ଓଡ଼ିଶାକୁ ୩ କାୟାକଳ୍ପ ପୁରସ୍କାର

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଶାକୁ ୩ଟି କାୟାକଳ୍ପ ପୁରସ୍କାର ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ ରାୟଗଡ଼ା ପ୍ରଥମ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଦ୍ୱିତୀୟ ପୁରସ୍କାର ଲାଭ କରିଛି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ପୁରସ୍କାର ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସର୍ବଭାରତୀୟ କାୟାକଳ୍ପ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍‌ କନ୍‌ଭେନ୍‌ଶନ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ଉତ୍ସବରେ ଯୋଗଦେଇ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ବିଭାଗୀୟ ସଚିବ ପ୍ରୀତି ସୁଦାନ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ମନୋଜ ଜିଲାନୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଡାକ୍ତରଖାନାର ସ୍ବଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିବର୍ଷ ଜିଲା, ସବ୍‌ଡିଭିଜନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୧୪ ମସିହାରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା। ପୂର୍ବରୁ ୬ଟି ବିଭାଗ ଯଥା ଡାକ୍ତରଖାନା ସୁପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଏବଂ ହାଇଜେନିକ୍‌ ପ୍ରମୋଶନ ଆଦି ବର୍ଗରେ ପୁରସ୍କାର ଦିଆଯାଉଥିବାବେଳେ ପ୍ରଥମ ଥର ପାଇଁ ୨୦୧୮-୧୯ ବର୍ଷରେ ଡାକ୍ତରଖାନା ପରିସର ବାହାରେ ବିଭିନ୍ନ ବର୍ଗକୁ ଏଥିରେ ସାମିଲ କରାଯାଇଛି। ୨୦୧୮-୧୯ ମସିହାରେ ଓଡ଼ିଶାର ୬ଟି ଜିଲା ମୁଖ୍ୟ ଚିକିତ୍ସାଳୟ, ୫ଟି ଉପଖଣ୍ଡ ଚିକିତ୍ସାଳୟ, ୪୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୮୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୪୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇବା ପାଇଁ ରାଜ୍ୟସ୍ତରରେ ମନୋନୀତ ହୋଇଥିଲେ। ଓଡ଼ିଶା ତରଫରୁ ଡା. ଶକ୍ତିବ୍ରତ ମହାନ୍ତି ରାୟଗଡା ପାଇଁ ପୁରସ୍କାର ଗ୍ରହଣ କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପାଇଁ ନିର୍ଦ୍ଦେଶକ ଡା. ଅଶୋକ ପଟ୍ଟନାୟକ ଏବଂ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଡା. ପାର୍ଥ ପ୍ରତିମ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶାର ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଡା. ବିଜୟ କୁମାର ସ୍ବାଇଁ ଏବଂ ଡା. ମନୋରଞ୍ଜନ ମହାପାତ୍ର ଏହି ଉତ୍ସବରେ ଯୋଗଦେଇଥିଲେ।


All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ:କାଦୁଅ ରାସ୍ତାରେ ଧାନ ତଳି ରୋଇ ଜଣାଇଲେ ପ୍ରତିବାଦ

ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)-ସତୀଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ୫ କିଲୋମିଟର ରାସ୍ତା ବିଭାଗ ମରାମତି ନ କରିବାରୁ ଗ୍ରାମବାସୀମାନେ ରାସ୍ତା ଉପରେ ଧାନ ତଳି ରୋଇ...

୧୭ ବର୍ଷ ହେବ ମରାମତି ହୋଇନି : ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

ଜୁନାଗଡ଼,୧୭।୮(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା-ବନ୍ଦପଡାକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ...

‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌ ୨୦୧୯’: ଶେଫାଳିଙ୍କ ସଫଳତା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବଲାଙ୍ଗୀର ଜନ୍ମିତ ଓଡ଼ିଆ ଝିଅ ଶେଫାଳି ଉଦ୍‌ଗାତା ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌-୨୦୧୯’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ହେବାର ଗୌରବ...

ଟ୍ରକ୍‌ ପଛରୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର

ବଲାଙ୍ଗୀର ଅଫିସ/ ପୁଇଁତଲା,୯।୨(ଡି.ଏନ୍‌.ଏ.): ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ବନବାହାଲ ନିକଟରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା...

ଡ୍ରଗ୍ସ ଡିଲର ଏସ୍‌.କେ. ରାଜା ଗିରଫ:ଜଳପଥରେ ଆଣୁଥିଲେ ନିଶା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ବ୍ରାଉନ୍‌ସୁଗାର ଚୋରା କାରବାରର କିଙ୍ଗପିନ୍‌ ତଥା ଓଡ଼ିଶା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ଡିଲର ଏସ୍‌.କେ. ରାଜା(୨୯)ଙ୍କୁ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ଗିରଫ କରିଛି। ସେ ଏଜେଣ୍ଟ...

ବାଂଲାଦେଶ ମୁହାଁଇଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୮-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ବାତ୍ୟା ‘ବୁଲ୍‌ବୁଲ୍‌’ରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହି ସାମୁଦ୍ରିକ...

ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ନଭେମ୍ବର ସୁଦ୍ଧା ପ୍ରକୃତି ନିବାସକୁ କାର୍ଯ୍ୟକ୍ଷମ କର

ଭୁବନେଶ୍ୱର, ୧ା୯(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ନୂଆନଈଠାରେ ଅବସ୍ଥିତ ପ୍ରକୃତି ନିବାସ ବାତ୍ୟା ‘ଫନୀ’ ରେ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ ଏହାର ମରାମତି, ପୁନରୁଦ୍ଧାର ଓ...

ମହାନଦୀରେ ବୁଡି ଯାଉଥିଲେ ଝିଅ,ଉଦ୍ଧାର କରିବାକୁ ଯାଇ ବାପା ମୃତ

ଖଣ୍ଡପଡା,୧୬ା୬(ସ୍ବ.ପ୍ର.)-ମହାନଦୀରେ ଗାଧୋଉଥିବାବେଳେ ଝିଅ ବୁଡି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ ବାପା। ହେଲେ ଝିଅ କୂଳକୁ ଫେରି ଆସିଥିବାବେଳେ ପାଣିରେ...

Leave a comment

Your email address will not be published. Required fields are marked *