Posted inଫୁରସତ

ସ୍ତ୍ରୀଙ୍କ ଆଶା ପୂରଣ ପାଇଁ ତିଆରି କଲେ ଗିଟାର ଆକାରର ଜଙ୍ଗଲ

ଆର୍ଜେଣ୍ଟିନା, ପମ୍ପାସ୍‌ର ଏକ ଉର୍ବର ଚାଷଜମିରେ ଦେଖିବାକୁ ମିଳେ ଏକ ବିରାଟକାୟ ଗିଟାର ଆକାରର ଜଙ୍ଗଲ। ଜଙ୍ଗଲଟି ୭୦୦୦ରୁ ଊର୍ଦ୍ଧ୍ୱ ସାଇପ୍ରେସ୍‌ ଓ ୟୁକାଲିପଟାସ୍‌ ଗଛ ଲଗାଯାଇ ତିଆରି କରାଯାଇଛି। ୧ କି.ମିରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଉକ୍ତ ଜଙ୍ଗଲ ଏରୋପ୍ଲେନ୍‌ ଓ ସାଟେଲାଇଟ୍‌ରୁ ସ୍ପଷ୍ଟ ଦେଖାଯାଏ। ତେବେ ଏହି ଜଙ୍ଗଲ ସୃଷ୍ଟି ପଛରେ ରହିଛି ଏକ ସୁନ୍ଦର ରୋଚକ କାହାଣୀ। ପେଦ୍ରୋ ମାର୍ଟିନ ଉରେଟା ନାମକ ଜଣେ କୃଷକ(ଯାହାଙ୍କୁ ବର୍ତ୍ତମାନ ୭୧ ବର୍ଷ ବୟସ) ଓ ତାଙ୍କ ଚାରି ସନ୍ତାନ ମିଶି ୩୦ ବର୍ଷ ପୂର୍ବେ ଏହି ଜଙ୍ଗଲ ତିଆରି କରିବା ପାଇଁ ବୃକ୍ଷରୋପଣ କରିଥିଲେ। ପେଦ୍ରୋଙ୍କ ସ୍ତ୍ରୀ ଗ୍ରାସିଏଲା ରେଜଜ୍‌ଙ୍କର ଇଚ୍ଛା ଥିଲା ଏମିତି ଏକ ଜଙ୍ଗଲ ତିଆରି କରିବାକୁ। ଦିନେ ସେ ପ୍ଲେନ୍‌ରେ ଗଲାବେଳେ ତଳେ ଏକ କ୍ଷୀରଦୁହାଁ ବାଲ୍ଟି ଆକାରର ଚାଷଜମି ଦେଖିବାକୁ ପାଇଥିଲେ। ଏହାପରେ ସେ ଭାବିଥିଲେ ତାଙ୍କର ପ୍ରିୟ ବାଦ୍ୟଯନ୍ତ୍ର ଗିଟାର ପରି ଏକ ଜଙ୍ଗଲ ତିଆରି କରିବାକୁ। ହେଲେ ହଠାତ୍‌ ୧୯୭୭ରେ ଏକ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟ ହୋଇଗଲା। କିଛିବର୍ଷ ପରେ ପେଦ୍ରୋ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ଲାଗି ପିଲାଙ୍କ ସାହାଯ୍ୟରେ ଗିଟାର ଆକୃତିରେ ବୃକ୍ଷରୋପଣ କଲେ। ବର୍ତ୍ତମାନ ଏହା ଗିଟାର ପରି ଦେଖିବାକୁ ଏକ ସବୁଜ ବନାନୀରେ ରୂପାନ୍ତରିତ ହୋଇଗଲାଣି।


All Right Reserved By Dharitri.Com

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ...

ଫିସ୍‌ ପେଡିକ୍ୟୁୟୋର ପରେ କାଟିବାକୁ ପଡିଲା ଆଙ୍ଗୁଳି

ବେଳେ ବେଳେ ହାତ ଗୋଡ଼ ସୁନ୍ଦର ଦେଖିଯିବା ପାଇଁ ଅଧିକାଂଶ ମହିଳା ପେଡିକୁୟୋର ଓ ମେନିକ୍ୟୁୟୋରର ସାହାରା ନେଇଥାଆନ୍ତି। ଏବେକା ଫ୍ୟାଶନ୍‌ ପାଲଟିଛି ଫିସ୍‌ ପେଡିକ୍ୟୁୟୋର।...

ଦାମୀ ଛତା

ବର୍ଷାର ସାଥୀ ଛତା। ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍‌ର ପ୍ରତୀକ ସାଜିଥାଏ । କାରଣ ସେସବୁର...

ମିଳିଲା ନରଭକ୍ଷୀ ଡାଇନାସୋର ଜୀବାଶ୍ମ…

ବ୍ରାଜିଲ୍‌ର ଦକ୍ଷିଣ ଅଞ୍ଚଳରୁ ଏକ ନରଭକ୍ଷୀ ଡାଇନାସୋର ଜୀବାଶ୍ମ ମିଳିଛି। ଏହି ପ୍ରଜାତିର ଡାଇନାସୋର ୨୩ କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିଲା ବୋଲି...

ଯେଉଁଠି କ୍ଷୀର ବିକିବା ମନା

କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହା ସମସ୍ତଙ୍କୁ ଜଣା। ପ୍ରତ୍ୟେକ ଘରେ ରାତି ପାହିବା ମାତ୍ରକେ କ୍ଷୀର ଆବଶ୍ୟକତା ପଡ଼ିଥାଏ। ଯଦି ସକାଳୁ କ୍ଷୀରବାଲା...

ଟେକ୍ନୋଲୋଜି ମାନିଆ: ଆଇପଡ଼ କିଣିବା ପାଇଁ ନିଜର କିଡ୍‌ନୀ ବିକ୍ରି କରିଦେଲେ

ଟେକ୍ନୋଲୋଜି ମଣିଷକୁ ସଭ୍ୟ କରିଛି ସତ। ହେଲେ ଏଇ ଟେକ୍ନୋଲୋଜି ବି କିଛି ମଣିଷକୁ ପାଗଳ ସଜେଇ ଦେଇଛି। ପରିସଂଖ୍ୟାନର ତଥ୍ୟ ଅନୁସାରେ ଏଭଳି ପାଗଳାମିର...

ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌...

ଉଦ୍ଧବଙ୍କ ସୁପର୍‌ ଆଇଡିଆ

ଆସାମର ଉଦ୍ଧବ କୁମାର ଭରାଲି, ତାଙ୍କ ଭିତରେ ସୁପର୍‌ ଆଇଡିଆ ଭରପୂର୍‌ ହୋଇ ରହିଛି। ଯେଉଁଥିପାଇଁ ଅନେକ ତାଙ୍କୁ ଚଳନ୍ତା ପାୱାର୍‌ ହାଉସ୍‌ ବୋଲି ମଧ୍ୟ...

Leave a comment

Your email address will not be published. Required fields are marked *