ଜରାସିଂହା ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ,୧୨।୧୦(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ବିଜୟା ଦଶମୀରୁ ୫ଦିନ ଧରି ଚାଲିଥିବା ମା’ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ପାଟଖଣ୍ଡାଙ୍କ କାଳିସୀ ବରୁଆଙ୍କ ଦେହରେ ଲାଗି ସ୍ବତନ୍ତ୍ର ବାଦ୍ୟର ତାଳେ ତାଳେ ନୃତ୍ୟ କରି ମାନସିକଧାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ରାଜ ନଅର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ଛେଳି, ମେଣ୍ଢା ଆଦି ବଳି ପ୍ରଦାନ କରାଯାଇଥିଲା। ପୂଜାର୍ଚ୍ଚନା ପରେ ଭକ୍ତଙ୍କୁ ଶେଷ ଦର୍ଶନ ସହ ଆଶୀର୍ବାଦ ପ୍ରଦାନ କରି ଦେବତା ସ୍ବସ୍ଥାନ ଦେଝାର ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ ପରେ ଯାତ୍ରା ସମ୍ପନ୍ନ ହୋଇଥିଲା।
ଗୁରୁବାର ପାହାନ୍ତାରେ ମାନସିକ ରୋଗୀଙ୍କ ସହ ବିଭିନ୍ନ ରୋଗୀଙ୍କୁ ଦେବତା ଲୁହାର ଏକ ଶିକୁଳି ସ୍ପର୍ଶ କରି ରୋଗ ଛଡାଇବାର କାର୍ଯ୍ୟକ୍ରମ ହୋଇଥିଲା। ରାତିରେ ଅନୁଷ୍ଠିତ ନିଶିଗୁଡି ଯାତ୍ରାରେ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ଗୁହାରି କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏପରିକି ଅପୁତ୍ରିକଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ଫଳ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା ା ଅଧିଆ ପଡିଥିବା ଅପୁତ୍ରିକ ମାନସିକଧାରୀଙ୍କ ଉପରେ ନୃତ୍ୟରତ ଅବସ୍ଥାରେ ଦେବତା ଛିଡା ହୋଇ ବରପ୍ରଦାନ କାର୍ଯ୍ୟକ୍ରମ ଏଠାରେ ସମ୍ପୂର୍ଣ୍ଣ ନିଆରା। ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା ା ମା’ ପାଟଖଣ୍ଡା ଦେବୀଙ୍କ ଉପରେ ମାନସୀକଧାରୀଙ୍କ ଆସ୍ଥା ରହିଥିବାରୁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଯାତ୍ରାରେ ଜିଲା ତଥା ଜିଲା ବାହାରରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯାତ୍ରାରେ ମୀନା ବଜାର, ଦୋଳି ଲୋକଙ୍କ ଆକର୍ଷଣର କେନ୍ଦ୍ର ରହିଥିଲା। ମୁଖ୍ୟ ସେବାୟତ ସନ୍ତୋଷ ଥନାପତି, ମୁଖ୍ୟ ସେବକ ସାମନ୍ତ ଦୁର୍ଗାପ୍ରସାଦ ସିଂ ଦେଓ, ପଣ୍ଡିତ ଅସିତ କୁମାର ତ୍ରୀପାଠୀ, ଆଲୋକ ତ୍ରୀପାଠୀ, ଉଜ୍ଜ୍ୱଲ ଝାଙ୍କର, ଡା.ସରୋଜ କୁମାର ସାହୁ, ବିଏନ୍‌ଏଏ ସଭାପତି ସୁନ୍ଦରମଣି ଦଣ୍ଡସେନା, ୩୨ଦେହୁଲି ଗଣ, ବିଏନ୍‌ଏଏ ଯୁବକ ସଂଘ ଏବଂ ଜରାସିଂହା ଗ୍ରାମବାସୀ ଯାତ୍ରାରେ ସହଯୋଗ କରିଥିଲେ।


All Right Reserved By Dharitri.Com

ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର...

ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି...

ବରଷାରେ ଘର ଭାଂଗଲା, ବରତିଲେ ୩ ମା’ଝି

ଲୋଇସିଂହା, ୯।୯ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଂଚଲରେ ଗଲା ଗୁରୁବାରନୁ ବରଷା ଲାଗି ରହିଛେ। ଇ ବରଷାରେ ବ୍ଲକ ଅଧୀନ ନେଗିପାଲି ଗଁାର...

ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ...

ତନ୍ତ୍ର ସାଧନା ପଛର ରହସ୍ୟ ଖୋଲିଲା ପୋଲିସ:ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ ଭାଇ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ ବଙ୍ଗୋମୁଣ୍ଡା, ୮।୧(ଡି.ଏନ୍‌.ଏ.):ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ତନ୍ତ୍ରସାଧକ ଶୋଭାବନ ରଣା ଜେଲରୁ...

ଡିଏଭି କଲେଜରେ ଜିତେନ୍ଦ୍ର, ହ୍ୟୁମାନଙ୍କ କାଉନସେଲିଂ: ଛାତ୍ରୀଛାତ୍ରଙ୍କୁ ଦେଲେ ସଫଳତାର ମନ୍ତ୍ର

ଟିଟିଲାଗଡ଼, ୧୫।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ କଲେଜ ଦୁଇ ପ୍ରାକ୍ତନ ଛାତ୍ର ତଥା ସେଲିବ୍ରେଟି ଜିତେନ୍ଦ୍ର ମିଶ୍ର ଏବଂ ହ୍ୟୁମାନ...

କେଜିବିଭି ହଷ୍ଟେଲରେ ପାଣି ସମସ୍ୟା, ଛାତ୍ରୀଙ୍କୁ ଧମକଚମକ: ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସିନୀ

ଲୋଇସିଂହା,୬।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ(କେଜିବିଭି)ର ଅନ୍ତେବାସିନୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ପ୍ରତିବାଦ କଲେ ସେମାନଙ୍କୁ...

ସର୍ଭେରେ ଭୁଲଭଟକା: ଆବାସ ଯୋଜନାରୁ ବଁଚିତ୍‌ ୪୦ ପରିବାର

ଲାଠୋର,୧୨।୮((ଡି.ଏନ୍‌.ଏ.):  ୨୦୧୧ରେ କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ ଆର ଜାତିଗତ ଜନଗଣନା କରିଥିଲେ। ସେ ଜନଗଣନା ଅନ୍‌ସାରେ ବାସହୀନ ଗରିବ ପରିବାରମାନକୁ ସରକାରୀ ଯୋଜନାରେ ଘର...

Leave a comment

Your email address will not be published. Required fields are marked *