ଯତୀନ ଲଲିତ

ତୁଝେ ଦେଖା ତୋ ୟେ ଜାନା ସନମ୍‌! ଦିଲଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ (ଡିଡିଏଲ)ଚଳଚ୍ଚିତ୍ରର ଏହି ଗୀତଟି ଏବେ ସୁଦ୍ଧା ଲୋକଙ୍କ କାନରୁ ହଜିନାହିଁ। ଏହି ଗୀତରେ କଣ୍ଠଦାନ କରିଥିଲେ କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଏବଂ କୁମାର ସାନୁ। ନବେ ଦଶକରେ ରିଲିଜ୍‌ ହୋଇଥିବା ଡିଡିଏଲ୍‌ର ସିଗ୍‌ନେଚର ସଙ୍ଗୀତ ଥିଲା ଏହି ଗୀତ। ଅନେକେ ହୁଏ ତ ଜାଣି ନ ଥିବେ ଏହି ଗୀତର ସୁରକାର ହେଉଛନ୍ତି ଦୁଇଭାଇ। ସେମାନେ ହେଉଛନ୍ତିି ଯତୀନ ପଣ୍ଡିତ ଏବଂ ଲଲିତ ପଣ୍ଡିତ। ସଂକ୍ଷେପରେ ଯତୀନ-ଲଲିତ ଭାବରେ ଏମାନେ ସଙ୍ଗୀତ ଦୁନିଆରେ ବହୁ ପ୍ରସିଦ୍ଧ। ଯତୀନ ପଣ୍ଡିତ ବଡ଼ ହୋଇଥିବା ବେଳେ ଲଲିତ ପଣ୍ଡିତ ହେଉଛନ୍ତି ସାନଭାଇ। ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ଏହି ଦୁଇଭାଇଙ୍କ ନାମରେ ରହିଛି ବହୁ ସଫଳ ଫିଲ୍ମର ତାଲିକା। ସେଥିମଧ୍ୟରୁ କେତୋଟି ହେଉଛି ୟାରା ଦିଲ୍‌ଦାରା, ଖିଲାଡ଼ି, ଯୋ ଜିତା ଓ୍ବହି ସିକନ୍ଦର, ରାଜୁ ବନଗୟା ଜେଣ୍ଟଲମ୍ୟାନ୍‌, ଖାମୋସୀ-ଦି ମ୍ୟୁଜିକାଲ, ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ, ଫରେବ, ୟେସ ବସ୍‌, ଜବ୍‌ ପ୍ୟାର କିସିସେ ହୋତା ହେ, କୁଛ୍‌ କୁଛ୍‌ ହୋତା ହେ, ସରଫରୋସ, ଗୁଲାମ, ମୋହବତେଁ, କଭି ଖୁସି କଭି ଗମ୍‌, ଫନା ଏବଂ ଆହୁରି ଅନେକ। ଯତୀନ-ଲଲିତ କରିଥିବା ସବୁ ଫିଲ୍ମର ମ୍ୟୁଜିକ ହିଟ୍‌ ଆଉ ସର୍ବକାଳୀନ ଲୋକପ୍ରିୟ। ମେଲୋଡ଼ିକୁ ବହୁମାତ୍ରାରେ ପ୍ରାଧାନ୍ୟ ଦେଉଥିବା ଯତୀନ-ଲଲିତଙ୍କୁ ଏଥିପାଇଁ ମିଳିଛି ବହୁ ସମ୍ମାନ ଓ ସ୍ବୀକୃତି।
ପରିବାର : ଏକ ସଙ୍ଗୀତ ପରିବାରରେ ଜନ୍ମ ଯତୀନ-ଲଲିତଙ୍କର। ହରିୟାଣାର ହିସାର ଜିଲା ଅନ୍ତର୍ଗତ ପିଲି ମଣ୍ଡୋରି ନାମକ ଏକ ଗଁା। ସେହି ଗଁାରେ ଜନ୍ମ ହୋଇଥିଲେ ଯତୀନ-ଲଲିତ। ବିଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ପଣ୍ଡିତ ୟଶରାଜ ହେଉଛନ୍ତି ସେମାନଙ୍କର ମାମୁ। ତାଙ୍କ ବାପା ପଣ୍ଡିତ ପ୍ରତାପ ନାରାୟଣ ଥିଲେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ। ତାଙ୍କରି ଠାରୁ ହିଁ ଯତୀନ-ଲଲିତ ସଙ୍ଗୀତ ଶିକ୍ଷା କରିଥିଲେ। ପିଲାଟି ବେଳରୁ ସେମାନଙ୍କର ସଙ୍ଗୀତରେ ଭରପୂର ରୁଚି ରହିଥିଲା। ବଡ଼ହେବା ପରେ ସେମାନେ ଗୀଟାର ଏବଂ ପିଆନୋ ଶିକ୍ଷା କରିଥିଲେ। ପ୍ୟାରେଲାଲ ରାମପ୍ରସାଦ ଶର୍ମା (ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ଯୋଡ଼ି)ଙ୍କଠାରୁ ସେମାନେ ଉଭୟ ଗୀଟାର ତଥା ପିଆନୋ ଶିକ୍ଷା କରିଥିଲେ। ତାଙ୍କ ପରିବାର ହିନ୍ଦୀ ଫିଲ୍ମ ଦୁନିଆ ସହିତ ଜଡ଼ିତ ଥିଲା। ହିନ୍ଦୀ ଫିଲ୍ମ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ ତଥା ବିଜୟେତା ପଣ୍ଡିତ ସେମାନଙ୍କର ଭଉଣୀ ଥିଲେ। ଦିବଂଗତ ସଙ୍ଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବ ଥିଲେ ସେମାନଙ୍କର ଭିଣୋଇ। ବିଜୟେତାଙ୍କୁ ବିବାହ କରିଥିଲେ ଆଦେଶ।
