ମୂଢ ମଣିଷକୁ ମହାଶିକ୍ଷା

ଉପେନ୍ଦ୍ର ବିଶ୍ୱାଳ
ସେ ଅନେକ ଦିନ ତଳର, ଆଜିପରି ଧୂ ଧୂ ଏକ ଖରାବେଳର କଥା। ରାଜ୍ୟ ପରିକ୍ରମାରୁ ନଅରକୁ ଫେରୁଥିଲେ ପଞ୍ଜାବକେଶରୀ ରଣଜିତ୍‌ ସିଂହ। ହଠାତ୍‌ ଟେକାଟିଏ ଆସି ମଥାରେ ବାଜେ। ଅଶ୍ୱପୃଷ୍ଠରୁ ଓହ୍ଲାଇ ଚଟ୍‌କରି ଚଟାଣରେ ବସିପଡ଼ନ୍ତି ନୃପତି। ରକ୍ତର ଗାର ଦେଖି ଚାରିଦିଗକୁ ଖେଦିଗଲେ ସୈନ୍ୟସାମନ୍ତ। ଧରାହୋଇ ଆସନ୍ତି ଶୀର୍ଣ୍ଣକାୟା ଜଣେ ବୃଦ୍ଧା ଭିକାରୁଣୀ। ରିକ୍ତ ହସ୍ତରେ ଫେରିଲାବେଳେ ଆଖିରେ ପଡ଼େ ଆମ୍ବ ତୋଟାଟିଏ। ପିଲାଙ୍କ ମୁହଁରେ ଫଳାହାର ଦେଇ କ୍ଷୁଧା ଟିକିଏ ପ୍ରଶମିତ କରିବା ଲକ୍ଷ୍ୟ ନେଇ ବୃଦ୍ଧା ପଶିଲେ ତୋଟାରେ। ଆମ୍ବ ପାରିବାକୁ ଯାଇ ଫୋପାଡ଼ିଥିବା ଟେକାଟି ବାଜିଲା ଯାଇ ଛାମୁଙ୍କ ଶିରରେ। ଏହିପରି ସତ୍ୟ ପ୍ରକାଶ କରି ସେ କ୍ଷମାପ୍ରାର୍ଥନା କରିଛନ୍ତି ମହାରାଜଙ୍କ ଆଗରେ। ସେତେବେଳକୁ ପ୍ରଜାଙ୍କର ଦୟନୀୟ ସ୍ଥିତିକୁ ନେଇ ରାଜାଙ୍କର ଚୈତନ୍ୟ ଉଦୟ ହୋଇ ସାରିଥିଲା। ବୃଦ୍ଧା ମାଆଟି ମହାଶିକ୍ଷାଟିଏ ଦେଇଛନ୍ତି ବୋଲି ନମ୍ରତାର ସହିତ ସ୍ବୀକାର କରିଛନ୍ତି ମହାରାଜ ରଣଜିତ୍‌ ସିଂହ। ଠିକ୍‌ ସେହିପରି ଶ୍ରୀମନ୍ଦିରର ସର୍ବେସର୍ବା ବୋଲି ନିଜକୁ ବିଚାରୁଥିବା ମୂଢ଼ ମଣିଷମାନଙ୍କ ପାଇଁ ପ୍ରକୃତି ମାଆର ‘ଫନୀ’ମାଡ଼ ଶକ୍ତ ଏକ ଚେତାବନୀ, ଏକ ମହାଶିକ୍ଷା ନୁହେଁ କି?
୧୯୯୯ ମସିହାରେ ସମ୍ପୂର୍ଣ୍ଣ ଓଲଟି ଯାଇଥିଲା ସମଗ୍ର ଉପକୂଳ ଓଡ଼ିଶାର ଚିତ୍ରପଟ। ଦେହ ଶୀତେଇ ଉଠେ ସ୍ମରଣ କଲେ ସେ ଭୟଙ୍କର ସ୍ମୃତିକୁ। ମହାବାତ୍ୟାର ପ୍ରକୋପ ଏତେ ବ୍ୟାପକ ଥିବା ସତ୍ତ୍ୱେ ଶଙ୍ଖକ୍ଷେତ୍ର ପୁରୀ ରହି ଯାଇଥିଲା ନିରାପଦ। ମହାବାତ୍ୟା ମହାପ୍ରଭୁଙ୍କଠାରେ ମଥାନତ କରି ଫେରି ଯାଇଥିଲା ପୁରୀରୁ। ତେବେ ୨୦ବର୍ଷ ପରେ କାହିଁକି ଏ ଦୁର୍ଦ୍ଦଶା? ଅପରାଧୀକୁ ପୋଲିସ ଟାର୍ଗେଟ କରି ପିଛା କଲାପରି ଶହ ଶହ ମାଇଲ ଦୂରରୁ ଫଁ ଫଁ କରି ଫଣୀ (ଫନୀ) ଏକମୁହଁା ହୋଇ ମାଡ଼ି ଆସିଲା ପୁରୀକୁ। ପୁରୀରୁ ମାଡ଼ିଗଲା ସିଧା କଟକକୁ ଭୁବନେଶ୍ୱର ଦେଇ। ପୁରୁଖା ଲୋକଙ୍କ କହିବା ଅନୁଯାୟୀ ୧୯୯୯ ମହାବାତ୍ୟା କିମ୍ବା ତା’ ପୂର୍ବରୁ ମଧ୍ୟ ସଂଘଟିତ ବାତ୍ୟାରେ କଟକ, ଭୁବନେଶ୍ୱର କେବେ ଦେଖି ନ ଥିଲା ଏମିତି ଦୁର୍ଦ୍ଦଶା। ଆଗରୁ ଘଟିଥିବା ଏହାଠୁ ବଳି ଭୟଙ୍କର ବାତ୍ୟାରେ ବି ପୁରୀ କେବେ ସାମ୍ନା କରି ନ ଥିଲା ଏପରି ଦାରୁଣ ଦୁର୍ଯୋଗର।
ବିଗତ କିଛି ବର୍ଷ ଧରି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଯେମିତି ପ୍ରହସନ ଚାଲିଛି ତାକୁ ନେଇ ସମଗ୍ର ବିଶ୍ୱବାସୀ ମର୍ମାହତ। ବିଶ୍ୱର କୋଟିକୋଟି ଶ୍ରଦ୍ଧାଳୁଙ୍କ ପୁଞ୍ଜିଭୂତ ଅସନ୍ତୋଷର ଏହା ପରିଣାମ ବୋଲି ଚାରିଆଡ଼େ ଚର୍ଚ୍ଚା ଧରିଛି। ଦାରୁ ବିଭ୍ରାଟଠାରୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ, ବ୍ରହ୍ମସ୍ଥାପନା ପର୍ଯ୍ୟନ୍ତ ବିଭ୍ରାଟ ପରେ ବିଭ୍ରାଟ। ପୁଣି ଶ୍ରୀମନ୍ଦିରର ସେବା, ନୀତିକୁ ନେଇ ନାନା ବିଶୃଙ୍ଖଳା। ସତେ ଯେମିତି ଶ୍ରୀଜଗନ୍ନାଥ ହେଉଛନ୍ତି କିଛି ଲୋକଙ୍କ ହାତର ଖେଳନା। ଚାରିଆଡ଼ୁ ତୀବ୍ର ପ୍ରତିବାଦ ଓ ଦାବି ଉଠିଲା ଏପରି ବିଭ୍ରାଟକାରୀଙ୍କୁ ଦଣ୍ଡିତ କରିବାକୁ। ହେଲେ ନା ଶାସନର ମଙ୍ଗୁଆଳମାନେ ଦଣ୍ଡିତ କଲେ ନା ନ୍ୟାୟାଳୟର ନିକିତିଧାରୀମାନେ। ଆହୁରି ବି ଶହ ଶହ ବର୍ଷ ଧରି ବନ୍ଦ ହୋଇ ରହିଥିବା ରତ୍ନଭଣ୍ଡାରକୁ ଖୋଲି ଶ୍ରୀଜୀଉଙ୍କର ରତ୍ନଅଳଙ୍କାରଗୁଡ଼ିକର ମୂଲ୍ୟାଙ୍କନ କରିବାର ଚିନ୍ତା ଏକ ଆସ୍ପର୍ଦ୍ଧା ବୋଲି ମନେହୁଏ। କୁହାଯାଏ ପ୍ରଭୁ ଶେଷନାଗଙ୍କ ସୁଦକ୍ଷ ପହରାରେ ସୁରକ୍ଷିତ ଥିବା ଭଣ୍ଡାରକୁ ଖୋଲିବାକୁ ଅନେକଥର ଉଦ୍ୟମ କରିଛି ଏ ମଣିଷ। ମାତ୍ର ବିଭିନ୍ନ ଅଲୌକିକ କାରଣରୁ ଏଥିରେ ସଫଳ ହୋଇପାରିନି। କିନ୍ତୁ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଖୋଲିବାକୁ ପ୍ରୟାସ କରିଥିଲା ପ୍ରଶାସନ। ରତ୍ନଭଣ୍ଡାର ସୁରକ୍ଷାର ଚିନ୍ତା ଅପେକ୍ଷା ଅଧିକ ଆଗ୍ରହ ଥିଲା ଦୁର୍ମୂଲ୍ୟ ଅଳଙ୍କାରଗୁଡ଼ିକର ଆକଳନରେ।
ଫେରି ଚାହିଁବା ବର୍ଷଟିଏ ପଛକୁ। ବର୍ଷାର ମାସ ଆଷାଢ଼-ଶ୍ରାବଣରେ ବି ଓଡ଼ିଶାରେ ଅଗ୍ନିବର୍ଷା। ଅକସ୍ମାତ୍‌ କାହୁଁ ଆସିଲା ଲଘୁଚାପଟିଏ। ଚାହୁଁ ଚାହୁଁ ବହେ ବର୍ଷିଗଲା ଶୁଖିଲାଟାରୋ। ମନେହେଲା ସତେଯେମିତି ଆକାଶଟି କଣା ହୋଇଯାଇଛି। ବାରଘଣ୍ଟାର ଅବିଶ୍ରାନ୍ତ ବର୍ଷାରେ ପୁରୀର ଅବସ୍ଥା ବାର ବାଜିଗଲା। ବେହାଲ ହେଲା ବଡ଼ଦାଣ୍ଡ। ଠାକୁରଙ୍କ ଠିକ୍‌ ବାହୁଡ଼ାଯାତ୍ରାର ଆଗଦିନରେ ବଡ଼ଦାଣ୍ଡରେ ଡଙ୍ଗା ଚାଲିବା ଅବସ୍ଥା