Posted inଖେଳ

ବିଜୟ ହଜାରେ ଟ୍ରଫି: ଶାନ୍ତନୁଙ୍କ ଚମତ୍କାର ବୋଲିଂ, ଓଡ଼ିଶା ବିଜୟୀ

କଟକ ଅଫିସ,୧୩ା୧୦- ଭଦୋଦରାର ମୋତିବାଗ୍‌ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୩୧ ରନରେ ବିଦର୍ଭକୁ ପରାସ୍ତ କରିଛି । ୮ଟି ମ୍ୟାଚ୍‌ ଖେଳି ସାରିଥିବା ଓଡ଼ିଶା ୩ଟି ବିଜୟ ସହ ୧୮ ପଏଣ୍ଟ ସଂଗ୍ରହ କରିଛି । ରବିବାର ବରୋଦା ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ । ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପାଇଁ ଓପନିଂ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର ୩ଟି ଉଇକେଟ ଦଖଲ କରି ଦଳକୁ ବିଜୟ ପଏଣ୍ଟ ପ୍ରଦାନ କରିବାରେ ସହାୟକ ହୋଇଛନ୍ତି । ୧୯ରନରେ ୩ଟି ଉଇକେଟ ହାସଲ କରିବା ମଧ୍ୟ ଶୁଭ୍ରାଂଶୁଙ୍କ ଲିଷ୍ଟ-ଏ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ବଲରେ ଓପନର ଶାନ୍ତନୁ ମିଶ୍ରଙ୍କୁ ୟଶ ଠାକୁର କ୍ୟାଚ୍‌ ଆଉଟ କରାଇଥିଲେ । ଖାତା ଖୋଲିବା ପୂର୍ବରୁ ଶାନ୍ତନୁ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟତମ ଓପନର ସନ୍ଦୀପ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୫୯ରନ ସଂଗ୍ରହ କରିଥିଲେ । ବାମହାତୀ ଅର୍ଥୋଡକ୍ସ ଆଦିତ୍ୟ ସରୱାତେ ସନ୍ଦୀପଙ୍କୁ ୨୬ରନରେ କ୍ଲିନ ବୋଲ୍ଡ କରିଥିଲେ । ପରେ କ୍ରିଜକୁ ଆସିଥିବା ଦେବାଶିଷ ସାମନ୍ତରାୟ ମଧ୍ୟ ୫ରନରେ ସରୱାତେଙ୍କ ଶିକାର ପାଲଟିଥିଲେ । ସମନ୍ବୟ ଅଭାବରୁ ଶୁଭ୍ରାଂଶୁଙ୍କୁ ୩୪ରନରେ ରନଆଉଟ ହେବାକୁ ପଡ଼ିଥିଲା । ଓଡ଼ିଶାର ଦଳୀୟ ସ୍କୋର ୭୧ ଥିବା ବେଳେ ୪ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇ ସାରିଥିଲେ । ୫ମ ଉଇକେଟ ଭାଗିଦାରୀରେ ଓଡ଼ିଶା ସଂଗ୍ରହ କରିଥିଲା ୧୧୬ରନ। ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ଓ ଅଲରାଉଣ୍ଡର ଅଭିଷେକ ରାଉତଙ୍କ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏଠାରେ ଗୋବିନ୍ଦ ଲିଷ୍ଟ-ଏ କ୍ୟାରିୟରର ୧୨ତମ ଅର୍ଦ୍ଧଶତକ ସଂଗ୍ରହ କରିଛନ୍ତି। ଅଭିଷେକ ୪୧ରନରେ ଆଉଟ ହୋଇଥିଲେ । ପରେ ୮୭ବଲରୁ ୭ଟି ଚୌକା ଓ ଗୋଟିଏ ଛକା ବଳରେ ୭୬ରନ କରିଥିବା ଗୋବିନ୍ଦ ୟଶଙ୍କ ଶିକାର ହୋଇଥିଲେ। ନବାଗତ ପ୍ରୟାସ ସିଂ ୧୪ରନ କରିଛନ୍ତି । ଓଡ଼ିଶା ୮ ଉଇକେଟ ହରାଇ ୨୨୪ରନ କରିଥିଲା। ବିଦର୍ଭ ପକ୍ଷରୁ ୟଶ ଠାକୁରଙ୍କୁ ସର୍ବାଧିକ ୩ଟ ଉଇକେଟ ମିଳିଥିଲା । ୨୨୫ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ବିଦର୍ଭ ମଧ୍ୟ ପ୍ରଥମ ଓଭରରୁ ଝୁଣ୍ଟି ଥିଲା । ଦଳୀୟ ସ୍କୋରର ଖାତା ଖୋଲିବା ପୂର୍ବରୁ ଓପନର ଫୈଜ ଫଜଲ ରନଆଉଟ ହୋଇଥିଲେ । ପରେ ୧୫ରନରେ ୨ଟି ଓ ୫୦ରନରେ ବିଦର୍ଭର ୫ଟି ଉଇକେଟ ପତନ ଘଟିଥିଲା । ଦଳ ସଙ୍କଟରେ ଥିବା ବେଳେ ବ୍ୟାଟିଂ କ୍ରମ ୮ନଂରେ କ୍ରିଜକୁ ଆସିଥିବା ଅକ୍ଷୟ କନେର୍‌ଓାର ଓ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅକ୍ଷୟ ୱାଡେକର କିଛି ଓଭର ଧରି ଓଡ଼ିଶାର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ। ଉଭୟଙ୍କ ବ୍ୟାଟରୁ ବଡ଼ ସଟ୍‌ ଦେଖିବାକୁ ମିଳିଥିଲା । ଅକ୍ଷୟଙ୍କୁ ୪୩ରନରେ ଆଉଟ କରି ଡାହାଣହାତୀ ସ୍ପିନ ବୋଲର ଶାନ୍ତନୁ ଓଡ଼ିଶା ନିମନ୍ତେ ସବୁଠାରୁ ବଡ ବ୍ରେକଥ୍ରୁ ଦେଇଥିଲେ । ପରେ ଶାନ୍ତନୁ ଆଉ ୨ଟି ଉଇକେଟ ଦଖଲ କରିଥିବା ବେଳେ କନେର୍‌ଓାରଙ୍କୁ ୭୦ରନରେ ଦେବବ୍ରତ ପ୍ରଧାନ ଆଉଟ କରି ବିଦର୍ଭକୁ ପରାଜୟର ଦ୍ୱାର ଦେଖାଇଥିଲେ । ଦେବବ୍ରତ ଓ ପପୁ ରାୟ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି । ପ୍ରୟାସ ଓ ଅଭିଷେକ ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି ।