ସଙ୍ଗୀତ ବାହାରେ ଜୀବନ : କେବଳ ସଙ୍ଗୀତରେ ନୁହେଁ; ଅଭିନୟରେ ମଧ୍ୟ ରୁଚି ରଖୁଥିଲେ ଉଭୟ ଯତୀନ-ଲଲିତ। ଅବଶ୍ୟ ସେମାନେ କେବେ ବି ଅଭିନୟର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନଥିଲେ। ତେବେ ସେମାନେ ଅନେକ ଫିଲ୍ମରେ ଅତିଥି କଳାକାର ଭାବରେ ଅବତୀର୍ଣ୍ଣ ହୋଇଥିବା ଦେଖାଯାଏ। ସେମିତି ଏକ ଫିଲ୍ମ ହେଉଛି ‘ଯୋ ଜିତା ଓ୍ବହି ସିକନ୍ଦର’। ଏଥିରେ ଯତୀନ ଜଣେ ଅଭିନେତ୍ରୀଙ୍କ ସହ ଗୀତ ଗାଉଥିବା ବେଳେ ଲଲିତ ଗିଟାର ବଜାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ ଶୋ’ରେ ସେମାନଙ୍କ ପରଫର୍ମାନ୍ସ ସବୁବେଳେ ଉଚ୍ଚକୋଟୀର ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରନ୍ତି। ଏତଦ୍‌ବ୍ୟତୀତ ଯତୀନ-ଲଲିତ ସବୁବେଳେ ନିରୋଳାରେ ରହିବାକୁ ପସନ୍ଦ କରନ୍ତି। କ୍ୱଚିତ କ୍ୟାମେରା ସାମ୍ନାକୁ ଆସନ୍ତି। ଏ ବାବଦରେ ସେମାନଙ୍କର କୌଣସି ରୁଚି ନଥିବା ସେମାନେ ଅନେକଥର ପ୍ରକାଶ କରିଛନ୍ତି। ସେଥିଲାଗି ସେମାନଙ୍କୁ ବେଶି ଟେଲିଭିଜନ ଶୋ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥାଏ। ସେମାନେ ଜଜ୍‌ ଭାବରେ ଜି-ଟେଲିଭିଜନର ମ୍ୟୁଜିକାଲ ଶୋ ‘ସା ରେ ଗା ମା ପା’ରେ ଯୋଗ ଦେଇଥିବା ବେଳେ ଷ୍ଟାର ଭଏସ ଅଫ୍‌ ଇଣ୍ଡିଆରେ ମଧ୍ୟ ଯୋଗଦାନ କରିଥିଲେ।
ମ୍ୟୁଜିକାଲ କ୍ୟାରିଅର : ୧୯୯୧ରେ ଆରମ୍ଭ ହୋଇଥିଲା ସେମାନଙ୍କର ଫିଲ୍ମ କ୍ୟାରିଇର। ପ୍ରଥମଫିଲ୍ମ ଥିଲା ‘ୟାରା ଦିଲ୍‌ଦାରା’। ଏହାଥିଲା ଏକ ମୁଜିକାଲ୍‌ ହିଟ୍‌ ଫିଲ୍ମ। ଏହାର ପ୍ରତ୍ୟେକ ଗୀତକୁ ଲୋକମାନେ ପସନ୍ଦ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗୀତ ଥିଲା ‘ବିନ୍‌ ତେରେ ସନମ୍‌’। ତେବେ ଲୋକମାନେ ସେମାନଙ୍କୁ ଚିହ୍ନିଲେ ‘ଖିଲାଡ଼ି’ ଏବଂ ‘ଯୋ ଜିତା ଓ୍ବହି ସିକନ୍ଦର’ ମୁଭିରୁ। ‘ଯୋ ଜିତା ଓ୍ବହି ସିକନ୍ଦର’ ମୁଭିର ଗୀତ ‘ପେହେଲା ନସା’ ଗୀତଟି ଏବେ ମଧ୍ୟ ଏକ ହିଟ୍‌ ଗୀତ ହୋଇ ରହିଛି। ଏହା ପଛକୁପଛ କୁଛ୍‌ କୁଛ୍‌ ହୋତା ହେ, ଡିଡିଏଲ, ମୋହବତେଁ ଆଦି ଫିଲ୍ମ ସେମାନଙ୍କୁ ସଫଳତାର ଶୀର୍ଷକୁ ନେଇ ଯାଇଥିଲା। ଅବଶ୍ୟ ସଫଳତାର ଶିଡ଼ି ଚଢୁଥିବା ବେଳେ ଦୁଇଭାଇଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ଉଭୟେ ଉଭୟଙ୍କଠାରୁ ପୃଥକ୍‌ ହୋଇଯାଇଥିଲେ।


All Right Reserved By Dharitri.Com

ଜାଣନ୍ତୁ କିପରି ହୋଇଥିବେ ଆପଣଙ୍କ ପାର୍ଟନର

ସାଧାରଣତଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ, ସେମାନଙ୍କ ପାର୍ଟନର କିପରି ହୋଇଥିବ।...

ସାବଧାନ! ସମୁଦ୍ରରେ ସ୍ନାନ କଲେ ହୋଇପାରେ ଏହିସବୁ ରୋଗ

ଅଧିକାଂଶ ଲୋକ ସମୁଦ୍ରରେ ସ୍ନାନ କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏହାଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ସେ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି।...

ପୂଜାରେ ଶାଢ଼ି ଫ୍ୟାଶନ

କୌଣସି ପର୍ବପର୍ବାଣି ହେଉ କି ବିଶେଷ କିଛି ଅକେଜନ୍‌ରେ ମହିଳାମାନେ ନିଜକୁ ସଜେଇହେବାକୁ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ଶାଢ଼ି ଅନ୍ୟତମ। ଆଉ ଦିନ କେଇଟା...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ...

ମେକ୍ସିକାନ୍‌ ସୁପ୍‌

ଆବଶ୍ୟକ ସାମଗ୍ରୀ – ଟମାଟୋ ପ୍ୟୁରି – ୧ କପ୍‌, ଛୋଟ ଛୋଟ ଆକାରରେ କଟାଯାଇଥିବା ପନିପରିବା (ବନ୍ଧାକୋବି, କ୍ୟାପ୍‌ସିକମ୍‌, ଗାଜର ଆଦି) – ୧/୨...

ଡେଙ୍ଗୁ ଭଲ କରେ ଅମୃତଭଣ୍ଡା ପତ୍ର ଜୁସ୍‌

ବର୍ଷାଋତୁରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ତଥା ଭୟ ରହିଥାଏ। ଏପରିକି ବେଳେବେଳେ ଡେଙ୍ଗୁ ଜୀବନ ମଧ୍ୟ ନେଇଯାଇଥାଏ। ତେବେ ଏହି ମାରାତ୍ମକ ରୋଗରୁ ମୁକ୍ତି...

ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *