Posted inଜାତୀୟ

କେନ୍ଦ୍ରରେ ସରକାର ଗଢ଼ିବ ଭାଜପା: ନିଜ ଟୁଇଟର୍‌ ପୃଷ୍ଠାରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ବାଚନ ରଣନୀତି ଯୋଗୁ ଭାଜପା ୩ଶହରୁ ଊର୍ଦ୍ଧ୍ୱ ଲୋକ ସଭା ଆସନରେ ବିଜୟୀ ହୋଇ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ମନ୍ତବ୍ୟ ଓ ରାଫେଲ ଦୁର୍ନୀତି ଆଦି ସ୍ଲୋଗାନ ବିଫଳ ହୋଇଥିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ବାରାଣସୀରୁ ମୋଦି ବିଜୟୀ ହୋଇଥିବା ବେଳେ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ଶାହ। ଏହା ପରେ ମୋଦି ଭାରତର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଟୁଇଟର ଆକାଉଣ୍ଟରୁ ‘ଚୌକିଦାର’ ଶବ୍ଦ ହଟାଇଛନ୍ତି। ରାହୁଲଙ୍କ ‘ଚୌକିଦାର ଚୋର ହେ’ ଆକ୍ଷେପ ପରେ ମୋଦି ତାଙ୍କ ନାମ ପୂର୍ବରୁ ଚୌକିଦାର ଶବ୍ଦ ଯୋଡ଼ିଥିଲେ। ଧିରେ ଧିରେ ଏହା ଟ୍ରେଣ୍ଡ ପାଲଟିବା ସହ ଜଣଙ୍କ ପରେ ଜଣେ ଭାଜପା କର୍ମୀ ଓ ସମର୍ଥକ ମଧ୍ୟ ଏଭଳି କରିବା ଦେଖାଯାଇଥିଲା। ଏବେ ମୋଦି ଜିତିବା ପରେ ନିଜ ନାମ ଆଗରୁ ଏହି ଟ୍ୟାଗ୍‌କୁ ହଟାଇଛନ୍ତି। ସମସ୍ତେ ମିଳିତ ହୋଇ ଦେଶର ଅଗ୍ରଗତି ନିମନ୍ତେ କାମ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥି ସହ ସମସ୍ତ ଭାଜପା କର୍ମୀ ଓ ସମର୍ଥକଙ୍କୁ ମଧ୍ୟ ସମାନ ଭାବେ ଏହି ଟ୍ୟାଗ୍‌କୁ ହଟାଇବାକୁ କହିଛନ୍ତି।


All Right Reserved By Dharitri.Com

ନିଜ ସ୍ବାମୀଙ୍କ ଫଟୋ ଶେୟାର କରି ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୪।୬:କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ଅଭିନେତ୍ରୀ ସ୍ମୃତି ଇରାନୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଶେୟାର ହୋଇଥିବା ଫଟୋରେ ସ୍ବାମୀ ଜୁବିନ ଇରାନୀ ଓ...

ରାଜୌରୀରେ ମୋଦି: ଯବାନଙ୍କ ସହିତ ପାଳିଲେ ଦୀପାବଳି

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର ରାଜୌରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଗତ ୬ ବର୍ଷ ଧରି ମୋଦି ଲଗାତାର ଯବାନମାନଙ୍କ...

ସିଜେଆଇ ପଦରୁ ଅବସର ନେଲେ ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିଛନ୍ତି। ଉତ୍ତରପୂର୍ବାଞ୍ଚଳରୁ ପ୍ରଥମ ବ୍ୟକ୍ତି ଭାବେ ସେ ସର୍ବୋଚ୍ଚ...

ମୁଖ୍ୟମନ୍ତ୍ରୀ ଆସନ ଉପରେ ଶିବସେନାର ନଜର: ଅଢେଇ ବର୍ଷ ପାଇଁ ମାଗିପାରେ ଗାଦି

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ରରେ ରାଜନୀତି ଏବେ ସରଗରମ। କାରଣ ବିଧାନସଭା ନିର୍ବାଚନ ପରେ ଏବେ ରାଜ୍ୟରେ ଭାଜପା-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ପୂର୍ବରୁ ୫୦-୫୦...

୨ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ: କିିଣିବା ପାଇଁ ଚପଲରେ ପିଟାପିଟି

ଲକ୍ଷ୍ନୌ,୪।୬: ମଣିଷ ଯେ ବେଳେବେଳେ ସାଧାରଣ କତାରେ ତାହାର ମଣିଷ ପଣିଆ ହରାଇ ବସେ ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସ୍ଥାନୀୟ ବିଜନୌରରେସ୍ଥିତ...

ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ।...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ...

ଏମ୍‌ ଲକ୍ଷ୍ମୀନାରାୟଣ ହେଲେ ୟେଦୁରପ୍ପାଙ୍କ ଉପଦେଷ୍ଟା

ବେଙ୍ଗାଲୁର,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍‌ ୟେଦୁରପ୍ପା ଶାସନଭାର ହାତକୁ ନେଇଛନ୍ତି। ସୋମବାର ବିଧାନସଭାରେ ଶାସକ ଦଳର ଭାଜପା ବହୁ ମତରେ ବିଜୟୀ ହୋଇଛି। ଏହାପରେ...

Leave a comment

Your email address will not be published. Required fields are marked *