ସୃଷ୍ଟି ହେଲା। ମନେ ହେଲା ସତେ ଯେମିତି ବଡ଼ଦେଉଳକୁ ଫେରିବାକୁ ବଡ଼ଠାକୁର ଅମଙ୍ଗ। ସେତେବେଳେ ଆମେ ମଣିଷମାନେ ଟିକେ ବି ହେଜିଲୁ ନାହିଁ କି ନିଜକୁ ସୁଧାରିବାକୁ ଚେଷ୍ଟା କଲୁନି। ନିଜ ନିଜ ଢଙ୍ଗରେ ଆହୁରି ଉପତ୍ାତ କଲୁ। ବାସ୍‌ ଠିକ୍‌ ଦଶମାସ ପରେ ଭକ୍ତାଧୀନ ଭଗବାନ ଭୋଗିବାକୁ ଦେଲେ ଆମ କୃତକର୍ମର ପରାଭବ।
ଅବଶ୍ୟ ଏହା ଏକ ପ୍ରାକୃତିକ ବିପତ୍ତି, ଯାହା ଅନସ୍ବୀକାର୍ଯ୍ୟ। ସୁଖ ସାଉଁଟିବାକୁ ବ୍ୟଗ୍ର ହୋଇ ଦୌଡ଼ୁଥିବା ମଣିଷର ଅପରିଣାମଦର୍ଶିତାର କୁପରିଣତି ହେଉଛି ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନ। ପ୍ରକୃତି ମାଆକୁ ଗୋଟିଏ ହାତରେ ଉପାସନା କଲେ ସେ କୋଟିଏ ହାତରେ ଆମକୁ ଆଶିଷ ଅଜାଡ଼ି ଦିଅନ୍ତି। କିନ୍ତୁ ଆମେ ପ୍ରକୃତିମାଆର ଶୋଷଣ କରିଚାଲିଛୁ। ଫନୀକୁ ନେଇ ଏଠି ଅୟୁତ ପ୍ରଶ୍ନ। ଏହା ସମଗ୍ର ଉପକୂଳ ଇଲାକାକୁ କବଳିତ ନ କରି କାହିଁକି ତାଣ୍ଡବ ରଚିଲା ପୁରୀ, ଭୁବନେଶ୍ୱର ଓ କଟକରେ? ପ୍ରକୃତି ମାଆର ଏହା ପ୍ରକୋପ ବୋଲି ଆମକୁ ସ୍ବୀକାର କରିବାକୁ ହେବ। ଆହୁରି ବି ମାନିବାକୁ ହେବ, ଆମକୁ ମହାଶିକ୍ଷାଟିଏ ଦେବାକୁ ପ୍ରକୃତି ମାଧ୍ୟମରେ ମହାପ୍ରଭୁ ଶକ୍ତ ପ୍ରହାରଟିଏ ଦେଇଛନ୍ତି ବୋଲି। ବିଜ୍ଞାନବିଶ୍ୱାସୀ ଭୌତିକବାଦୀ ଆମେ ବିନା ତର୍କପ୍ରମାଣରେ କିଛି ବି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୋହୁଁ। ମାତ୍ର ଏହା ମଧ୍ୟ ସତ୍ୟ ଯେ ଈଶ୍ୱରଙ୍କ ଲୀଳା ବୁଝିବାକୁ ବିଜ୍ଞାନ ବି ବାଟ ପାଏନା ବେଳେ ବେଳେ। ଦିଆଯାଇଥିବା ବିଷକୁ ଈଶ୍ୱରଙ୍କ ଚରଣାମୃତ ବୋଲି ମନେକରି ପିଇଥିବା ମୀରାବାଈଙ୍କ କ୍ଷେତ୍ରରେ ବିଜ୍ଞାନ ବାଟବଣା ହୋଇଯାଏ। ବିନା ଚକ୍ଷୁଦାନ ଅବା ଅସ୍ତ୍ରୋପଚାରରେ ସନ୍ଥ ଅନ୍ଧ ସୁର ଦାସ ଦୃଷ୍ଟିଶକ୍ତି ଫେରି ପାଇବା ଆଦି ଅଜସ୍ର ଦୃଷ୍ଟାନ୍ତ ଈଶ୍ୱରଙ୍କ ଅଲୌକିକତାର ଏକ ଏକ ଅମୃତ ଅନୁଭବ। ଶ୍ରୀଜଗନ୍ନାଥ ଦର୍ଶନର ମୂଳତତ୍ତ୍ୱ ହେଉଛି ପ୍ରକୃତିର ପୋଷଣ ଓ ଜୀବନର ଉତ୍ତରଣ। ଏହା ସତ୍ତ୍ୱେ ଆଜିର ଉଦ୍‌ଭ୍ରାନ୍ତ ମାନବ ଯଦି ଏହା ବୁଝି ପାରି ନିଜକୁ ନ ସୁଧାରିଲା, ଆଗକୁ ହୁଏ ତ ଆମକୁ ସାମ୍ନା କରିବାକୁ ପଡ଼ିପାରେ ଏହାଠୁ ବଳି ଆହୁରି ଭୟଙ୍କର ବିପତ୍ତି।
ମୋ- ୯୪୩୭୪୩୬୦୭୩


