ମହିଁଷାସୁରୀ ପୋଲ ବିପଦସଙ୍କୁଳ

କପ୍ତିପଦା,୧୧ା୧୦(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ମହିଁଷାସୁରୀ-କଳମଗଡ଼ିଆ ରାସ୍ତାର ସୋନ ନଦୀ ଉପରେ ଥିବା ଏକ ପୁରୁଣା ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲର ମଝି ସ୍ଥାନ ଦବିଯିବା ସହିତ ମୂଳଦୁଆରେ ବିରାଟ ଫାଟ ସୃଷ୍ଟି ହୋଇଛି । ଫଳରେ ଏହା ଭୁଶୁଡ଼ି ପଡିବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଉକ୍ତ ରାସ୍ତାଟି ଅଞ୍ଚଳର ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଖବର ପାଇ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ନାୟକ ଓ ଯନ୍ତ୍ରୀ ଜଗଦୀଶ ବେହେରା ଘଟଣାସ୍ଥଳକୁ ଯାଇ ଦବି ଯାଇଥିବା ସ୍ଥାନକୁ ବ୍ୟାରିକେଡ କରିବା ସହିତ ନାଲି ପତାକା ଲଗାଇଛନ୍ତି। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ଏକ ପ୍ରତିନିଧି ଦଳ ଏହି ପୋଲ ପରିଦର୍ଶନ କରି ଫେରିଛନ୍ତି। ଏଠାରେ ଏକ ବଡ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି । ତେବେ ବାରଣ ସତ୍ତ୍ୱେ ଏହି ବିପଦସଙ୍କୁଳ ପୋଲ ଉପରେ ଭାରୀଯାନ ଚଳାଚଳ କରୁଥିବାରୁ ସମସ୍ୟା ମୁଣ୍ଡ ଟେକିଛି । ଭାରୀଯାନ ଚଳାଚଳ ବନ୍ଦ ନ ହେଲେ ପୋଲଟି ଭୁଶୁୁଡି ପଡିବା ସହିତ ସମସ୍ୟା ଦ୍ୱିଗୁଣିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପୋଲଟି ୪୦ ବର୍ଷ ତଳେ ନିର୍ମାଣ ହୋଇଥିବାବେଳେ ଏହାର ଉଚ୍ଚତା ମଧ୍ୟ ବହୁତ କମ୍‌ । ଏହି ପୋଲ ଉପରେ ଦିନ ରାତି ଭାରୀଯାନ ଚଳାଚଳ କରୁଛି। ଏହିି ରାସ୍ତା ଦେଇ ଯାଇଥିବା କଳମଗଡିଆ ସାରୀଶୁଆ ଅଞ୍ଚଳର ଖାଦାନରୁ ଟ୍ରକ ଓ ଡମ୍ପର ଯୋଗେ ପ୍ରତିଦିନ ପଥର ଚୋରା ଚାଲାଣ ହେଉଛି । ଯାହାକି ପୋଲ ଦବିବାର ଏକ ପ୍ରମୁଖ କାରଣ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ପୋଲର ଉଚ୍ଚତା କମ୍‌ ଥିବାରୁ ନଦୀରେ ପାଣି ଆସିଲେ କିମ୍ବା ସୋନ ମଧ୍ୟମ ଜଳସେଚନ ପ୍ରକଳ୍ପର ଏକାଧିକ ଗେଟ ଖୋଲିଲେ ଉକ୍ତ ପୋଲଟି ପାଣିରେ ବୁଡି ଯାଇଥାଏ । ଫଳରେ ଡ୍ୟାମ ଜଳର ପ୍ରଖର ସ୍ରୋତ ମଧ୍ୟ ପୋଲ ଦବିବା ଓ ଫାଟ ସୃଷ୍ଟି ହେବାର ଅନ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି। ଏହି ରାସ୍ତାଟି କପ୍ତିପଦା ବ୍ଲକ୍‌ ମୁଖ୍ୟାଳୟ ସହିତ ସହିତ ସଂଯୋଗ ହୋଇଛି । ଯଦି ପୋଲଟି ଭୁଶୁଡ଼ି ପଡେ ତେବେ ୬ଟି ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହିତ ପ୍ରାୟ ୪୦ ହଜାର ଜନସାଧାରଣ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ରାସ୍ତାଟି ବାଲେଶ୍ୱର, ଔପଦା, ସୋର ଓ ଭଦ୍ରକକୁ ସଂଯୋଗ କରୁଥିବା ବେଳେ ଲୋକେ କଟକ, ଭୂବନେଶ୍ୱର ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି । ଏଠାରେ ଏକ ବଡ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


All Right Reserved By Dharitri.Com

ଚରିତ୍ର ସଂହାର ଅଭିଯୋଗରେ ଯୁବକ ଗିରଫ

ରାସଗୋବିନ୍ଦପୁର,୧୫।୧୨ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଣଚାଟି ଅଞ୍ଚଳର ଜଣେ ମହିଳାଙ୍କ ଚରିତ୍ରସଂହାର କରି ଏକ ବ୍ୟାନର ମାରିବା ଅଭିଯୋଗରେ ପୋଲିିସ ଅଭିଯୁକ୍ତ...

ମେଡିକାଲ କର୍ମଚାରୀ ପଦବୀ ପୂରଣ ହେଉନି

ବାରିପଦା ଅଫିସ,୧୦।୮- ଓଡ଼ିିଶା ମେଡିକାଲ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖାର ଏକ ସାଧାରଣ ବୈଠକ ସଂଘର ଉପସଭାପତି ଶ୍ୟାମସୁନ୍ଦର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

ଲାଞ୍ଚନେଇ କ୍ୟାଶିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ଡିଭିଜନ କାର୍ଯ୍ୟାଳୟର କ୍ୟାଶିୟର ଅଜୟ କୁମାର ସେଜପଡା ଲାଞ୍ଚ ନେବା ବେଳେ ବୁଧବାର ଭିଜିଲାନ୍ସ ବିଭାଗ...

ଚିକିତ୍ସା ଅଭାବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ବାରିପଦା ଅଫିସ,୧୪।୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର...

ଦୁର୍ଘଟଣାରେ ହୋମଗାର୍ଡ ମୃତ

ବାରିପଦା ଅଫିସ,୨୬ା୧୨- ଡ୍ୟୁଟି ପରେ ଘରକୁ ଫେରିବା ବାଟରେ ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣକ ହେଲେ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର: ବାଇକ୍‌ ଚାଳକଙ୍କୁ ଜରିମାନା ୧୮,୫୦୦ ଟଙ୍କା

ବେତନଟୀ,୧୧ା୯(ଡି.ଏନ୍‌.ଏ.)- ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ମାତ୍ର ଏହି ଘୋଷଣାର ଦିନକ...

ବଦଳିଲେ ଟାଉନ ଥାନା ଅଧିକାରୀ

ବାରିପଦା ଅଫିସ,୭ା୧- ଦୀର୍ଘ ଦିନର ଦାବି ପରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ବଦଳିଛନ୍ତି। ତାଙ୍କ ସ୍ଥାନରେ ବହଳଦା ଥାନା ଇନ୍ସପେକ୍ଟର...

ବୁଢାବଳଙ୍ଗ ନଦୀପଠାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବଡ଼ସାହି,୭।୧୨(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଡିଙ୍ଗିରା ଗ୍ରାମର ବୁଢାବଳଙ୍ଗ ନଦୀପଠାରେ ଶନିବାର ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏ ନେଇ...

Leave a comment

Your email address will not be published. Required fields are marked *