ଷ୍ଟେଶନରୁ ପିଲା ଚୋରି ଘଟଣା:  ଉଦ୍ଧାର ଶିଶୁ ମା’ଙ୍କୁ ହସ୍ତାନ୍ତର

ବାଲେଶ୍ୱର ଅଫିସ, ୧୨।୧୦- ବାଲେଶ୍ୱର ରେଳଷ୍ଟେଶନର ୧ ନଂ. ପ୍ଲାଟଫର୍ମରୁ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ମା’ କୋଳରେ ଶୋଇଥିବା ଏକ ୩ମାସର ଶିଶୁପୁତ୍ରକୁ ଚୋରି କରିନେଇଥିବା ରେଲଓ୍ବେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଉକ୍ତ ଶିଶୁକୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗୀରଥି ବାରିକ, ସଦସ୍ୟ ପଦ୍ମଲୋଚନ ଦତ୍ତ, ଏଲ୍‌ପିଓ ମୁକ୍ତିକାନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଶୁକ୍ରବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଛନ୍ତି।
ଜଳେଶ୍ୱର ଅଞ୍ଚଳର ସୀତା ମାରାଣ୍ଡି ନାମ୍ନୀ ମହିଳା କିଛିଦିନ ପୂର୍ବରୁ ବାଲେଶ୍ୱର ସହର ସହଦେବଖୁଣ୍ଟା ମଡେଲ ଥାନା ଗୁଧିବସାରେ ଭଡ଼ା ରହି ଲୋକମାନଙ୍କ ଘରେ କାମ କରି ଚଳୁଥିଲେ। ଗତ ୩ ତାରିଖ ରାତିରେ ସେ ଘରକୁ ଫେରି ନ ପାରି ନିଜର ଶିଶୁପୁତ୍ର ସହ ରେଳଷ୍ଟେଶନର ୧ନଂ. ପ୍ଲାଟଫର୍ମରେ ଶୋଇପଡିଥିଲେ। ବିଳମ୍ବିତ ରାତିରେ ସୀତା ଗଭୀର ନିଦ୍ରାରେ ଶୋଇଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଶିଶୁକୁ ନେଇଯାଇଥିଲେ। ନିଦ ଭାଙ୍ଗିବା ପରେ ସୀତା ତାଙ୍କ ପୁଅକୁ ନ ପାଇ ରେଲଓ୍ବେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ରେଲଓ୍ବେ ଥାନାରେ ପୋଲିସ ମାମଲା (ନଂ. ୬୨/୧୯) ରୁଜୁ କରି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଜଳେଶ୍ୱରରୁ ଗଞ୍ଜାମ ଜିଲା ମୁକୁନ୍ଦପୁର ଅଞ୍ଚଳର ପି. ଯୋଗୀ ପାତ୍ର, ସ୍ତ୍ରୀ ବି. ଲକ୍ଷ୍ମୀ ପାତ୍ର, ଶିଳ୍ପାଞ୍ଚଳ ଥାନା ଶୋଭାରାମପୁର ଅଞ୍ଚଳର ପାଣ୍ଡିଆ କିସ୍କୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର ଅଛନ୍ତି। ଶିଶୁକୁ ଚୋରି କରି ବିହାର ନେଇଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶିଶୁକୁ ଉଦ୍ଧାର କରାଯାଇ କୁରୁଡ଼ାସ୍ଥିତ ନିର୍ମଳା ଶିଶୁ ଭବନରେ ରଖାଯାଇଥିଲା। ଗତ ଗୁରୁବାର ଶିଶୁପୁତ୍ରକୁ ନେବା ପାଇଁ ମା’ ସୀତା ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ବାରିବ ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝିଙ୍କୁ ଲିଖିତ ଭାବେ ଜଣାଇଥିଲେ। ସମସ୍ତ ପ୍ରମାଣପତ୍ର ପୈଠ କରିବା ପରେ ଶୁକ୍ରବାର ତାଙ୍କୁ ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଛି।


All Right Reserved By Dharitri.Com

ବୃତ୍ତି ପରୀକ୍ଷା ଦେଲେ ୨୬୪ ଛାତ୍ରୀଛାତ୍ର

ଭଣ୍ଡାରିପୋଖରୀ, ୧୫ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭଣ୍ଡାରିପୋଖରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ କୁଲଣା ସ୍ଥିତ ବିଶୋଳ କୁଲଣା ମୈତ୍ରୀ...

ବାଇକକୁ ଧକ୍କାଦେଲା ଟ୍ରକ

ଆନନ୍ଦପୁର/କୋଳିମାଟି,୨୫ା୪(ଡି.ଏନ୍‌.ଏ.): ମହୁଲଡିହା ଥାନା ଅଧୀନ ଗୋଡ଼ଭଙ୍ଗା ଘାଟି ଉପରେ ଟ୍ରକ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଅଗ୍ନିଶମ କର୍ମଚାରୀ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁର ବିକ୍ଷୋଭ

ବାଲେଶ୍ୱର ଅଫିସ,୩୦ା୫: ସିଆଇଟିୟୁର ପ୍ରତିଷ୍ଠା ଦିବସରେ ସିଆଇଟିୟୁର ଶ୍ରମିକ ସଂଗଠନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସର୍ବନିମ୍ନ ମଜୁରୀ...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

‘ପରିବେଶ ଓ ପ୍ରକୃତି ଦିଏ ପ୍ରେରଣା’

ସିମୁଳିଆ, ୧ା୫(ଡି.ଏନ.ଏ.)-ଆମ ଚାରିପାଖରେ  ନିୟମିତ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ଯାହା ଜୀବନ ଯେତେ ଘଟଣାବହୁଳ ତାହା ଲେଖାଲେଖି କରିବାକୁ ଖୋରାକ ଯୋଗାଇଥାଏ ବୋଲି ସାରସ୍ବତ...

ନ୍ୟାୟ ପାଇଁ ଦିବାରାତ୍ର ଅନଶନରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୮।୧୧- ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ରାଜ୍ୟର ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ୪ଗୋଟି ବିଶ୍ୱବିଦ୍ୟାଳୟର...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଅଭିଯୁକ୍ତ ଗିରଫ

ରୂପ୍‌ସା,୧୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ତାଙ୍କର ଜଣେ ଦୂର ସମ୍ପର୍କୀୟ ବିବାହର ପ୍ରତିଶ୍ରୁତିି ଦେଇ ପ୍ରତାରଣା କରିଥିବା...

ଗଛମୂଳେ ଚାଲିଛି ମଧ୍ୟାହ୍ନଭୋଜନ

ଚମ୍ପୁଆ, ୮ା୭(ଡି.ଏନ୍‌.ଏ): ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ ଆଧାରରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମରୁ...

Leave a comment

Your email address will not be published. Required fields are marked *