All Right Reserved By Dharitri.Com

Posted inଖେଳ View All

ସନ୍ତୋଷ ଟ୍ରଫି: ଓଡ଼ିଶାର ବିଜୟ ଅଭିଯାନ

କଟକ ଅଫିସ,୨୩ା୯- ପଶ୍ଚିମବଙ୍ଗର କଲ୍ୟାଣୀଠାରେ ୭୪ତମ ଜାତୀୟ ଫୁଟବଲ ଚାମ୍ପିୟନଶିପ ସନ୍ତୋଷ ଟ୍ରଫିର ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି...

ରୋନାଲ୍ଡୋଙ୍କ ରେକର୍ଡ

ଲିସବନ,୫।୯- ଜୁଭେଣ୍ଟସ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ଦଶମ ଥର ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ପର୍ତ୍ତୁଗୀଜ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ର ଜୋଆଓ...

ଶ୍ରୀଲଙ୍କା ପ୍ରଶଂସକଙ୍କ ସହ ଜନ୍ମଦିନ ପାଳିଲେ ଓ୍ବିଲିୟମସନ

କଲମ୍ବୋ,୯।୮- ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ଫାଇନାଲରେ ପହଞ୍ଚାଇଥିବା ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ପ୍ରଶଂସକଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି।...

୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରସିଦ

ଚଟୋଗ୍ରାମ,୫।୯: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍‌ ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ବାଂଲାଦେଶ...

ପଡିଆରେ ମ୍ୟାଚ୍‌ ଚାଲିଥିବାବେଳେ ଅମ୍ପାୟାରଙ୍କ ଅଚାନକ ମୃତ୍ୟୁ

କରାଚି,୮।୧୦: ପାକିସ୍ତାନରେ ଏକ କ୍ଲବସ୍ତରୀୟ ମ୍ୟାଚ୍‌ ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମ୍ୟାଚ୍‌କୁ ପରିଚାଳନା କରୁଥିବାବେଳେ ଅମ୍ପାୟାର ନସିମ ଶେଖ ଅଚାନ୍‌ ପଡିଆରେ ଟଳିପଡିଥିଲେ।...

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଥାନ ପାଇଲା ମହିଳା କ୍ରିକେଟ

ମେଲବୋର୍ନ,୧୩।୮(ପିଟି)- ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବାକୁ ଯାଉଛି ମହିଳା କ୍ରିକେଟ୍‌। ୨୦୨୨ରେ ବର୍ମିଂହାମ ସଂସ୍କରଣରେ ମହିଳା ଟି୨୦ ସାମିଲ କରାଯିବା ନେଇ...

ବିରାଟଙ୍କୁ ସମ୍ରାଟ ଭାବେ ସଜେଇଲା ଆଇସିସି

ନୂଆଦିଲ୍ଲୀ, ୬।୬:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଏକ ନିଆରା ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇଂଲଣ୍ଡରେ ବିଶ୍ୱକପ୍‌ ଚାଲିଥିବାବେଳେ ବିରାଟଙ୍କୁ...

କ୍ରିକେଟ ନିଶା: ବିବାହ ସାରି କନ୍ୟାକୁ ଧରି ଘରକୁ ଫେରିଲେ ବର, ଆଉ ତା‘ପରେ…

ଓ୍ବାଶିଂଟନ୍‌,୭।୧୧: ଅନେକ ଦେଶରେ କ୍ରିକେଟର ନିଆରା ଫ୍ୟାନ୍‌ ଆପଣ ଦେଖିଥିବେ। ସେମିତି ଜଣେ ଅଜବ ଫ୍ୟାନ୍‌ ହେଉଛନ୍ତି ହାସନ ତସଲୀନ। ପାକିସ୍ତାନ କ୍ରିକେଟ ଟିମର ଏହି...

Leave a comment

Your email address will not be published. Required fields are marked *