ଛେଳି ଗିଳିବାକୁ ଆସି ଜାଲରେ ଫସିଲା ଅଜଗର

ଉଦଳା,୧୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ଚନ୍ଦ୍ରପୁର ଗ୍ରାମରୁ ଶୁକ୍ରବାର ଏକ ସାଢେ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଗ୍ରାମରେ ଥିବା ଚାଷଜମି ନିକଟରେ ଏକ ଛେଳିକୁ ଗିଳିବା ନିମନ୍ତେ ଅଜଗରଟି ପିଛା କରୁଥିବା ବେଳେ ଏକ ଜାଲରେ ଛନ୍ଦି ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଉଦଳା ବନବିଭାଗକୁ ଖବର ଦେଇଥିଲେ। ଉଦଳା ବନବିଭାଗର ଫରେଷ୍ଟର ଆଶିଷ ବେହେରାଙ୍କ ସହିତ ବନ କର୍ମଚାରୀ, ସ୍ନେକ ଲାଇଫ ଲାଇନର ସଦସ୍ୟ ଅଭିଜିତ୍‌ ବେହେରା ଓ ସତ୍ୟବ୍ରତ ବିନ୍ଧାଣି ଘଟଣାସ୍ଥଳରେ ପହଞ୍ଚି ଜାଲ ଭିତରୁ ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି।


All Right Reserved By Dharitri.Com

ପ୍ରତାପପୁର ବୁଢ଼ାବଳଙ୍ଗ ସେତୁ: ନିର୍ମାଣ କାମ ବନ୍ଦ କଲେ ଗ୍ରାମବାସୀ

ବଡ଼ସାହି,୧୬ା୯(ସ୍ବ.ପ୍ର.)-ବୁଢାବଳଙ୍ଗ ନଦୀରେ ନିର୍ମାଣାଧୀନ ସେତୁରେ ନିମ୍ନମାନର କାର୍ଯ୍ୟକୁ ନେଇ ରବିବାର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। କାଦୁଅ ମିଶା ବାଲି, ଚିପ୍ସ ଓ ନଷ୍ଟ ହୋଇ...

ବାଇକ୍‌ ଡିକିରୁ ୪୭ ହଜାର ଲୁଟ୍‌

ବଡ଼ସାହି,୩୦।୧୧(ସ୍ବ.ପ୍ର.) : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ନିକଟରୁ ଦୁର୍ବୃତ୍ତମାନେ ଶନିବାର ପୂର୍ବାହ୍ନରେ ଗାନ୍ଧୀଛକ ନିକଟ ଏମ୍‌ସିସି ବ୍ୟାଙ୍କ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ୪୭...

କ୍ଷେତରେ ନଷ୍ଟ ହେଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡ଼କ

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଟମାଟୋ ଚାଷୀମାନଙ୍କର ଅବସ୍ଥା...

ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର...

ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ...

ରାଜପଥ କଡ଼ରେ ଖୋଲାରହିବ ୮ ଢାବା

ବାରିପଦା ଅଫିସ, ୧ା୪- ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ...

ଗୃହଦାହ: ଜ୍ୱାଇଁ ନାମରେ ମାମଲା

ଖୁଣ୍ଟା,୩୧ା୧୦(ଡି.ଏନ୍‌.ଏ.)-ଖୁଣ୍ଟା ଥାନା ଅଧୀନ ଗିରିଶ୍ଚନ୍ଦ୍ରପୁର ଗ୍ରାମରେ ଜନୈକା ମହିଳାଙ୍କ ଘର ପୋଡ଼ି ଯାଇଛି। ଏଥିନେଇ ମହିଳା ଜଣକ ନିଜ ଜ୍ୱାଇଁ ନାମରେ ଖୁଣ୍ଟା ଥାନାରେ ଅଭିଯୋଗ...

ନିମ୍ନମାନର ଖାଦ୍ୟକୁ ବିରୋଧ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା

ବାରିପଦା ଅଫିସ,୮ା୯- ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରସୂତି, ଗର୍ଭବତୀ ଓ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ...

Leave a comment

Your email address will not be published. Required fields are marked *