ପ୍ରହସନ ପାଲଟିଛି ୫-ଟି, ପଛେଇଛି ଯାଜପୁର ଜିଲା ବିକାଶ

ଯାଜପୁର ଅଫିସ,୧୩।୧୦- ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଲୋକଙ୍କ ଜୀବନଧାରଣ ମାନରେ ସେତେଟା ଉନ୍ନତି ପରିଲକ୍ଷିତ ହୋଇନାହିଁ। ଜିଲାର ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ନେତୃବର୍ଗ ଏବଂ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଜିଲାର ବିକାଶ ପରାହତ ହେଉଛି। ଦାୟିତ୍ୱରେ ଥିବା ଅଧିକାଂଶ ଅଧିକାରୀ ଓ କର୍ମଚାରୀ ଦୁର୍ନୀତିରେ ବୁଡି ରହିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଦୁର୍ବଳ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ପ୍ରଭାବଶାଳୀ ଅଧିକାରୀଙ୍କୁ ଆହୁରି ସୁରକ୍ଷା ଯୋଗାଇ ଦିଆଯାଉଛି। ଏହିସବୁ କାର୍ଯ୍ୟରେ ଜଣେ ପ୍ରଭାବଶାଳୀ ରାଜନେତା ଓ ଜିଲାସ୍ତରୀୟ ଅଧିକାରୀଙ୍କ ସମ୍ପୃକ୍ତି ଦୁର୍ନୀତିକୁ ଅଧିକ ପ୍ରୋତ୍ସାହିତ କରୁଛି। ଫଳରେ ଯାଜପୁର ଜିଲାରେ ରାଜ୍ୟ ସରକାରଙ୍କ ୫-ଟି ଆଇନ ପ୍ରହସନ ହେଉଥିବାରୁ ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି।
ଜିଲାରେ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବିରୋଧି ଦଳ ଓ ସାମାଜିକ ସଂଗଠନ କାର୍ଯ୍ୟକର୍ତ୍ତାମାନେ ବାରମ୍ବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ମାତ୍ର ଜିଲାପାଳ ତଥା ବିଭାଗୀୟ ଅଧିକାରୀମାନେ ଚିରାଚରିତ ଢଙ୍ଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ପ୍ରଶାସନ, ଅଭିଯୋଗକାରୀ ସଂଗଠନ ତଥା ରାଜନୈତିକ ନେତୃବୃନ୍ଦ ନୀରବି ଯାଉଛନ୍ତି। କୌଣସି ରାଜନୈତିକ ଦଳ ପକ୍ଷରୁ ସେଭଳି ଦୃଢ଼ଭାବେ ବିରୋଧ ହେଉ ନ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜିଲାରେ ମୋ ସରକାର ଯୋଜନା ମଧ୍ୟ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେବା ନେଇ ସଂଶୟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଜିଲାରେ କେତେଜଣ ଆଗଧାଡ଼ିର ନେତୃବର୍ଗ ଓ ପ୍ରଶାସନିକ ଅଧିକାରୀ ନାଚଗୀତକୁ ଯେତିକି ପ୍ରାଧାନ୍ୟ ଦେଉଛନ୍ତି, ବିକାଶ ପ୍ରତି ସେତିକି ଆନ୍ତରିକତା ଦେଖାଉ ନ ଥିବା ମନେହେଉଛି। ଜିଲାରେ ପ୍ରତିବର୍ଷ ମରୁଡ଼ି/ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ଜିଲା ପ୍ରଶାସନ ତରଫରୁ ଏହାର ଆଶୁ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଜିଲାର ଚାଷୀ ପ୍ରତ୍ୟେକ ବର୍ଷ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) କର୍ମଚାରୀମାନେ ଚଞ୍ଚକତା କରି ଚାଷୀଙ୍କ ନାମରେ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମେତ ଲକ୍ଷାଧିକ ଟଙ୍କା ହଡ଼ପ କରି ଚାଲିଛନ୍ତି। ମଙ୍ଗଳପୁର, ମାର୍କଣ୍ଡପୁର, ବନ୍ଦାଳୋ, ବ୍ରହ୍ମବରଦା, ରଖିଦେଈପୁର, ରସୁଲପୁର ପ୍ରଭୃତି ପ୍ୟାକ୍ସରେ ଏହାର ନଜିର ରହିଛି। କୋର ନେଟୱାର୍କ ହିସାବରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡ଼କ ସଂଯୋଗ ନ ହେବା ଜିଲା ବିକାଶର ନଗ୍ନ ନମୁନା ସାମ୍ନାକୁ ଆସିଛି। ମୂଲ୍ୟବାନ ଭୂ-ସମ୍ପଦ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଯାଜପୁର ଜିଲାର ବିକାଶ ପାଇଁ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିରେ ମହଜୁଦ ରହିଛି। ହେଲେ ଜିଲା ପ୍ରଶାସନ ଏହାର ଅଧା ଅର୍ଥ ମଧ୍ୟ ଖର୍ଚ୍ଚ କରିପାରି ନାହିଁ। ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାଳିଆ, ଆମ ଗାଁ ଆମ ବିକାଶ ଆଦି ଯୋଜନାରେ ଉପଯୁକ୍ତ ହିତାଧିକାରୀ ବଞ୍ଚିତ ହେଉଥିବାବେଳେ ଥିଲାବାଲାଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଥିବା ଦେଖିବାକୁ ମିଳିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ଠିକ୍‌ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ରସୁଲପୁର ବ୍ଲକ ଭଗୀରଥପୁର, ନଠୁଆବର, ଟିକରପଡା, ନୂଆହାଟ, ନଗୁଆଁ ପ୍ରଭୃତି ଗ୍ରାମର ଲୋକେ ତାମିଲନାଡୁ, ଗୁଜୁରାଟ ଆଦି ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ନଗଡ଼ାର ବିକାଶ ପାଇଁ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି। ତଥାପି ନଗଡ଼ାରେ ଏବେ ବି ପୁଷ୍ଟିହୀନତା ଦେଖିବାକୁ ମିଳୁଛି। ଶିଳ୍ପ ଓ ଖଣି ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ଅଭିଜ୍ଞତା ଆଳରେ ବାହାର ରାଜ୍ୟର ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏ ବିଷୟରେ ମଧ୍ୟ ପ୍ରଶାସନ କୌଣସି ସମାଧାନ କରି ପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ, ବିକ୍ଷୋଭ, ଧାରଣା ଭଳି ଅଶାନ୍ତି ଦେଖିବାକୁ ମିଳୁଛି। ଏହାବାଦ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ଆଡଭୋକେଟ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ରାଜନୈତିକ ଧୋକାବାଜି ଯୋଗୁ ଅଞ୍ଚଳର ବିକାଶ ହୋଇପାରୁ ନାହିଁ। ସେଥିପାଇଁ ଜିଲାର ଭୌଗୋଳିକ ସ୍ଥିତିରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି। ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କୁହନ୍ତି, ରାଜ୍ୟ ସରକାରଙ୍କ ମୋ ସରକାର ନୁହେଁ, ଯାଜପୁର ଜିଲାରେ ଅଫିସରଙ୍କ ସରକାର ଚାଲିଛି। କୌଣସି ବିଭାଗରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ନାହିଁ। ଏଠାରେ ସରକାରଙ୍କ ୫-ଟି ଆଇନ ପ୍ରହସନ ହୋଇଛି। ଏନେଇ ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ତେଣୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।


