶ୍ୱ ସ୍ତରୀୟ କରି ଗଢି ତୋଳିବା...

ଇଦ୍‌ ଅବସରରେ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେଲେ ଭାରତୀୟ ସେନା

ଅମୃତସର,୫।୬: ପଞ୍ଜାବ ଅମୃତଶରର ଅଟାରୀ ଓ୍ବାଘା ସୀମାରେ ଭାରତୀୟ ସେନା ଇଦ୍‌ ଅବସରରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ...

ଫନୀ ପ୍ରଭାବିତଙ୍କୁ ଏସ୍‌ବିଆଇ ଦେଲା ୧୨୦ କୋଟି ଟଙ୍କାର ଋଣ

ଭୁବନେଶ୍ୱର,୭-୬: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ରାଜ୍ୟର ଫନୀ ପ୍ରଭାବିତଙ୍କୁ ବର୍ତ୍ତମାନ ସୁଦ୍ଧା ୧୨୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଏହି ଋଣ...

Leave a comment

Your email address will not be published. Required fields are marked *