All Right Reserved By

ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ...

ବିଶ୍ୱତାପନ ଓ ମଶାବଂଶ ବୃଦ୍ଧି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବିଷୟରେ ଲୋକେ କ’ଣ ବାସ୍ତବରେ ବୁଝିଛନ୍ତି? ଅଳ୍ପ କିଛିଦିନ ଯଦି ଅଦିନେ ଥଣ୍ଡାପାଗ ଦେଖାଦେଲା,...

ଏଇ ଭାରତରେ

ପ୍ରେମ ଦୁଇ ଆତ୍ମାର ମିଳନ ଘଟାଏ। ଏଥିରେ ଲିଙ୍ଗଗତ ଭେଦଭାବ କିଛି ନ ଥାଏ। ଏ କଥା ବୁଝିଛନ୍ତି କୋଲକାତାର ଦୁଇ କିନ୍ନର ତିସ୍ତା ଦାସ...

କଶ୍ମୀର: ପାକିସ୍ତାନର ଦାବି ଓ ଧମକ

ବିପିନ ବିହାରୀ ମିଶ୍ର କଶ୍ମୀର ବିଷୟରେ ପାକିସ୍ତାନ ବାରମ୍ବାର ଅନେକ ପ୍ରଶ୍ନ ଉଠାଉଛି। ଦାବି କରୁଛି ଓ ଯୁଦ୍ଧର ଧମକ ଦେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ...

କଶ୍ମୀରରେ ଆତଙ୍କବାଦ କମିବ

ସହଦେବ ସାହୁ ଏ ପ୍ରବନ୍ଧ ପ୍ରକାଶିତ ହେବା ପୂର୍ବରୁ ଜମ୍ମୁ-କଶ୍ମୀର ଓ ଲଦାଖରେ ମୁସଲିମ୍‌ ଲୋକେ ଇଦୁଜ୍ଜୁହା ଉପଲକ୍ଷେ ଶାନ୍ତିଶୃଙ୍ଖଳାରେ ନମାଜ ପଢିସାରିଥିବେ ଏବଂ ଘରେ...

ଅନ୍ନଦାତାଙ୍କୁ ବୁଝିବା କେବେ

ମିତାଲି ମହାନ୍ତି ଘର ଘର ବୁଲି ପରିବା ବିକୁଥିବା ପରିବା ମଉସାଙ୍କ ପାଖରୁ ସେଦିନ ପରିବା କିଣୁଥିଲେ ଆମ ପଡ଼ୋଶୀ। ଶୀତଦିନ ହୋଇଥିବା ଯୋଗୁ ପରିବା...

ମଣିଷଠୁ ଭିନ୍ନ ନୁହେଁ ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମଣିଷ କ’ଣ ଏକମାତ୍ର ପ୍ରାଣୀ ଯିଏ ଭୋଟ ଦିଏ, ମଦ୍ୟପାନ କରେ, ପରକୀୟା ପ୍ରୀତିରେ ନିମଗ୍ନ ହୁଏ ବା ଅନ୍ୟମାନଙ୍କ...

ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *