ଧଳାବାଘ ଶୁଭ୍ରାଂଶୁ ଅସୁସ୍ଥ

ବାରଙ୍ଗ,୧୩।୧୦(ଡି.ଏନ.ଏ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷକ ଧଳାବାଘ ଶୁଭ୍ରାଂଶୁ ଦ୍ୱିତୀୟଥର ପାଇଁ ଅସୁସ୍ଥ ହୋଇଛି। ୫ବର୍ଷର ଏହି ବାଘ ଶନିବାର ଗୋଟିଏ ସ୍ଥାନରେ ପଡ଼ିରହିବା ସହ କୌଣସି ଖାଦ୍ୟ ଗ୍ରହଣ କରି ନ ଥିଲା। ଯାହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ଫଳରେ ଚିକିତ୍ସକମାନେ ଆସି ଶୁଭ୍ରାଂଶୁକୁ ବାଘସଫାରୀର ଫିଡିଂଚାମ୍ବରରେ ରଖି ଚିକିସ୍‌ା ଆରମ୍ଭ କରିଥିଲେ। ଗତ କିଛିଦିନ ହେବ ଶୁଭ୍ରାଂଶୁ ରୁଗ୍‌ଣ ହେବା ସହ ଦୁର୍ବଳ ହୋଇଆସୁଥିଲା। ସେପ୍ଟେମ୍ବର୨୨ରେ ପ୍ରଥମେ ସେ ଅସୁସ୍ଥ ହେବାସହ ଲିଭରଜନିତ ସମସ୍ୟା ଯୋଗୁ ତରଳ ଝାଡାରେ ଆକ୍ରାନ୍ତ ହୋଇଥିଲା। ଏହାପରଠାରୁ ତା’ର ଚିକିତ୍ସା ଜାରି ରହିଥିଲେ ମଧ୍ୟ ଶନିବାର ହଠାତ ଦୁର୍ବଳ ହୋଇଯାଇଥିଲା। ୨୦୧୪ ଜୁଲାଇ୨୫ରେ ସାଧାରଣ ବାଘ ମନୀଷ ଓ ଧଳାବାଘୁଣୀ ସ୍ନେହା ଔରସରୁ ଶୁଭ୍ରାଂଶୁ ଜନ୍ମଗ୍ରହଣ କରିଥିଲା। ଏବେ ନନ୍ଦନକାନନରେ ୨୬ଟି ବାଘ ରହିଛନ୍ତି ।


All Right Reserved By Dharitri.Com

ହସ୍ପିଟାଲରୁ ନାଗସାପ ଛୁଆ ଉଦ୍ଧାର

ପୁରୀ ଅଫିସ, ୧୪ା୯: ଚନ୍ଦନପୁର ହସ୍ପିଟାଲରୁ ଶୁକ୍ରବାର ଏକ ନାଗସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହି...

କଣ୍ଠରେ ମୃଦଙ୍ଗଠୁ ଭାଓଲିନ୍‌

ଭୁବନ, ୨୬ା୧ – ବିଦ୍ୟୁତ୍‌ ଆଘାତରେ ରୁଦ୍ଧ ହୋଇଯାଇଥିଲା କଣ୍ଠସ୍ବର। ଆଉ କେବେ ଅର୍କେଷ୍ଟ୍ରାରେ ଗୀତ ଗାଇପାରିବେ କି ନାହଁ ତାହାକୁ ନେଇ ସୃଷ୍ଟି ହୋଇଥିଲା...

ସାଧୁସନ୍ଥଙ୍କ ମେଳି, ଝୁଣ୍ଟିଲା ପ୍ରଶାସନ; ସବୁ ମଠର ପରମ୍ପରା ବଞ୍ଚାଇ ରଖାଯିବ: ଜିଲାପାଳ

ପୁରୀ ଅଫିସ, ୩ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର...

କାମରେ ଆସୁନି ଡାଇଭର୍ସନ ରାସ୍ତା

ଡାବୁଗାଁ,୧।୮(ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୨୦୦ ମିଟର ଦୂର ୩୯ ନଂ ରାଜ୍ୟ ରାଜପଥର ଅଙ୍ଗୀ ନଦୀ ଉପରେ ପୂର୍ତ୍ତ ବିଭାଗ...

ଦୁଖିକଁର ପିଛା ନାଇଁ ଛାଡ଼ବାର ଦୁଖ୍‌

ଲୋଇସିଂହା,୧୬।୯(ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗାଁର ଦୁଖି ପଧାନ(୪୫)।  ଟଁକା ପଏସା ଅଭାବୁ ମାଏକିନାର ପଥରୀ ରୋଗ୍‌ର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି...

ଆକର୍ଷିତ କରୁଛି ମେଘମାଳ କାଞ୍ଜିପାଣି ଘାଟି

କେନ୍ଦୁଝର, ୨।୮(ସ୍ବ.ପ୍ର.)- ସମସ୍ତେ ହିଲ୍‌ ଷ୍ଟେଶନରେ ଛୁଟି କାଟିବାକୁ ଭଲ ପାଆନ୍ତି। କିଏ ମସୌରୀ, ଦାର୍ଜିଲିଂ ତ ଆଉ କିଏ କୁଲୁ, ମନାଲି। ଏହି ପାହାଡ଼ିଆ...

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ...

ଜବତ ବଜ୍ରକାପ୍ତା ଜନ୍ମ ଦେଲା ଶାବକ

ବାରିପଦା ଅଫିସ,୧ା୧୧- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ଗତ ମଙ୍ଗଳବାର ରାତିରେ କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟସ୍ଥ ଏକ ଢାବାରୁ ୧୮ କିଗ୍ରା...

Leave a comment

Your email address will not be published. Required fields are marked *