All Right Reserved By Dharitri.Com

ପ୍ରଶାସନ ପକ୍ଷରୁ ୨ୟ ପର୍ଯ୍ୟାୟ ଉଚ୍ଛେଦ ମାଟିରେ ମିଶିଲା ଛୋଟାଙ୍କ ଆଉ ୨୪ ବଖରା

ଖୋର୍ଦ୍ଧା ଅଫିସ,୨୨। ୭ ବ୍ରାଉନସୁଗାର ଓ ପଥର ବ୍ୟବସାୟୀ ସୁଧାଂଶୁ ପରିଡା ଓରଫ ଛୋଟା ଏସଟିଏଫ ରିମାଣ୍ଡ ଅବଧି ସରିଲା ପରେ ଏବେ ଖୋର୍ଦ୍ଧା ସବ୍‌ଜେଲରେ...

ଟାର୍ଗେଟରେ ଟିକସ ଫାଙ୍କୁଥିବା ଖଣି ମାଲିକ, ସହଯୋଗୀ : ଓଡ଼ିଶା, କଲିକତାର ୧୧ ସ୍ଥାନରେ ଆୟକର ବିଭାଗ ଚଢ଼ାଉ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ଦୀର୍ଘଦିନ ଧରି ଟିକସ ଫାଙ୍କୁଥିବା ଖଣି ମାଲିକ ଓ ସହଯୋଗୀଙ୍କୁ ଟାର୍ଗେଟ କରିଛି ଆୟକର ବିଭାଗ। ମଙ୍ଗଳବାର ସେମାନଙ୍କ କାର୍ଯ୍ୟାଳୟ ଓ ବାସଭବନରେ...

ଆଉଟ୍‌ସୋର୍ସିଂ ପ୍ରତିବାଦରେ ଧାରଣା

ବ୍ରହ୍ମପୁର ଅଫିସ,୧୦ା୮-ମଧ୍ୟାହ୍ନଭୋଜନ ଏବଂ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିବା ମାନ୍ନା ଟ୍ରଷ୍ଟର କର୍ମଚାରୀମାନେ ଆଉଟ୍‌ସୋର୍ସିଂକୁ ପ୍ରତିବାଦ କରି ଶୁକ୍ରବାର ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ...

ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି। ବୁଧବାର ବିଧାନସଭାର...

ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, ସ୍ବତନ୍ତ୍ର ସହାୟତା ପାଇଁ ପ୍ରତିଶ୍ରୁତି

ବଲାଙ୍ଗୀର ଅଫିସ, ୧୬।୮: ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନକରି ଶନିବାର ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଜିଲାର ବନ୍ୟା ପରିସ୍ଥିତି...

ସୁରଟ ଫେରନ୍ତା ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୩ା୧୦-ସୁରଟରୁ ବ୍ରହ୍ମପୁର ଫେରୁଥିବା ଜଣେ ନାବାଳକଙ୍କର ଏମ୍‌କେସିଜିରେ ଶନିବାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲା ବଡଗଡ ଗୌଡ଼ ସାହିର ରଘୁନାଥ ଗୌଡ଼ଙ୍କ...

ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ...

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ...

Leave a comment

Your email address will not be published. Required fields are marked *