ଗଞ୍ଜାମ ଜିଲା: ବଢ଼ୁଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା : ଗ୍ରାମାଞ୍ଚଳରୁ ୩୪୧ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୧୨ା୧୦-ଗଞ୍ଜାମ ଜିଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଜିଲାର କେବଳ ଗ୍ରାମାଞ୍ଚଳରେ ନିକଟରେ ଆୟୋଜିତ ହୋଇଥିବା କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମରେ ୩୪୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କୁ ଏମ୍‌ଡିଟି ଔଷଧ ପ୍ରଦାନ କରାଯାଉଛି। ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟପରୀକ୍ଷା ସହ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଉଛି । ଜିଲାର ବେଗୁନିଆପଡ଼ା, ଖଲ୍ଲିକୋଟ ଏବଂ ଦିଗପହଣ୍ଡି ବ୍ଲକରେ ସର୍ବାଧିକ କୁଷ୍ଠରୋଗୀ ଚିହ୍ନଟ ହୋଇଥିବା ତଥ୍ୟ ହସ୍ତଗତ ହୋଇଛି ।
ଗତ ସେପ୍ଟେମ୍ବର ୧୦ରୁ ୨୩ତାରିଖ ପର୍ଯ୍ୟନ୍ତ ବ୍ଲକସ୍ତରରେ କୁଷ୍ଠରୋଗୀ ଚିହ୍ନଟ ଅଭିଯାନ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଶା କର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିଥିଲେ । ପରେ ସ୍ବାସ୍ଥ୍ୟ କର୍ମୀମାନେ ପହଞ୍ଚି ସ୍ବାସ୍ଥ୍ୟପରୀକ୍ଷା କରିଥିଲେ। ଯେଉଁମାନଙ୍କଠାରେ କୁଷ୍ଠ ଲକ୍ଷଣ ମିଳିଥିଲା, ସେମାନଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ମେଡ଼ିକାଲ୍‌ ଅଫିସର୍‌ ଏବଂ ଜିଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଚୂଡ଼ାନ୍ତ ଚିହ୍ନଟ କରିଥିଲେ। ଏଭଳି ଜିଲାର ସମସ୍ତ ଗ୍ରାମାଞ୍ଚଳରୁ ମୋଟ ୩୧ଲକ୍ଷ ୭୪ହଜାର ୫୩୬ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ଆଶା କର୍ମୀମାନେ ୬ହଜାର ୫୪୭ ଜଣଙ୍କ ଠାରେ କୁଷ୍ଠ ଲକ୍ଷଣ ଦେଖାଦେଇଥିବା ସନ୍ଦେହ ପ୍ରକାଶ କରିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ୩୪୧ ଜଣ କୁଷ୍ଠ ରୋଗୀ ଥିବା ଚୂଡ଼ାନ୍ତ ଚିହ୍ନଟ ହୋଇଥିଲା। ମୋଟ ରୋଗୀଙ୍କ ମଧ୍ୟରେ ଅଛନ୍ତି ୨୨ଜଣ ଶିଶୁ । ସେହପରି ୧୬୩ ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭୮ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ବ୍ଲକ ଅନୁଯାୟୀ ତଥ୍ୟକୁ ଦେଖିଲେ ସୂଚନା ମିଳୁଛି ଯେ, ଜିଲାରେ ବେଗୁନିଆପଡ଼ା ବ୍ଲକରେ ସର୍ବାଧିକ ୪୪ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲକର ଏକ ଲକ୍ଷ ୪୭ହଜାର ୭୮୧ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିବା ବେଳେ ୧୮୦ଜଣଙ୍କ ପାଖରେ କୁଷ୍ଠ ଲକ୍ଷଣ ଥିବା ଆଶା କର୍ମୀମାନେ ସନ୍ଦେହ କରିଥିଲେ। ତେବେ ସେଥିରୁ ୪୮ ରୋଗୀଙ୍କ ପାଖରେ କୁଷ୍ଠ ଜୀବାଣୁ ମିଳିଥିଲା । ୨୭ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ବ୍ଲକରେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ଶିଶୁ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଖଲ୍ଲିକୋଟ ବ୍ଲକ । ବ୍ଳକର ଏକ ଲକ୍ଷ ୭୬ହଜାର ୧୧୨ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିଲା । ୩୨୧ଜଣଙ୍କ କୁଷ୍ଠ ଦ୍ୱାରା ଆକ୍ରାନ୍ତ ଥିବା ସନ୍ଦେହ ସୃଷ୍ଟି ହେବାରୁ ପରୀକ୍ଷା କରାଯାଇଥିଲା । ସେଥିରୁ ୩୯ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୭ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ। ଏପରିକି ସେଥିରୁ ୫ଜଣ ଶିଶୁ ମଧ୍ୟ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛି ଦିଗପହଣ୍ଡି ବ୍ଲକ । ଏକ ଲକ୍ଷ ୫୭ହଜାର ୨୭୬ଜଣଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିଲା । ୪୦୨ଜଣଙ୍କୁ ସନ୍ଦେହରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଥିରୁ ୩୯ଜଣ ରୋଗୀ ଚିହ୍ନଟ ହୋଇଥିଲେ। ୨୩ଜଣ ସ୍ବଳ୍ପ ଜୀବାଣୁ ଏବଂ ୧୫ଜଣ ବହୁ ଜୀବାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ସେହିପରି ଗଞ୍ଜାମ ବ୍ଲକରେ ୬, ପୋଲସରା ବ୍ଲକରେ ୧୨, ଆସିକା ବ୍ଲକରେ ୧୦, ଭଞ୍ଜନଗର ବ୍ଲକରେ ୧୨, ଶେରଗଡ଼ ବ୍ଲକରେ ୧୭, ସାନଖେମୁଣ୍ଡି ବ୍ଲକରେ ୮ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜଗନ୍ନାଥପ୍ରସାଦ ବ୍ଲକରେ ୧୩, ଚିକିଟି ବ୍ଲକରେ ୧୧, ବେଲଗୁଣ୍ଠା ବ୍ଲକରେ ୪, ରଙ୍ଗେଇଲୁଣ୍ଡା ବ୍ଲକରେ ୮, କବିସୂର୍ଯ୍ୟନଗର ବ୍ଳକରେ ୧୧, ହିଂଜିଳିକାଟୁ ବ୍ଲକରେ ୨୬, ଧରାକୋଟ ବ୍ଲକରେ ୧୦, ଛତ୍ରପୁର ବ୍ଲକରେ ୩୦, ବୁଗୁଡ଼ା ବ୍ଲକରେ ୭, ବଡ଼ଗଡ଼ ବ୍ଲକରେ ୮, ପୁରୁଷୋତ୍ତମପୁର ବ୍ଲକରେ ୭, କୁକୁଡ଼ାଖଣ୍ଡି ବ୍ଲକରେ ୧୦ ଏବଂ ପାତ୍ରପୁର ବ୍ଲକରେ ୧୦ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ରୋଗୀଙ୍କୁ ଏମ୍‌ଡିଟି ଔଷଧ ପ୍ରଦାନ ସହ ଆବଶ୍ୟକୀୟ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଆସନ୍ତା ୧୪ତାରିଖରୁ ଜିଲାର ୧୮ଟି ସହରାଞ୍ଚଳରେ ମଧ୍ୟ ରୋଗୀ ଚିହ୍ନଟ ଶିବିର ଆୟୋଜିତ ହେବ ବୋଲି ସୂଚନା ମିଳିଛି ।


All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗର ପ୍ରୟାସ: ଜଙ୍ଗଲ ନିକଟ ଗ୍ରାମବାସୀଙ୍କୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ

ଶେରଗଡ଼,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ମଛାକୋଟ ଗ୍ରାମରେ ବୁଧବାର ବନ ବିଭାଗ ପକ୍ଷରୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ କରାଯାଇଛି। ଏଥିରେ ଆଞ୍ଚଳିକ ବନ...

ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ...

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗିଲା: ୨ ଭଉଣୀ ମୃତ, ମା’ ଭାଇ ଆହତ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୦ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗଁାରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଶର୍ଟ...

ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା: ମା’, ପୁଅ ଗିରଫ

ଧରାକୋଟ,୪ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଞ୍ଚଳରେ ଅନୈତିକ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗମ୍ଭାରୀଗୁଡ଼ା ଗ୍ରାମର...

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ବୁଗୁଡ଼ା,୬ ।୯(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ପଙ୍କଳବାଡ଼ି ଗ୍ରାମର ଏକ ଦୋକାନ ଶୁକ୍ରବାର ରାତି ୮ଟାରେ ଜଳିଯାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ନିଆଁ ଲିଭାଇଥିଲେ।...

ବିରୋଧୀ ଦଳ ନେତାଙ୍କୁ ଉପେକ୍ଷା କରୁଛି ବିଏମ୍‌ସି

ବ୍ରହ୍ମପୁର ଅଫିସ,୩ା୯-ବ୍ରହ୍ମପୁର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ରାଜନୀତି କରାଯାଇଛି। ନିଗମ କାର୍ଯ୍ୟାଳୟ ଏବଂ ଟାଉନ ହଲରେ ଆୟୋଜିତ ସମାରୋହରେ କେବଳ ଶାସକ...

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୦ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଧମକ ଓ ଅସଦାଚରଣ କରିବା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ରବିବାର ପୋଲିସ ଗିରଫ କରିଛି। ସେ ହେଲେ ରାମ...

ପିପୁଲ୍ସ କଲେଜ ଚାମ୍ପିୟନ, କେଏସ୍‌ୟୁବି ରନର୍ସଅପ

ଚିକିଟି,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟିଗଡ ସ୍ଥିତ ମହାବିଦ୍ୟାଳୟ ଖେଳପଡିଆରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଚାଲିଥିବା ୪୯ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ କବାଡି ଟୁର୍ନାମେଣ୍ଟ୍‌ ଗୁରୁବାର ଉଦ୍‌ଯାପିତ...

Leave a comment

Your email address will not be published. Required fields are marked *