ସୁନ୍ଦରଗଡ଼ ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ସ୍ପଷ୍ଟୀକରଣ ରଖିଲେ ଜିଲାପାଳ

ସୁନ୍ଦରଗଡ଼,୧୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲାଯାଇ ଲାଞ୍ଚ ମଗାଯାଉଛି। ଏହା ମାଧ୍ୟମରେ ଦାମୀ ଉପହାର, ମୋବାଇଲ ଦେବାକୁ କୁହାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଜିଲାପାଳ।
ପ୍ରାପ୍ତ ସୂଚନାନୁଯାୟୀ, କେହି ଦୁର୍ବୃତ୍ତ କିଛି ଦିନ ହେବ ଜିଲାପାଳଙ୍କ ନାଁରେ ଆକାଉଣ୍ଟ ଖୋଲି ଠକେଇ କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଜିଲାପାଳ ତାଙ୍କ ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଥିଲେ। ପରେ ଏହା ତାଙ୍କ ଆକାଉଣ୍ଟ ନୁହେଁ ବୋଲି ଫେସ୍‌ବୁକ୍‌ ପେଜ୍‌ରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ସହ ଫେକ୍‌ ଆକାଉଣ୍ଟ ଲିଙ୍କ୍‌ ଦେଇ ଲୋକଙ୍କୁ ଏପରି ଠକାମିର ଶିକାର ନ ହୋଇ ସଚେତନ ରହିବାକୁ ଜିଲାପାଳ ନିବେଦନ କରିଛନ୍ତି। ଉକ୍ତ ଆକାଉଣ୍ଟକୁ ବ୍ଲକ୍‌ କରି ଦିଆଯାଇଛି । ଅଧିକ ତଦନ୍ତ ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଜିଲାପାଳ କହିଛନ୍ତି।


All Right Reserved By Dharitri.Com

ବରା ଉପରେ ପିଆଜ ପ୍ରଭାବ

ଢେଙ୍କାନାଳ ଅଫିସ, ୭।୧୨ – ପିଆଜ ଦରକୁ ନେଇ ସବୁଠି ଏବେ ଚର୍ଚ୍ଚା। ରୋଷେଇ ଘରେ ସବୁଠାରୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା...

ଜନ ଶୁଣାଣିରେ ଉଠିଲା ଆବାସ ଦୁର୍ନୀତି ଅଭିଯୋଗ: ବିଡିଓଙ୍କ ସହ ଗ୍ରାମବାସୀ ମୁହାଁମୁହିଁ

ଜଗତ୍‌ସିଂହପୁର ଅଫିସ,୨୦ା୮: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ବିଜୁ ପକ୍କାଘର ଓ...

ଏମ୍‌ଏସ୍‌ଏମ୍‌ଇ ଓ ପାରାଦୀପ ବନ୍ଦରର ପ୍ରଥମ ସମନ୍ବୟ ବୈଠକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବାଟ ଫିଟିବ

ପାରାଦୀପ,୧୭ା୧୨(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ କେବଳ ଖଣିଜ ପଦାର୍ଥ, ଲୁହା, ଷ୍ଟିଲ ଓ କଣ୍ଟେନର ଆମଦାନୀ-ରପ୍ତାନି ହେଉଛି। କିନ୍ତୁ ଓଡ଼ିଶାର ଶିଳ୍ପୋଦ୍ୟୋଗୀଙ୍କ...

ଧିମଉଛି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର ,୨୧ା୧୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ଧିମୋଉଛି। ଶୁକ୍ରବାର ଲିଙ୍ଗରାଜ ଥାନା ଭାଙ୍ଗିବାର ଥିଲା। ମାତ୍ର ମାଲଖାନାରେ ଥିବା ଆସବାବପତ୍ର ଓ...

ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ, ୬ ଗୁରୁତର

ଅନୁଗୋଳ ଅଫିସ/ଛେଣ୍ଡିପଦା,୨୪।୧୨,(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର କତଡା ଗୁରୁଣ୍ଡୁଗୋପାଳ ଉଚ୍ଚବିଦ୍ୟାଳୟ ନିକଟରେ ସୋମବାର ବିଳମ୍ବିତ ରାତିରେ...

ମରୁଡ଼ି ବୀମାରାଶି ପାଇଲେନି ୨୦୮ ଚାଷୀ, ବ୍ୟାଙ୍କ ସମ୍ମୁଖରେ ଧାରଣା

ପରଜଙ୍ଗ, ୨।୮(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ଟି ସୋସାଇଟିରୁ ଋଣ ନେଇଥିବା ସହ ସହ...

ବଢ଼ିପାରେ ଓମ୍‌ଫେଡ ଦୁଗ୍ଧ ମୂଲ୍ୟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଓଡ଼ିଶାରେ ଚାଷ ସହିତ ଗୋପାଳନ ଏକ ପ୍ରମୁଖ ବେଉସା। ଗୋପାଳନ କରୁଥିବା ସର୍ବାଧିକ ଚାଷୀ ଓମ୍‌ଫେଡକୁ କ୍ଷୀର ବିକ୍ରି କରିଥାଆନ୍ତି। କିନ୍ତୁ ଏବେ ଏହି...

Leave a comment

Your email address will not be published. Required fields are marked *