ଆଜି ବିରାଜିବେ ଧନଦାତ୍ରୀ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ମା’ ଦୁର୍ଗତିନାଶିନୀଙ୍କ ବିଦାୟ ପରେ ଧରାବତରଣ କରିବାକୁ ଯାଉଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ଧନଧାନ୍ୟରେ ଜନମାନସକୁ ସମୃଦ୍ଧି କରିବାକୁ ପ୍ରତିବର୍ଷ ଧରାପୃଷ୍ଠକୁ ଓହ୍ଲାଇଥାନ୍ତି ମା’ ଗଜଲକ୍ଷ୍ମୀ। ଏନେଇ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିଳ୍ପୀମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଇସାରିଥିବାବେଳେ ସହରରେ ଶୋଭାପାଉଛି ଆକର୍ଷଣୀୟ ତୋରଣ। ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପରେ ପରିବେଶ ସଚେତନ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ଗଜଲକ୍ଷ୍ମୀ ପୂଜାମଣ୍ଡପଭାବେ ପରିଚିତ ଲକ୍ଷ୍ମୀସାଗର ଗଜଲକ୍ଷ୍ମୀ ପୂଜା ସମିତି ଚଳିତବର୍ଷ ୨୯ବର୍ଷରେ ପଦାର୍ପଣ କରିଛି। ଏଥର ୭୦ଫୁଟ ଉଚ୍ଚତା ଓ ୮୦ ଫୁଟ ଓସାର ବିଶିଷ୍ଟ ଲଣ୍ଡନର ବଙ୍କିମ୍‌ ହୋମ୍‌ ପ୍ୟାଲେସ୍‌ ସଦୃଶ ତୋରଣ ଏଠାରେ ନିର୍ମାଣ କରାଯାଇଛି। ପ୍ରଥମଥର ପାଇଁ ଏଠାରେ ମା’ଙ୍କୁ ୬ କେଜିର ଚାନ୍ଦି ମୁକୁଟ ଓ ହାର ଅର୍ପଣ କରାଯିବ। ୧୩ ତାରିଖରୁ ପୂଜା ଆରମ୍ଭ ହୋଇ ୧୯ ପର୍ଯ୍ୟନ୍ତ ଚାଲିବ ଏବଂ ୨୦ରେ ବିସର୍ଜନ କରାଯିବ। ୭ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ପ୍ଲାଷ୍ଟିକ୍‌ ବ୍ୟାନ୍‌ ପ୍ରତି ଲୋକଙ୍କୁ ସଚେତନ କରାଯିବ। ସେହିଭଳି ବିଜେବି ନଗରସ୍ଥିତ ମହାବୀର ଯୁବକ ସଂଘ ପକ୍ଷରୁ ସ୍ବତନ୍ତ୍ର ଥିମ୍‌ ତୋରଣ ନିର୍ମାଣ କରାଯିବ। ତୋରଣ ଜରିଆରେ ଲୋକଙ୍କୁ ପ୍ଲାଷ୍ଟିକ୍‌ ବର୍ଜନ ଓ ଜଳ ସଂରକ୍ଷଣ ଆଦି ସଚେତନତା ବାର୍ତ୍ତା ଦିଆଯିବ। ବର୍ଷାଜଳକୁ କିପରି ସଂରକ୍ଷଣ କରାଯାଇପାରିବ ତାହା ଏଠାରେ ପ୍ରଦର୍ଶିତ କରାଯିବ। ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେହିଭଳି ବାପୁଜୀ ନଗର ୟୁଥ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୫୪ବର୍ଷରେ ପଦାର୍ପଣ କରିଥିବାବେଳେ ଏଠାରେ ଏଥର ମା’ଙ୍କ ମୂର୍ତ୍ତି ବାହାରୁ ଅଣାଯାଇ ସ୍ଥାପନା କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ତୋରଣ ଏଠାକାର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିବ। ନୟାପଲ୍ଲୀ ଯୁବ ପରିଷଦ ପକ୍ଷରୁ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାରେ ଚଳିତବର୍ଷର ଆକର୍ଷଣ ରହିବ ରାଜସ୍ଥାନୀ ମନ୍ଦିର ସାଙ୍ଗକୁ ମା’ଙ୍କ ୨କେଜିର ରୁପା ମୁକୁଟ, ମଥାମଣି ଓ ହାର। ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୭ବର୍ଷରେ ପଦାର୍ପଣ କରିଥିବା ୟୁନିଟ୍‌-୩ ଖାରବେଳନଗର ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପକ୍ଷରୁ ଆୟୋଜିତ ମା’ ଧନଦାତ୍ରୀଙ୍କ ପୂଜାରେ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାରେ ଅବଦାନ ପାଇଁ ବିଏମ୍‌ସିର ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହାଛଡ଼ା ପୁରୁଣା ଷ୍ଟେସନବଜାର, ଭିଏସ୍‌ଏସ୍‌ ନଗର, ୟୁନିଟ-୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦ, ବରମୁଣ୍ଡା, ଶିରିପୁର, ୟୁନିଟ୍‌-୬, ଅଶୋକନଗର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସିଆର୍‌ପି, ମଞ୍ଚେଶ୍ୱର, ଚକେଇସିହାଣି, ରସୁଲଗଡ଼, ୟୁନିଟ-୯, ପୁରୁଣା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ପୂଜାମଣ୍ଡପରେ ମା’ ବିରାଜିତ ହେବେ।


All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

କପ୍ତିପଦା,୩ା୧୨(ଡ଼ିଏନ୍‌ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଞ୍ଚଳରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି...

ବୁଧବାର ବନକଲାଗି: ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୧୧ା୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ...

୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪...

ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା

ସଜନାଗଡ଼, ୨୫।୧(ଡି.ଏନ.ଏ.)-ନୀଳଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ନୀଳଗିରି ଜେଲ୍‌ରୋଡ଼ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପ୍ରକଳ୍ପସ୍ତରୀୟ ପରିଚାଳନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ସ୍ଥାନୀୟ...

ବଦଳିବ ଭୁବନେଶ୍ୱରର ପାର୍କିଂ ଢାଞ୍ଚା

ଭୁବନେଶ୍ୱର,୭।୨(ବ୍ୟୁରୋ): ସହରର ପାର୍କିଂ ପଲିସି ଓ ଏନ୍‌ଏମ୍‌ଟି କାର୍ଯ୍ୟକାରିତା ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ), ଭୁବନେଶ୍ୱର ମହାନଗର...

ମହାପ୍ରଭୁଙ୍କ ପାଇଁ ମାମୁଘରୁ ଆସିବ ପୋଢୁଆଁ ବସ୍ତ୍ର

ପୁରୀ ଅଫିସ, ୨୪।୯: କଟକ ଜିଲା ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଁଘର ବୋଲି ଲୋକମୁଖରେ ପରିଚିତ। ତେଣୁ ପ୍ରଥମାଷ୍ଟମୀରେ ପୋଢୁଆଁ ବସ୍ତ୍ର...

ସୁନ୍ଦରବନ ଛୁଇଁବ ବୁଲ୍‌ବୁଲ୍‌

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା...

ବିନା ଦୋଷରେ ଜେଲ କାଟିଲେ ବାପପୁଅ

ବାରିପଦା ଅଫିସ/ ରାଇରଙ୍ଗପୁର, ୨୯।୭(ଡି.ଏନ୍‌.ଏ.) ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ...

Leave a comment

Your email address will not be published. Required fields are marked *