Posted inଜାତୀୟ

ଏହି ଉପହାର ନେଇ ସ୍ବଦେଶ ଫେରିଲେ ଚାଇନା ରାଷ୍ଟ୍ରପତି

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ଜି. ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଅନୌପଚାରିକ ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ଚେନ୍ନାଇକୁ ଧନ୍ୟବାଦ ଦେଇ ଜିନପିଙ୍ଗ ଚାଇନା ଯାଇଥିବାବେଳେ ମୋଦି ଦିଲ୍ଲୀକୁ ଫେରି ଆସିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଜି. ଜିନ୍‌ପିଙ୍ଗ ଭାରତରୁ ସ୍ବତନ୍ତ୍ର ଉପହାର ନେଇ ସ୍ବଦେଶ ଫେରିଛନ୍ତି। ହାତବୁଣା ରେଶମ ପ୍ରତିକୃତି ସହ ମୋଦି ୬ ଫୁଟ ଉଚ୍ଚର ଏକ ଦ୍ୱୀପ ଉପହାର ଦେଇଥିଲେ। ଏହି ଦୀପଟି ସଂପୂର୍ଣ୍ଣ ଭାବେ ବ୍ରୋଞ୍ଜରେ ତିଆରି ହୋଇଥିବା ବେଳେ ଏହା ଉପରେ ସୁନାର ଝଳେଇ ଦିଆଯାଇଛି। ଏହାର ଓଜନ ୧୦୮ କେଜି। ଏହାବାଦ ଏକ ୩ ଫୁଟ ଉଚ୍ଚର ଏକ ନୃତ୍ୟରତା ସରସ୍ବତୀ ତାଞ୍ଜାଭୁର ଚିତ୍ରକଳା ଉପହାର ଦେଇଥିଲେ। ଏହି ଉପହାରରେ ତାମିଲନାଡୁର ସଂସ୍କୃତି ଓ ପରମ୍ପରାର ଝଲକ ରହିଛି।


All Right Reserved By Dharitri.Com

ଅନ୍ୟ କାହାର ସହାୟତା ବିନା ୨୦ ବର୍ଷ ଧରି ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି ଦିବ୍ୟାଙ୍ଗ ଦମ୍ପତି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଜୁହୁସ୍ଥିତି ଭୋଟ କେନ୍ଦ୍ରରେ ଦିବ୍ୟାଙ୍ଗ ଦମ୍ପତି ଦେବଶଙ୍କର ଏବଂ ପାନ୍ନା ନିଜର ମତଦାନ ଅଧିକାର...

ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମୋଦି ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ...

ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।...

ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା

ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ନ୍ୟାସନାଲ୍‌ ଓ୍ବାର ମେମୋରିଆଲରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ସୁରକ୍ଷାରେ କର୍ତ୍ତବ୍ୟ କରୁଥିବା...

କୋରେଗାଁଓ-ଭୀମା ହିଂସା ମାମଲା: ନଭଲଖାଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୫ା୧୦(ପି.ଟି.): କୋରେଗାଁଓ- ଭୀମା ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୧୫ ପର୍ଯ୍ୟନ୍ତ ସୁରକ୍ଷା ମିଳିଛି। ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ଅନ୍ତରୀଣ...

୧୦୦ ଲକ୍ଷ କୋଟିରେ ଭିତ୍ତିଭୂମି ବିକାଶ

ନୂଆଦିଲ୍ଲୀ,୧୭ା୮, (ପି.ଟି./ଆଇଏଏନ୍‌ଏସ୍‌): ଭାରତର ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଦେଶବ୍ୟାପୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଷଷ୍ଠଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ...

Leave a comment

Your email address will not be published. Required fields are marked *