ସୁମାକରଙ୍କ ଦର୍ଶନ ଓ ଭାରତୀୟ ଅର୍ଥନୀତି

ନେତାଜୀ ଅଭିନନ୍ଦନ

ପ୍ରସିଦ୍ଧ ଅର୍ଥନୀତିଜ୍ଞ ଇ.ଏଫ୍‌.ସୁମାକରଙ୍କ ଦ୍ୱାରା ୧୯୭୩ରେ ଲିଖିତ “Small is Beautiful: A study of Economics as if People Mattered” ବହିଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପ୍ରକାଶିତ ବିଶ୍ୱର ଶହେଟି ପ୍ରଭାବଶାଳୀ ପୁସ୍ତକ ମଧ୍ୟରେ ସ୍ଥାନ ପାଇଛି। ସୁମାକରଙ୍କ ମତରେ ଲୋକଙ୍କୁ କେନ୍ଦ୍ରରେ ରଖି ସେମାନଙ୍କ ସର୍ବନିମ୍ନ ଆବଶ୍ୟକତା ଓ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର, ସମନ୍ବିତ ଓ ଲୋକାଭିମୁଖୀ ଅର୍ଥନୈତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଗଲେ ତାହା ସମୃଦ୍ଧ, ସମ୍ପନ୍ନ, ସ୍ବାବଲମ୍ବୀ ଏବଂ ସୁଦୂରପ୍ରସାରୀ ଅର୍ଥନୀତି ଆଡକୁ ବାଟ କଢ଼େଇବ। ବହିଟିରେ ସୁମାକର ‘Buddhist Economics’ ବା ‘ବୌଦ୍ଧ ଅର୍ଥନୀତି’ ସିଦ୍ଧାନ୍ତର ଅବତାରଣା କରିଥିଲେ, ଯାହା ଅନୁସାରେ ବ୍ୟକ୍ତିର ଅନ୍ତର୍ଗତ କୌଶଳ ଓ ସାମର୍ଥ୍ୟ ହିଁ ତାକୁ ସ୍ବାବଲମ୍ବୀ କରିପାରିବ ଏବଂ କେବଳ ସାମଗ୍ରୀର ଉତ୍ପାଦନ ବା କିଣାବିକା ନୁହେଁ, ସର୍ଜନଶୀଳ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଜୀବନ ଜିଇବା ହିଁ ଅର୍ଥନୀତିର ସାମଗ୍ରିକ ଅଭିବୃଦ୍ଧିର ମୂଳ ନିୟମ ହେବା ଉଚିତ।
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଗତ ପାଞ୍ଚବଷର୍ର୍ ଭିତରେ ସୁମାକରଙ୍କ ପରିକଳ୍ପିତ ‘ବୌଦ୍ଧ ଅର୍ଥନୀତି’ର ମୂଳଦୁଆ ପଡିଛି, ଯାହାକି ଲୋକ-କୈନ୍ଦ୍ରିକ, ଲୋକାଭିମୁଖୀ ଏବଂ ସର୍ବୋପରି ଲୋକ ପରିଚାଳିତ। ୨୦୧୪ରେ ମୋଦି ସରକାର କ୍ଷମତାସୀନ ହେବା ସମୟରେ ବିରୋଧୀମାନେ ଆଶଙ୍କା ବ୍ୟକ୍ତ କରିଥିଲେ କି ଏହି ସରକାର କର୍ପୋରେଟ-ସ୍ବାର୍ଥ ପ୍ରଣୋଦିତ ହୋଇ କେବଳ ବଡ଼ବଡ଼ିଆଙ୍କୁ ସୁହାଇଲା ଭଳି ନୀତି-ଯୋଜନା ପ୍ରଣୟନ କରିବେ। କିନ୍ତୁ ଯେଉଁଭଳି ଢଙ୍ଗରେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କାର୍ଯ୍ୟକ୍ରମମାନ ଆରମ୍ଭ କରାଗଲା, ତାହା ସମାଜର ସର୍ବନିମ୍ନ ସ୍ତରରେ ଥିବା ସବା ଶେଷ ମଣିଷଟି ପାଇଁ ଯେ ନୂଆ ସୁଯୋଗ ସୃଷ୍ଟିକଲା ତା’ ନୁହେଁ, ଭାରତ ପାଇଁ ନୂଆ ଅର୍ଥନୈତିକ ସମ୍ଭାବନାର ଦ୍ୱାର ମଧ୍ୟ ଉନ୍ମୋଚନ କଲା। ବ୍ୟାଙ୍କ୍‌ର ଏରୁଣ୍ଡିବନ୍ଧ ମାଡ଼ି ନ ଥିବା ଗରିବ ଲୋକଟି ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ବ୍ୟାଙ୍କ୍‌ରେ ଖାତା ଖୋଲିଲା ଏବଂ ବୀମା, ଋଣ ଓ ପେନସନ୍‌ର ସୁବିଧା ପାଇବା ପାଇଁ ହକ୍‌ଦାର ହେଲା। ପାଖାପାଖି ୩୫ କୋଟି ଲୋକ ଏହି ଯୋଜନାରେ ରାଷ୍ଟ୍ରୀୟ ଅର୍ଥନୀତି ସହ ପ୍ରତ୍ୟକ୍ଷ ଭାବରେ ଯୋଡ଼ି ହୋଇପାରିଲେ। ପାଖାପାଖି ୩ ଲକ୍ଷ କୋଟି ଟଙ୍କା ସରକାରୀ ସବ୍‌ସିଡି ସିଧାସଳଖ ଲୋକଙ୍କ ବ୍ୟାଙ୍କ୍‌ ଖାତାରେ ଜମା କରାଗଲା, ଯାହଫଳରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ବାଟମାରଣା ରୋକାଯାଇପାରିଲା। ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୮ କୋଟି ଗରିବ ମହିଳା ମାଗଣାରେ ଏଲ୍‌ପିଜି ସିଲିଣ୍ଡର ପାଇଲେ। ପ୍ରତି ଗାଁରେ ବିଜୁଳି ଓ ସଡ଼କ ପହଞ୍ଚିଲା। ୨୦୧୪ରୁ ୨୦୧୯ ଭିତରେ ପାଖାପାଖି ୪୦,୦୦୦ କିଲୋମିଟର ସଡ଼କ ନିର୍ମାଣ କରାଗଲା, ଯାହାକି ସର୍ବକାଳୀନ ବିରଳ ରେକର୍ଡ। ପ୍ରତିଟି ଭାରତୀୟ ଯୁବକ କିଭଳି ନିଜ ଗୋଡ଼ରେ ଠିଆ ହୋଇପାରିବ ଏବଂ ଚାକିରି ପଛରେ ଗୋଡ଼େଇବା ପରିବର୍ତ୍ତେ ନିଜେ କର୍ମନିଯୁକ୍ତି ସୃଷ୍ଟି କରିପାରିବ, ସେହି ଉଦ୍ଦେଶ୍ୟରେ ‘ସ୍କିଲ୍‌ ଇଣ୍ଡିଆ’, ଷ୍ଟାର୍ଟ ଅପ୍‌ ଇଣ୍ଡିଆ’ ଭଳି ଯୋଜନାର ଶୁଭାରମ୍ଭ କରାଗଲା। ଲକ୍ଷ ଲକ୍ଷ ଯୁବକ ବୈଷୟିକ ଓ ବୃତ୍ତିଗତ ତାଲିମ ପାଇ ନିଜ ନିଜ ପ୍ରକଳ୍ପ ଆରମ୍ଭ କଲେ। ‘ମୁଦ୍ରା’ ଯୋଜନାରେ ସହଜରେ ଓ ସ୍ବଳ୍ପ ଦରରେ ଋଣ ଯୋଗେଇ ଦିଆଗଲା। ପ୍ରଥମ ଥର ପାଇଁ ଫସଲ ବୀମା ଯୋଜନା କରାଗଲା ଏବଂ ଚାଷୀକୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଗଲା। ସବୁଠୁ ବଡ଼ ଉପଲବ୍ଧି ହେଲା ସ୍ବଚ୍ଛ, ସୁନ୍ଦର, ନିର୍ମଳ ଏବଂ ଆଦର୍ଶ ଗାଁ ପ୍ରତିଷ୍ଠାର ଲକ୍ଷ୍ୟନେଇ ପାଖାପାଖି ସାଢ଼େ ପାଞ୍ଚଲକ୍ଷ ଗାଁରେ ୧୦କୋଟି ଶୌଚାଳୟ ନିର୍ମାଣ କରାଯାଇପାରିଛି ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ। ଉପା ସରକାରଙ୍କ ଅମଳରେ ପ୍ରଣୀତ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଦୁର୍ନୀତିମୁକ୍ତ କରି ପାରଦର୍ଶୀ ଢଙ୍ଗରେ ପରିଚାଳିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଅଧିକ ବ୍ୟୟବରାଦ ମଧ୍ୟ କରାଯାଇଛି। ଖଟିଖିଆ ମାଟି-ମଣିଷକୁ କେନ୍ଦ୍ରରେ ରଖି ଗାଁଗଣ୍ଡାରୁ ହିଁ ସମୃଦ୍ଧ ବିକଶିତ ନୂଆ ଭାରତ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏହା ଏକ ଅଭିନବ ଓ ଅନନ୍ୟ ପ୍ରୟୋଗ।
ଏବେ ମାନ୍ଦାବସ୍ଥା ବୋଲି ଚାରିଆଡ଼େ ହୁରି ପଡ଼ିଛି। ଗାଡ଼ି କି ସୁନା ବିକ୍ରି କମିଗଲେ କ’ଣ ତାକୁ ମାନ୍ଦାବସ୍ଥା ବୋଲି ଧରି ନିଆଯିବ? ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ିଛି କି? ଉତ୍ତର ହେଉଛି- ନା। ନା ଲୋକମାନଙ୍କ ପାଇଁ ଜିନିଷପତ୍ରର ଦରଦାମ ବଢ଼ିଛି ନା ଚାଷୀ ଅଭାବୀ ବିକ୍ରି ପାଇଁ ବାଧ୍ୟ ହୋଇଛି। ବଜାର ନିଜ ଢଙ୍ଗରେ ଚାଲେ ଓ ନିଜ ଢଙ୍ଗରେ ନିଜକୁ ସଜାଡ଼େ। ତଥାପି ଅର୍ଥନୈତିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଏବଂ ସମ୍ଭାବ୍ୟ ମାନ୍ଦାବସ୍ଥାକୁ ରୋକିବା ଲାଗି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଯେଉଁ କେତୋଟି ପଦକ୍ଷେପ ଘୋଷଣା କରିଛନ୍ତି, ତା’ର ସୁଦୂରପ୍ରସାରୀ ସକାରାତ୍ମକ ପ୍ରଭାବ ନିଶ୍ଚୟ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ। ସବୁଠୁ ବଡ଼ ପଦକ୍ଷେପ ସ୍ବରୂପ କର୍ପୋରେଟ୍‌ ଟିକସ ହାରକୁ ଶତକଡା ୨୨ ଭାଗକୁ ହ୍ରାସ କରାଯାଇଛି ଏବଂ ନୂତନ ଉତ୍ପାଦନକାରୀ କମ୍ପାନୀମାନଙ୍କ ପାଇଁ ଏହା ଶତକଡା ୧୫ ଭାଗକୁ କମେଇ ଦିଆଯାଇଛି। ବିଶ୍ୱରେ ସର୍ବାଧିକ କର୍ପୋରେଟ ଟିକସ ହାର ଆଦାୟ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ ଥିଲା। ଅତୀତରେ କୌଣସି ସରକାର ଏହି ଟିକସ କମେଇବା ପାଇଁ ପଦକ୍ଷେପ ନେଇ ନ ଥିଲେ। ବର୍ତ୍ତମାନ ଟିକସ କମିବା ଫଳରେ କମ୍ପାନୀମାନେ ଅଧିକ ପୁଞ୍ଜି ବିନିଯୋଗ କରିପାରିବେ, ଯାହାଫଳରେ ସୁଲଭ ମୂଲ୍ୟରେ ଜିନିଷପତ୍ର ମିଳିପାରିବ ଏବଂ ଅଧିକରୁ ଅଧିକ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ। ଏହାଦ୍ୱାରା ଅଧିକରୁ ଅଧିକ ବିଦେଶୀ କମ୍ପାନୀ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ଆଗଭର ହେବେ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ। ‘ମେକ୍‌ ଇନ୍‌ ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମକୁ ମଧ୍ୟ ନୂଆ ବଳ ମିଳିବ। ମୌଳିକ ଭିତ୍ତିଭୂମି ନିର୍ମାଣ ଏବଂ ଅଧାପନ୍ତରିଆ ଅବସ୍ଥାରେ ପଡିରହିଥିବା ଗୃହ-ପ୍ରକଳ୍ପକୁ ସାରିବା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ପାଣ୍ଠି ଘୋଷଣା କରାଯାଇଛି। ଯୋଗ, ବୟନ ଶିଳ୍ପ, ପର୍ଯ୍ୟଟନ ଏବଂ ଚମଡ଼ା ଶିଳ୍ପକୁ ନେଇ ଭାରତର ଚାରୋଟି ସ୍ଥାନରେ ବୃହତ୍‌ ବାଣିଜ୍ୟ ମେଳାର ଆୟୋଜନ କରାଯିବ ବୋଲି ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ରପ୍ତାନିକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ସରକାରୀ ନୀତିନିୟମ ତଥା ଟିକସ ବ୍ୟବସ୍ଥାକୁ କୋହଳ କରିବା ପାଇଁ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଭାରତ ବର୍ତ୍ତମାନ ସର୍ବାଧିକ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରର ମାନ୍ୟତା ପାଇଛି। କିନ୍ତୁ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ନ ଆସିଲେ ଆର୍ଥିକ ଅଭିବୃଦ୍ଧି ଅର୍ଥହୀନ। କାରଣ ଲୋକଙ୍କୁ ନେଇ ଦେଶ ଓ ଅର୍ଥନୀତି। ସବା ମୂଳରେ ମଣିଷ। ଆଉ ଲୋକ କହିଲେ, ପାଠ ପଢିଥିବା, ଚାକିରି କରିଥିବା ଓ ସହରରେ ରହୁଥିବା ଧୋବଧାଉଳିଆ ଲୋକ ନୁହନ୍ତି, ସର୍ବନିମ୍ନ ସ୍ତରରେ ଥିବା ମାଟି ମଣିଷମାନେ। ସେଇମାନେ ହିଁ ଦେଶ ଗଢ଼ିବେ ଓ ଅର୍ଥନୀତିକୁ ସମୃଦ୍ଧ କରିବେ। ସେମାନଙ୍କୁ କେନ୍ଦ୍ରରେ ରଖି ମୋଦି ସରକାର ‘ନୂଆ ଅର୍ଥନୀତି-ନୂଆ ଭାରତ’ର ଯେଉଁ ସ୍ବପ୍ନ ଦେଖିଛନ୍ତି, ତା’ର ସଫଳ ରୂପାୟନ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଉପଲବ୍ଧି ହେବ।
ଆସିଷ୍ଟାଣ୍ଟ ପ୍ରଫେସର, ରାଜନୀତି ବିଜ୍ଞାନ, ରେଭେନ୍‌ଶା
ବିଶ୍ୱବିଦ୍ୟାଳୟ, କଟକ, ମୋ:୯୦୪୦୦୦୩୧୨୩


All Right Reserved By Dharitri.Com

କନ୍ଦାଉଛି ପିଆଜ

ଅନିଲ କୁମାର ବିଶ୍ୱାଳ ଲଙ୍ଗଳ କଥା ବୁଝୁଛି ଖେତ, ଖେତ କଥା ବୁଝେ ଚଷା, ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆଉ...

ଏଇ ଭାରତରେ

ଉତ୍ତରପ୍ରଦେଶ ବରେଲିର ଇଜ୍ଜତନଗର ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କଲାଭଳି। ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକ...

ବାତ୍ୟା ବିପତ୍ତି: ପ୍ରସ୍ତୁତି ଓ ପ୍ରତିକାର

ଡ. ଦେବାନନ୍ଦ ବେଉରା ବେଶ୍‌ କିଛିଦିନ ହେବ ସାଧାରଣ ଜୀବନଯାତ୍ରାକୁ ବ୍ୟତିବ୍ୟସ୍ତ କରି ରଖିଛି ପ୍ରଳୟଙ୍କରୀ ବାତ୍ୟା ଫନୀର ପ୍ରଭାବ। ୧୪ଟି ଜିଲାରେ କ୍ଷୟକ୍ଷତି ଘଟାଇଥିବା...

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ...

ରହିବନି ‘କଲେକ୍ଟର’ ପଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଇତିହାସରୁ ଜଣାପଡ଼େ, ଅଷ୍ଟାଦଶ ଶତାବ୍ଦୀରେ ଓ୍ବାରେନ୍‌ ହେଷ୍ଟିଙ୍ଗ୍ସ ରାଜସ୍ବ ଆଦାୟ କରିବା ପାଇଁ କଲେକ୍ଟରମାନଙ୍କୁ ନିଯୁକ୍ତ କରିବା ପରଠାରୁ ‘କଲେକ୍ଟର’...

ସବୁଠାରୁ ଛୋଟ-ସବୁଠାରୁ ବଡ଼

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ବାଲ୍ୟସଖା ତଥା ଅନ୍ୟତମ ପ୍ରଧାନଶିଷ୍ୟ ଅନନ୍ତନାଥ ରାୟ ଥିଲେ ଅପୂର୍ବ ସାଧନ-ଶକ୍ତିର ଅଧିକାରୀ। ଯୌବନରେ ସ୍ତ୍ରୀ, ପୁତ୍ରଙ୍କୁ ହରାଇ ସେ...

ଏଇ ଭାରତରେ

ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରହିଛି ରେସ୍ତୋରଁା। ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଆମ ଦେଶର କାନପୁରର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେସ୍ତୋରଁା।...

ଏଇ ଭାରତରେ

ଏକ ପରିବାର ଅଦାଲତ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ରାୟ ଦେବା ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍‌ ନେଇ ପହଞ୍ଚିଥିଲେ। ଏଭଳି ଏକ...

Leave a comment

Your email address will not be published. Required fields are marked *