ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୩୫୦ ଯାଆଁଳା ସନ୍ତାନ ରହିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୬୫ ବର୍ଷୀୟ ବୃଦ୍ଧ ପର୍ଯ୍ୟନ୍ତ। ଏକ ଗବେଷଣାରୁ ଜଣାଯାଏ ଯେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ ଯାଆଁଳା ସନ୍ତାନ ଜନ୍ମ ନିଅନ୍ତି। ହେଲେ କେରଳର କୋଡିନ୍ନା ଗାଁ ଏହାର ଏକ ବ୍ୟତିକ୍ରମ। ଏଠାରେ ପ୍ରତି ୧ ହଜାରରେ ୪୫ ଯାଆଁଳା ସନ୍ତାନ ଜନ୍ମ ନେଉଛନ୍ତି। ତେବେ ଯାଆଁଳା ସନ୍ତାନ ଜନ୍ମ କରିବାରେ ଏହି ଗାଁ ବିଶ୍ୱରେ ଦ୍ୱିତୀୟ। ଏହା ଏକ ମୁସଲମାନ ବହୁଳ ଗାଁ ହୋଇଥିବା ବେଳେ ଏହାର ଜନସଂଖ୍ୟା ପାଖାପାଖି ୨ହଜାର। ତେଣୁ ସ୍କୁଲ, କଲେଜ, ବ୍ୟବସାୟ ସ୍ଥଳ ସବୁଠି ଦେଖିବାକୁ ମିଳେ ଏମିତି କେତେଜଣ ଯାଆଁଳା ବ୍ୟକ୍ତିଙ୍କୁ। ଏକ ରିପୋର୍ଟ ଅନୁଯାୟୀ, ୨୦୦୮ରେ ଏଠାରେ ଜନ୍ମ ନେଇଥିବା ୩ଶହ ପିଲାଙ୍କ ମଧ୍ୟରେ ୧୫ ଯୋଡା ଥିଲେ ଯାଆଁଳା। ଯାହା ଏକ ବର୍ଷରେ ଜନ୍ମ ନେଇଥିବା ଯାଆଁଳା ଶିଶୁଙ୍କ ମଧ୍ୟରେ ସର୍ବାଧିକ ବୋଲି କୁହାଯାଏ। ତେବେ ଗତ କିଛି ବର୍ଷ ହେବ ଏହି ଗାଁରେ ୨ ଯାଆଁଳା ସନ୍ତାନଙ୍କ ବଦଳରେ ଅନେକ ସ୍ଥଳେ ଏକକାଳୀନ ୩ ସନ୍ତାନ ଜନ୍ମ ନେଉଥିବା କୁହାଯାଏ।


All Right Reserved By Dharitri.Com

ଅମରନାଥ ଯାତ୍ରା: ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଅକ୍ସିଜେନ୍‌ ଦେଲେ ଆଇଟିବିପି ଯବାନ

ଶ୍ରୀନଗର,୩।୭: ଅମରନାଥ ଯାତ୍ରାରେ ୧୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆଇଟିବିପି ଯବାନ ଅକ୍ସିଜେନ୍‌ ଦେବା ସହିତ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି। ଏହି ଯାତ୍ରୀମାନେ ସ୍ବାଭାବିକ...

ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର

ବିଶାଖାପଟ୍ଟନମ୍‌,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର...

କରୋନା ଭାଇରସ: ସିଲ୍‌ ହେଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୩।୫: ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆର୍‌ପିଏଫ୍‌ର ମୁଖ୍ୟାଳୟକୁ...

ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କଲେ ଜାମିଆ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧।୧: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଏକ ନିଆରା ଢ଼ଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି। କ୍ୟାମ୍ପସ୍‌ ପରିସରରେ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମଙ୍ଗଳବାର ମଧ୍ୟରାତ୍ରରେ...

୬ ବର୍ଷୀୟା ମଡେଲ ୟଲିନା ବିଶ୍ୱର ସବୁଠୁ ସୁନ୍ଦରୀ

ବିଶ୍ୱର ସବୁଠାରୁ ସୁନ୍ଦର ଏବଂ ବୁଦ୍ଧିମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏଥିରେ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ମୁକୁଟ ପିନ୍ଧାଯିବା ସହ ପୁରସ୍କୃତ...

ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛି ଭାରତର ଏହି ରାଜ୍ୟ

ଟ୍ରାଭେଲ୍‌ ମିଡିଆ କମ୍ପାନୀ ‘ଲୋନ୍‌ଲି ପ୍ଲାନେଟ୍‌’ ୨୦୨୦ ପାଇଁ ପର୍ଯ୍ୟଟନ ସ୍ଥଳୀ ଚୟନ କ୍ଷେତ୍ରରେ ଏକ ସର୍ଭେ ରିପୋର୍ଟ ଜାରି କରିଛି। ଏହି ତାଲିକାରେ ଇଣ୍ଡୋନେସିଆର...

ହାତ ତିଆରି ମାସ୍କ ପରେ ଏବେ ଗାମୁଛାକୁ ପସନ୍ଦ କଲେ ମୋଦି

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନକୁ ନେଇ ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଏକ ପାରମ୍ପରିକ ଗାମୁଛା ମୁହଁରେ ବାନ୍ଧିଥିବା ଦେଖାଯାଇଥିଲା। ପ୍ରଥମେ ଏହି...

ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ...

Leave a comment

Your email address will not be published. Required fields are marked *