ଧରିତ୍ରୀ ପ୍ରଭାବ: ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିଲେ ଡବ୍ଲ୍ୟୁସିଡିଓ 

ବିଞ୍ଝାରପୁର,୧୩ା୧୦(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗର କାର୍ଯ୍ୟକଳାପକୁ ନେଇ ‘ଧରିତ୍ରୀ’ରେ ଗତ ୧୯ତାରିଖରେ ଖବର ପ୍ରକାଶିତ ହୋଇଥିଲା। ସେଥିରେ ବିଞ୍ଝାରପୁର ବ୍ଲକରେ ଚାଲୁଥିବା ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଓ ଏଥିରେ ହେଉଥିବା ଅନିୟମିତତା ସମ୍ପର୍କରେ ପ୍ରକାଶ ପାଇଥିଲା। ଏହାର ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିଛି। ଏହି ଖବରର ସତ୍ୟାସତ୍ୟ ଜାଣିବାକୁ ଶୁକ୍ରବାର ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ (ଡବ୍ଲ୍ୟୁସିଡିଓ) ବିଜୟାଲକ୍ଷ୍ମୀ ପଣ୍ଡା ବିଞ୍ଝାରପୁର ବ୍ଲକର ଉକ୍ତ ୨ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନରେ ଆସି ତଦନ୍ତ କରି ଫେରିଯାଇଛନ୍ତି। ଏହି ଦୁଇଟି କେନ୍ଦ୍ର ହେଲା ଆଉଁରୀ ପଞ୍ଚାୟତର କରପଦା-୧ ଓ ଉଦ୍ରଙ୍ଗ ପଞ୍ଚାୟତର ସାଇକୂଳ-୧ କେନ୍ଦ୍ର। ଡବ୍ଲ୍ୟୁସିଡିଓଙ୍କ ଏହି ତଦନ୍ତ ସମୟରେ କରପଦା ଅଙ୍ଗନୱାଡି କେନ୍ଦ୍ରର ପରିଚାଳନା ସମ୍ପର୍କରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ଧରିତ୍ରୀରେ ପ୍ରକାଶିତ ଖବରରେ ସତ୍ୟତା ଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ। ଏହି ତଦନ୍ତ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଥିଲା। କରପଦା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଜଣକ ଅନ୍ୟ ବିଦ୍ୟାଳୟର ୫ରୁ ୬ଜଣ ପିଲାଙ୍କୁ ବସାଇ କେନ୍ଦ୍ର ଖୋଲା ରଖୁଥିଲାବେଳେ ପ୍ରକୃତରେ କେନ୍ଦ୍ର ଆଦୌ ଖୋଲାଯାଏ ନାହିଁ ଓ କେନ୍ଦ୍ରରେ ହେଉଥିବା ଅନିୟମିତତା ସମ୍ପର୍କରେ ଡବ୍ଲ୍ୟୁସିଡିଓଙ୍କ ନିକଟରେ ଗ୍ରାମବାସୀ ଫେରାଦ ହୋଇଥିଲେ। ଏପରିକି ଏହି କେନ୍ଦ୍ରରୁ ଶିଶୁଙ୍କ ଭୋଜନ ପାଇଁ ଆସୁଥିବା ଚାଉଳ, ଡାଲିକୁ କେତେଜଣ ରାଜନୈତିକ ବ୍ୟକ୍ତି ନେଇଯାଉଥିବା ଜାଣିବାକୁ ମିଳିଥିଲା। ଏହି ତଦନ୍ତ ସମୟରେ ଡବ୍ଲ୍ୟୁସିଡିଓ ଉକ୍ତ ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ରର ସମସ୍ତ କାଗଜପତ୍ର ଜବତ କରି ନେଇଥିଲେ। ସେହିପରି ଉଡ୍ରଙ୍ଗ ଗ୍ରାପର ସାଇକୁଳ-୧ ଅଙ୍ଗନୱାଡି କେନ୍ଦ୍ର ତଦନ୍ତ ସମୟରେ ବହୁ ଅନିୟମିତତା ହୋଇଥିବା ଡବ୍ଲ୍ୟୁସିଡିଓ ଜାଣିବାକୁ ପାଇଥିଲେ। ତଦନ୍ତ ସମ୍ପର୍କରେ ଡବ୍ଲ୍ୟୁସିଡିଓ ବିଜୟାଲକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରେ, ବିଞ୍ଝାରପୁର ବ୍ଲକରେ ‘କାଗଜକଲମରେ ଚାଲିଛି ମହିଳା ଓ ଶିଶୁ ବିକାଶ’ ଶୀର୍ଷକ ଧରିତ୍ରୀରେ ପ୍ରକାଶିତ ପରେ ତଦନ୍ତ କରିବାକୁ ଆସିଥିଲେ। ତେବେ ତଦନ୍ତର ବିବରଣୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପଣ୍ଡା କହିଛନ୍ତି।


All Right Reserved By Dharitri.Com

ଶାରୀଶୁଆ ପାହାଡ଼ ଖଣି ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟ ବନସଂରକ୍ଷକ, ଜିଲାପାଳ

ଖଇରା,୨୦।୧୧(ଡି.ଏନ.ଏ.):  ଦୁଇ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠି ଓ ହରିଶଙ୍କର ଉପାଧ୍ୟାୟ ଏବଂ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୁଧବାର ଖଇରା ଓ କପ୍ତିପଦା...

ତରବରିଆ ପଦକ୍ଷେପ ସମସ୍ୟାକୁ କରିଛି ଜଟିଳ

ଯୋଡ଼ା, ୧୧।୧୦(ଡି.ଏନ.ଏ.)- ଯୋଡା ଅଞ୍ଚଳର ପ୍ରଦୂଷଣ ସମସ୍ୟା ବୃଦ୍ଧି ନେଇ ସ୍ଥାନୀୟ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ଉଁଚ୍ଚବାଲୀ ଗ୍ରାମବାସୀଙ୍କ ପକ୍ଷରୁ ଖାଲଖମାରେ ଭର୍ତ୍ତି...

ଅନାସ୍ଥା ବୈଠକ ସ୍ଥଗିତ: ରାତି ଅଧିଆ ଚିଠିକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୧।୧୦-ଅନୁଗୋଳ ବ୍ଲକ ଖଲାରୀ ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଶୁକ୍ରବାର ହେବାକୁ ଥିବା ଅନାସ୍ଥା ବୈଠକ ସ୍ଥଗିତ ରହିଛି। ଗୁରୁବାର ସନ୍ଧ୍ୟା ୭ଟା...

ପିଲାଙ୍କ ଖୁସି ମୋ ଜୀବନର ସମ୍ବଳ

ଆନନ୍ଦପୁର,୫।୮(ସ୍ବ.ପ୍ର.): ଏମିତି ବି ମଣିଷ ଥାନ୍ତି। ନିଜଠାରୁ ଅଧିକ ଅସହାୟ ଲୋକ ଏବଂ ପରୋପକାର କଥା ଚିନ୍ତା କରିଥାନ୍ତି। ଆଜି ବି ସମାଜରେ ଭଲ ଲୋକ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ...

ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ...

ସମୀକ୍ଷା ହେଲେ ରଜ କୁଇନ୍‌

ତିହିଡ଼ି, ୧୫।୬ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଚଉଁରୀ ଗଁ।ରେ ଶୁକ୍ରବାର ରଜବତୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ...

ଦରବୃଦ୍ଧି ରୋକିବା ଦାବି କଲା ସିପିଆଇଏମ୍‌

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ) ସିପିଆଇଏମ୍‌ ଭୁବନେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଆକାଶଛୁଆଁ ଦରବୃଦ୍ଧି ରୋକିବା ଦାବିରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା...

Leave a comment

Your email address will not be published. Required fields are marked *