Posted inଭଦ୍ରକ

ଋଣ କରାଇଦେବା ନଁ। ରେ ଠକେଇ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ, ୧୨।୧୦- ନାବାର୍ଡ ଭଳି ସରକାରୀ ସଂସ୍ଥାରୁ ଋଣ କରାଇଦେବେ ବୋଲି କହି ବିଭିନ୍ନ ମହିଳା ସଂଘଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଏକ ଦମ୍ପତି। ଏହି ଦମ୍ପତିଙ୍କ ଘର ଧୂଷୁରୀ ଥାନା ଅଧୀନ କୋରୁଆ ଗୋବିନ୍ଦପୁର ଗ୍ରାମରେ। ଏ ନେଇ ଧୂଷୁରୀ ଥାନା ମଙ୍ଗଳପୁର ଗ୍ରାମର ସୁଜାତା ଦାସ ନାମ୍ନୀ ଜଣେ ମହିଳା ୪ ଦିନ ତଳେ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୋଲିସ ଏତଲା ରଖି ନ ଥିଲା। ଗୁରୁବାର ଠକେଇର ଶିକାର ହୋଇଥିବା ସୁଜାତାଙ୍କ ସମେତ ଗଁାର ୧୦ରୁ ଊର୍ଦ୍ଧ୍ୱ ମହିଳା ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଜିଲାପାଳ ମହିଳାମାନଙ୍କ ଅଭିଯୋଗ ପାଇବା ପରେ ଏସ୍‌ପିଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସନ୍ଧ୍ୟାରେ ଧୂଷୁରୀ ପୋଲିସ ମହିଳାମାନଙ୍କଠାରୁ ଏତଲା ରଖି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
ମହିଳାମାନେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଗୋବିନ୍ଦପୁର ଗ୍ରାମର ଉକ୍ତ ଦମ୍ପତି ସୁଜାତାଙ୍କ ଗଁାର ୪୦ରୁ ଊର୍ଦ୍ଧ୍ୱ ମହିଳା ଗ୍ରୁପ୍‌ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ପ୍ରତି ଗ୍ରୁପ୍‌କୁ ନାବାର୍ଡରୁ ଦେଢ଼ ଲକ୍ଷ ଟଙ୍କା ଋଣ କରାଇଦେବେ କହି ଫାଙ୍କୁଥିବାରୁ ସେମାନେ ପୋଲିସର ସହାୟତା ନେବାକୁ ଯାଇଥିଲେ। ହେଲେ ଧୂଷୁରୀ ଥାନା ପୋଲିସ ଏତଲା ଗ୍ରହଣ କରି ନ ଥିଲା।


All Right Reserved By Dharitri.Com

୭୦ ବର୍ଷରେ ମତୋ ଗଜଲକ୍ଷ୍ମୀ ପୂଜା

ଚାନ୍ଦବାଲି, ୧୫।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି। ପୂଜା ପାଇଁ ସମଗ୍ର ଅଞ୍ଚଳ...

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌: ଜଣେ ମୃତ

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ମହିନ୍ଦ୍ରା ଶୋ’ରୁମ୍‌ ସମ୍ମୁଖରେ ସୋମବାର ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଟ୍ରକ୍‌...

ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍‌ ଧକ୍କା: ଶିଶୁକନ୍ୟା ସମେତ ୨ ମୃତ

ଭଦ୍ରକ ଅଫିସ, ୨୮।୧୦ :  ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଛକ ନିକଟରେ ସୋମବାର ଅପରାହ୍ନରେଏକ ଦୁର୍ଘଟଣା ଘଟି ବାଇକ୍‌ ଆରୋହୀଙ୍କ...

କାର୍‌ ଧକ୍କାରେ ବୃଦ୍ଧ ମୃତ

ତିହିଡ଼ି,୧୩।୧୦(ଡି.ଏନ୍‌.ଏ): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ଘୋଷରା ନିକଟରେ ରବିବାର ମଧ୍ୟାହ୍ନରେ କାର୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାମନବିନ୍ଧା ପଞ୍ଚାୟତ ଅଧୀନ...

ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ...

ଧାମରାରେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ପ୍ରଭାବରେ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି ଓ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ନେଇ କ୍ଷୟକ୍ଷତିର ଆକଳନ...

କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲା: ପୋଲିସ ସିଲ୍‌ କାଟି ସାମଗ୍ରୀ ନେଲାବେଳେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବାସୁଦେବପୁର,୨୮।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବଜାରରେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା। ସମ୍ପୃକ୍ତ ଦୋକାନୀ ଲୋକଙ୍କୁ ଲୋଭ ଦେଖାଇ ସାମଗ୍ରୀ ଦେବା...

ପୋଡ଼ି ହୋଇ ବାପାପୁଅ ଗୁରୁତର

ଧାମନଗର, ୧୯।୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

Leave a comment

Your email address will not be published. Required fields are marked *