ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି କରିବା ସହ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ବିଶେଷକରି ଛୋଟଛୋଟ ପିଲାଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପରିବାର ଲୋକେ ଠାକୁରଙ୍କ ଶରଣ ପଶୁଥିବା ଘଟଣା ଶୁଣିବାକୁ ମିଳେ। ମାର୍ଶାଘାଇ ବ୍ଲକ ବେରୁହାଁ ପଞ୍ଚାୟତରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠି ଝୁଣା ଧୂପ, ଦୀପ ଦେଇ ପୂଜା କଲେ ମିଳିମିଳା ରୋଗୀ ସୁସ୍ଥ ହୋଇଥାନ୍ତି। ଏହା ମିଳିମିଳା ପୀଠ ଭାବେ ପରିଚିତ। ବିଭିନ୍ନ ରୋଗର ଚିକିତ୍ସା ଓ ମାଲିମକଦ୍ଦମାରୁ ସମସ୍ୟାରୁ ତ୍ରାହି ପାଇବା ସକାଶେ ଲୋକମାନେ ଏହି ମଠରେ ଆମିଷ ଘାଣ୍ଟିଆ ଲାଗି କରିଥାନ୍ତି। ଭକ୍ତିର ସହ ଡାକିଲେ ମା’ ଭକ୍ତଙ୍କ ଦୁଃଖ ସଂହାର କରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। କାହିଁ କେଉଁ ଅମଳରୁ ବିରାଟ ବଟ ବୃକ୍ଷ ମୂଳେ ଥିବା ସିନ୍ଦୂର ମଣ୍ଡିତ ଠାକୁରାଣୀଙ୍କ ମୂର୍ତ୍ତି ପୂଜା ପାଇଆସୁଛି। ପଣା ସଂକ୍ରାନ୍ତୀରେ ଏଠାରେ ଝାମୁ ଘଣ୍ଟ ଅନୁଷ୍ଠିତ ହୁଏ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିସହ ବର୍ଷକ ବାରମାସୀ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। କିନ୍ତୁ କ୍ରମେ ଏହି ମଠ ବିଭିନ୍ନ ସମସ୍ୟା ଘେରକୁ ଚାଲିଆସିଛି। ମା’ଙ୍କ ପୂଜା ପାଇଁ ଏଠାରେ ଜଣେ ବାବାଜୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ତାଙ୍କ ରହିବା ପାଇଁ ପକ୍କା ଘର ବ୍ୟବସ୍ଥା ନାହିଁ। ପୀଠ ପରିସରରେ ଗୋଟିଏ ନଳକୂପ ରହିଛି। ବିଭିନ୍ନ ପର୍ବପର୍ବାଣିରେ ଜନ ସମାଗମ ଯୋଗୁ ବ୍ୟବହାର ପାଇଁ ଏହା ଯଥେଷ୍ଟ ହେଉନି। ଏଥିସହ ମଠ ପରିସରକୁ ବିଦ୍ୟୁତ୍‌ ସଂଯୋଗ କରାଯିବାର ଆବଶ୍ୟକତା ରହିଛି। ଫଳରେ ପୀଠର ଉନ୍ନତୀକରଣ ପ୍ରତି ଦୃଷ୍ଟି ଦିଆଯିବାକୁ ବେରୁହଁା ସରପଞ୍ଚ ଲାବଣ୍ୟବତୀ ସେନାପତି, ମଙ୍ଗରାଜପୁର ସରପଞ୍ଚ ପ୍ରଦୀପ୍ତ ନାୟକ ଓ ସାମାଜିକ କର୍ମୀ ସର୍ବେଶ୍ୱର ଦାସ ପ୍ରମୁଖ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।


All Right Reserved By Dharitri.Com

ରେକର୍ଡ ରଚିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର/ଭୁବନେଶ୍ୱର(ବ୍ୟୁରୋ)୨୫-୧୦:ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା...

କନିଅର ମଞ୍ଜି ଖାଇ ବୃଦ୍ଧଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୬ା୬-ବାର୍ଦ୍ଧକ୍ୟ ଯନ୍ତ୍ରଣା ସହି ନ ପାରି ଜଣେ ଶତାୟୁ କନିଅର ମଞ୍ଜି ଖାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର...

ମହାନଦୀ ଜଳସ୍ତର : ୨ଦିନ ଧରି ରାସ୍ତା ଉପରେ ବନ୍ୟାଜଳ

ଗଣିଆ,୯ା୯ (ଡି.ଏନ.ଏ.): ଗତ ୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ତେବେ ଗତ ଶନିବାର ଅପରାହ୍ନରେ ମହାନଦୀରେ ବନ୍ୟାପାଣି...

ଫେଲ୍‌ ମାରିବା ପରେ ବଦଳିଲା ସର୍ବକ୍ଷମା ଯୋଜନା: ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ସହରରେ ଘର କରିବାକୁ ହେଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କିମ୍ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି...

ଚିକିତ୍ସାଳୟରୁ ମୃତା ନାବାଳିକାଙ୍କ ଆଖି ତାଡ଼ିନେବା ଅଭିଯୋଗ

ଅନୁଗୋଳ ଅଫିସ,୧୯।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜିଲା ଚିକିତ୍ସାଳୟର ମୃତଦେହ ରଖାଯାଉଥିବା ପ୍ରକୋଷ୍ଠରେ ତୃପ୍ତି ଗୋଚ୍ଛାୟତ ନାମକ...

ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା

ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ...

ବାଇକ୍‌ ଚୋରି ର଼୍ୟାକେଟ୍‌ ଠାବ: ଶଳା, ଭିଣୋଇ ଗିରଫ: ୩ ବାଇକ୍‌ ଜବତ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବାଇକ୍‌ ଚୋରି ପୋଲିସର ନିଦ ହଜାଇ ଦେଇଥିଲା। ପୋଲିସ ଏହି ଚୋରି...

ତିନି ରଥ ଉପରେ ଚାଲିଛି ଅଧରପଣା ନୀତି: ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼

ପୁରୀ ଅଫିସ୍‌, ୧୪।୭: ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି। ଅଧରପଣା ନୀତି ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ...

Leave a comment

Your email address will not be published. Required fields are marked *