ସଡ଼କ ଦୁର୍ଘଟଣାରେ ଯୁବ ଚିତ୍ରଶିଳ୍ପୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ/ରେମୁଣା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର-ରେମୁଣା ରାସ୍ତାର ଗୋଲେଇ ଛକସ୍ଥିତ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ଅପରାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ (୪୨)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତା ଉପରେ ବେଆଇନ ଗାଡି ପାର୍କିଂ ବନ୍ଦ କରିବା, ହମ୍ପସ ନିର୍ମାଣ, ବିଭିନ୍ନ ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ, ସହର ଭିତରେ ଦିନବେଳା ଭାରିଯାନ ଚଳାଚଳ ବନ୍ଦ କରିବା ଭଳି ଦାବି ନେଇ ବାଲେଶ୍ୱର-ରେମୁଣା ରାସ୍ତା ଅବରୋଧ କରିଥିଲେ। ଡିଏସ୍‌ପି ଉମେଶ ପଣ୍ଡା, ଶିଳ୍ପାଞ୍ଚଳ ଥାନାଧିକାରୀ ଜୟନ୍ତ ବେହେରା, ସହଦେବଖୁଣ୍ଟା ଥାନାଧିକାରୀ ପରେଶ ରାଉତ, ସଦର ଥାନାଧିକାରିଣୀ ମମତା ସାହୁ ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।
ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍‌ରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ସହଦେବଖୁଣ୍ଟାରୁ ରେମୁଣା ଗୋଲେଇକୁ ନିଜର ସ୍କୁଟି (ନଂ. ଓଡ଼ି୦୧କ୍ୟୁ-୯୨୪୪) ଯୋଗେ ଯାଉଥିବା ବେଳେ ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଏକ ଘରୋଇ ବସ୍‌ (ନଂ. ଓଡ଼ି୦୧ଆର୍‌-୩୯୯୯) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ସ୍କୁଟିରୁ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ବସ୍‌ର ପଛଚକ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଶିଳ୍ପାଞ୍ଚଳ ଥାନାରେ ଏକ ମାମଲା (ନଂ. ୧୪୬/୧୯) ରୁଜୁ କରାଯାଇ ବସ୍‌ର ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଶିଳ୍ପାଞ୍ଚଳ ଥାନାଧିକାରୀ ଜୟନ୍ତ ବେହେରା ସୂଚନା ଦେଇଛନ୍ତି। ତାଙ୍କର ମୃତଦେହକୁ ଜିଲା ମୁଖ୍ୟଚିକିତ୍ସାଳୟକୁ ଅଣାଯିବା ପରେ ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇପଡିଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, ସମାଜସେବୀ, ଚିତ୍ରଶିଳ୍ପୀ, ସାହିତି୍ୟକ, କବି ଓ ଲେଖକ ତଥା ବିଭିନ୍ନ ବର୍ଗର ଲୋକମାନେ ତାଙ୍କର ଶେଷଦର୍ଶନ କରିଥିଲେ। ଦେବେନ୍ଦ୍ରଙ୍କ ୨ ପୁଅ ଓ ସ୍ତ୍ରୀ ବାଙ୍ଗାଲୋରରେ ଥିବା ବେଳେ ଏପରି ଦୁଃଖଦ ଘଟଣା ଘଟିଛି। ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି।
ଚିତ୍ରଶିଳ୍ପୀ ଦେବେନ୍ଦ୍ର ଲଳିତ କଳା ଏକାଡ଼େମୀ ତରଫରୁ ୨ଥର ରାଜ୍ୟ ସରକାରଙ୍କଠାରୁ ସମ୍ମାନିତ ହୋଇଛନ୍ତି। ସେ ଏକ ସରକାରୀ ବିଦ୍ୟାଳୟରେ ଚୁକ୍ତିଭିିତ୍ତିକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ମଡ଼ର୍ନ ପବ୍ଲିକ ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କର ନିଖୁଣ ଚିତ୍ରକଳା ଅନ୍ୟମାନଙ୍କୁ ଆକର୍ଷିତ କରୁଥିଲା। ସେ ବାଲେଶ୍ୱର ବାହାରେ ବହୁ ଛାତ୍ରୀଛାତ୍ରଙ୍କୁ ଚିତ୍ରକଳା ଶିକ୍ଷାଦାନ ଦେଇଛନ୍ତି। ଜଣେ ଯୁବ ସଙ୍ଗଠକ ଭାବରେ ମଧ୍ୟ ବହୁ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଅକାଳ ବିୟୋଗ ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।


All Right Reserved By Dharitri.Com

ପାରିବାରିକ କଳହ: ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରାପଡ଼ା ପଞ୍ଚାୟତ ଗାଲଫୁଲା ମୁଣ୍ଡାସାହିରେ ଶୁକ୍ରବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସ୍ବାମୀଙ୍କ ମାଡ଼ରେ...

ସରପଗଡ ଡ୍ୟାମ୍‌ରେ ୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସିତ

ଲେଫ୍ରିପଡା,୧୨।୯(ଡି.ଏନ.ଏ) -ଲଘୁଚାପଜନିତ ବର୍ଷାରେ ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ସରପଗଡ ଡ୍ୟାମ୍‌ରେ ପାଣି ଭର୍ତ୍ତି ହୋଇଛି। ଫଳରେ ଗୁରୁବାର ସକାଳେ ଦୁଇଗୋଟି ଗେଟ୍‌ ଖୋଲାଯାଇ ଇଛାନଦୀ ଦ୍ୱାରା...

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର ଦିଗପହଣ୍ଡି,୨୨।୭(ଡି.ଏନ.ଏ.):ସାନଖେମୁଣ୍ଡି ବ୍ଲକ ନିସ୍ତିପୁର-ଲକ୍ଷ୍ମୀପୁର ମୁଖ୍ୟ ରାସ୍ତାକଡ଼ରେ ଥିବା କେନାଲ ମଧ୍ୟକୁ ସୋମବାର ସକାଳ ପ୍ରାୟ ୮ଟାରେ ଏକ କାର...

ଗଁ।ରେ ରଖିବାକୁ ବାସନ୍ଦ ପରିବାରଙ୍କ ନିବେଦନ

ହିଞ୍ଜିଳିକାଟୁ,୨୦ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଜଣେ ବିବାହିତା ମହିଳା ଚାକିରୀ ନ ଛାଡ଼ିବାରୁ ଗ୍ରାମ୍ୟ କମିଟି କଙ୍ଗାରୁ କୋର୍ଟ କରି ମହିଳାଙ୍କ ମା’...

ରାହାଡ଼ପୁର ପାହାଡ଼ରେ ବେଆଇନ ଖନନ

ଯାଜପୁର ଅଫିସ,୧୪|୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ରାହାଡ଼ପୁର ଦକ୍ଷିଣପାର୍ଶ୍ୱରେ ଚାଲିଥିବା ବେଆଇନ କଳାପଥର ଖନନଉପରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ହାଇକୋର୍ଟରେ ନଂ.୩୦୬୫/୨୦୧୮ରେ ହୋଇଥିବା...

ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ:୨ୟ, ୪ର୍ଥ ମଙ୍ଗଳବାର ଜାରି ରହିବ କାର୍ଯ୍ୟକ୍ରମ

ବୋଲଗଡ଼,୧୪ା୮(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଙ୍ଗଳବାର ପିପୁଲ୍ସ ଫୋରମ୍‌ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ଏଥିରେ ସହଯୋଗ...

ମାଟ୍ରିକ ପରୀକ୍ଷା ଫଳ: କେନ୍ଦୁଝର ଜିଲାରେ ପାସ ହାର ୭୧.୪୬%

କେନ୍ଦୁଝର, ୨୧ା୫(ସ୍ବ.ପ୍ର.): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ ହାର ୭୧.୪୬% ରହିଥିବା ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର...

କଲ୍ୟାଣ ମଣ୍ଡପରୁ ମୃତଦେହ ଉଦ୍ଧାର

ହିିଞ୍ଜିଳିକାଟୁ,୨ା୧୧: ହିିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଁଗଡ଼ ଶିବ ମନ୍ଦିର ନିକଟରେ ନିର୍ମାଣାଧୀନ ବାପୁଜୀ କଲ୍ୟାଣ ମଣ୍ଡପରୁ ଶନିବାର ପୋଲିସ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି। ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *