ନୋବେଲ୍‌ ପଦାର୍ଥ ବିଜ୍ଞାନୀ

ଡ. ଗୌରୀଶଙ୍କର ସାହୁ
ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଦୁଇଟି ଯୁଗାନ୍ତକାରୀ ଗବେଷଣାକୁ ଏ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି। ଏ ଦୁଇଟି ଗବେଷଣା ବ୍ରହ୍ମାଣ୍ଡରେ ଆମର ସ୍ଥିତି ସମ୍ବନ୍ଧରେ ନୂତନ ଦିଗନ୍ତ ଖୋଲିଦେଇଛି।
ଆମେ ଦେଖୁଥିବା ଜଗତ ବ୍ରହ୍ମାଣ୍ଡର ସମୁଦାୟ ବସ୍ତୁ ଓ ଶକ୍ତିପୁଞ୍ଜର ମାତ୍ର ପାଞ୍ଚ ପ୍ରତିଶତ। ବାକି ପଞ୍ଚାନବେ ପ୍ରତିଶତ ଆମଠାରୁ ଲୁଚିରହିଛି। କାନାଡାରେ ଜନ୍ମିତ ତଥା ଆମେରିକାର ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟର ୮୪ ବର୍ଷୀୟ ପ୍ରଫେସର ଏମିରଟସ୍‌ ଡ. ଜେମ୍ସ ପିବ୍ଲସ ଏହି ଯୁଗାନ୍ତକାରୀ ଗବେଷଣା ପାଇଁ ପୁରସ୍କାର ରାଶିର ଅର୍ଦ୍ଧେକ ଅର୍ଥାତ୍‌ ପ୍ରାୟ ୫ ଲକ୍ଷ ଡଲାର, ଗୋଟିଏ ମେଡାଲ୍‌ ଓ ଗୋଟିଏ ଡିପ୍ଲୋମା ପାଇବେ। ଆମ ସୌରଜଗତ ବାହାରେ ପୃଥିବୀ ପରି ଆଉ ଗୋଟିଏ ଗ୍ରହ ୫୧ ପେଗାସିସ ଆବିଷ୍କାର କରିଥିବା କାରଣରୁ ପୁରସ୍କାର ରାଶିର ବାକି ଅର୍ଦ୍ଧେକ ସମାନ ଭାବରେ ବଣ୍ଟାଯିବ ସ୍ବିଜରଲାଣ୍ଡରେ ଜନ୍ମିତ ଦୁଇଜଣ ଗବେଷକ ଡ. ମାଇକେଲ୍‌ ମେୟର ଓ ଡ. ଡିଡିଅର୍‌ କ୍ୱେଲୋଜ୍‌ଙ୍କ ମଧ୍ୟରେ। ଉଭୟ ପୁରସ୍କାର ରାଶି ସହ ମେଡାଲ ଓ ଡିପ୍ଲୋମା ଲାଭ କରିବେ। ୭୭ ବର୍ଷୀୟ ଡ. ମେୟର ସ୍ବିଜରଲାଣ୍ଡସ୍ଥିତ ଜେନେଭା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଏମିରଟସ୍‌ ଅଛନ୍ତି। ୫୩ ବର୍ଷୀୟ କ୍ୱେଲେଜ୍‌ ଇଂଲଣ୍ଡସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କାଭେଣ୍ଡିସ୍‌ ଗବେଷଣାଗାର ଓ ଜେନେଭା ବିଶ୍ୱବିଦ୍ୟାଳୟ ଉଭୟ ସ୍ଥାନରେ ପ୍ରଫେସର ଅଛନ୍ତି।
ଡ. ପିବ୍ଲସ ୧୯୭୧ରେ ‘ଫିଜିକାଲ କସ୍‌ମୋଲୋଜି’ ନାମକ ପୁସ୍ତକଟିଏ ଲେଖିଥିଲେ। ଏହା ଉଭୟ ତାତ୍ତ୍ୱିକ ଗବେଷଣା ଓ ପ୍ରୟୋଗାତ୍ମକ ବିଜ୍ଞାନକୁ ଗଭୀରଭାବେ ପ୍ରଭାବିତ କରିଆସିଛି।
ବ୍ରହ୍ମାଣ୍ଡ ମହାବିସ୍ଫୋଟରୁ ଜନ୍ମଲାଭ କରି ପ୍ରସାରିତ ହେଉଛି। ପ୍ରାୟ ୪ ଲକ୍ଷ ବର୍ଷ ପ୍ରସାରିତ ହେବା ପରେ ଏହା ଶୀତଳ ହୋଇ କେତେ ହଜାର ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ପହଞ୍ଚିଲା। ମୌଳିକ କଣିକାଗୁଡିକ ରାସାୟନିକ ବନ୍ଧ ସାହାଯ୍ୟରେ ଉଦ୍‌ଜାନ ଓ ହିଲିଅମ୍‌ ଗ୍ୟାସ୍‌କୁ ରୂପାନ୍ତରିତ ହେଲେ। ଆଲୋକପେଟିକା ଫୋଟନ୍‌ଗୁଡିକ ମୁକ୍ତ ଭାବରେ ଯାତାୟାତ କଲେ।
୧୯୬୪ରେ ଦୁଇଜଣ ନୋବେଲ ବିଜେତା ଗବେଷକ ଆର୍ନୋପେନ୍‌ଜିଆନ୍‌ ଓ ରବର୍ଟ ଓ୍ବିଲସନ ବ୍ରହ୍ମାଣ୍ଡର ଜନ୍ମ ସମୟର ଦୀପ୍ତିକୁ ସଂଯୋଗବଶତଃ ନିଜ ଆଣ୍ଟିନାରେ ଧରିଲେ। ଏହାକୁ ‘ପୃଷ୍ଠତଳ ବିକିରଣ’ ନାମରେ ବିଶ୍ୱବାସୀ ଜାଣିଲେ। ବ୍ରହ୍ମାଣ୍ଡ ସୃଷ୍ଟିର ୧୪୦୦ ବର୍ଷ ପରେ ଏହି ପୃଷ୍ଠତଳ ବିକିରଣ -୨୭୩ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ପିବ୍ଲସ ଅଙ୍କ କଷି ଦେଖାଇଲେ କିପରି ଏହି ପୃଷ୍ଠତଳ ବିକିରଣରୁ ବ୍ରହ୍ମାଣ୍ଡ ସୃଷ୍ଟି ସମୟରେ କେତେ ବସ୍ତୁ ସୃଷ୍ଟି ହୋଇଥିଲା ତାହା ଜଣାପଡିବ। ମହାଜାଗତିକ ପୃଷ୍ଠତଳ ବିକିରଣ ଆଧୁନିକ ବିଜ୍ଞାନକୁ ନୂଆ ଦିଗ ଓ ଦିଗନ୍ତ ଦେଖାଇଲା। ପିବ୍ଲସଙ୍କ ଗଣନା ଅନୁସାରେ ବ୍ରହ୍ମାଣ୍ଡ ସୃଷ୍ଟି ସମୟରେ ଯାହା ବସ୍ତୁତ୍ୱ ଥିଲା ଏବେ ତା’ର ମାତ୍ର ୫ ପ୍ରତିଶତ ଦୃଶ୍ୟମାନ, ବାକି ୯୫ ଭାଗ ଏବେ ଅଦୃଶ୍ୟ ରୂପରେ ଆତଯାତ। ପିବ୍ଲସଙ୍କ ଗବେଷଣା ଓ ପରବର୍ତ୍ତୀ ସମୟରେ ପ୍ରାୟୋଗିକ ନିଷ୍କର୍ଷରୁ ଜଣାପଡିଲା ଯେ ବ୍ରହ୍ମାଣ୍ଡର ୩୧ ପ୍ରତିଶତ ବସ୍ତୁ ଓ ୬୯ ପ୍ରତିଶତ ଶକ୍ତି। ୩୧ ପ୍ରତିଶତ ବସ୍ତୁରୁ ୫ ପ୍ରତିଶତ ଦୃଶ୍ୟମାନ ଓ ୨୬ ପ୍ରତିଶତ ଅଦୃଶ୍ୟ। ବାକି ୬୯ ପ୍ରତିଶତ ବ୍ରହ୍ମାଣ୍ଡର ଶୂନ୍ୟ ସ୍ଥାନରେ ଥିବା ଅଦୃଶ୍ୟ ଶକ୍ତି। ୧୯୯୮ରେ ସଲ୍‌ ପର୍ଲମୁଟର, ବ୍ରିଆନ୍‌ ସ୍ପିଡଟ ଓ ଆଦାମ୍‌ ରେସ୍‌ ଅଦୃଶ୍ୟ ଶକ୍ତିର ପ୍ରହେଳିକାକୁ ବୁଝାଇଥିଲେ। ସେମାନେ ୨୦୧୧ରେ ନୋବେଲ ପୁରସ୍କାର ପାଇଥିଲେ। ସେମାନେ ଅଦୃଶ୍ୟ ଶକ୍ତିକୁ ବ୍ରହ୍ମାଣ୍ଡର ତ୍ୱରିତ ପ୍ରସାରଣ ପାଇଁ ଦାୟୀ ବୋଲି ମତପ୍ରକାଶ କରିଥିଲେ। ଆଇନ୍‌ଷ୍ଟାଇନଙ୍କ ମହାଜାଗତିକ ଧ୍ରୁବାଙ୍କ ମଧ୍ୟ ଅଦୃଶ୍ୟ ଶକ୍ତିର ଉପସ୍ଥିତି ବୁଝାଇବାରେ ସକ୍ଷମ ହୋଇଛି।
ପିବ୍ଲସଙ୍କ ଗବେଷଣା ପରେ ଲୋକଲୋଚନକୁ ଆସିଥିବା ଅଦୃଶ୍ୟ ବସ୍ତୁ ଓ ଶକ୍ତି ବର୍ତ୍ତମାନ ମହାକାଶ ବିଜ୍ଞାନର ପ୍ରମୁଖ ପ୍ରହେଳିକା। ସେମାନଙ୍କୁ ଦେଖି ହୁଏନି ମାତ୍ର ସେମାନଙ୍କ ପ୍ରଭାବ ଯାହା ଅନୁଭବ କରିହୁଏ। ତେଣୁ ଆମେ ବ୍ରହ୍ମାଣ୍ଡର ଏ ଅନ୍ଧାର ପାଖ ସମ୍ବନ୍ଧରେ ବହୁତ କମ୍‌ କଥା ଜାଣିଛେ। ବ୍ରହ୍ମାଣ୍ଡରେ ଆମର ସ୍ଥିତି କେତେ ନଗଣ୍ୟ ପିବ୍ଲସଙ୍କ ଗବେଷଣା ଦ୍ୱାରା ଆମେ ଅନୁଭବ କଲେ।
ଆମ ସୌରଜଗତରେ ଯେପରି ନବଗ୍ରହ ରହିଛି, ସେହିପରି ଆଉ କୌଣସି ସୌରଜଗତ ଓ ତା’ର ଗ୍ରହ ରହିଛି କି? ଡ. କ୍ୱେଲେଜ ଆମଠାରୁ ୫୦ ଆଲୋକବର୍ଷ ଦୂରରେ ଏହିପରି ଏକ ସୌରଜଗତ ଚିହ୍ନଟ କରିଥିଲେ, ଯେଉଁଠାରେ ଆମ ସୂର୍ଯ୍ୟ ପରି ଗୋଟିଏ ନକ୍ଷତ୍ର ଚାରିପଟେ ୧୧ ପେଗାସିସ ନାମକ ଗ୍ରହଟିଏ ପରିକ୍ରମଣ କରୁଛି। ତାଙ୍କ ଗୁରୁ ଡ. ମାଇକେଲ ମେୟର ପ୍ରଥମେ ତ ଆବିଷ୍କାରଟିକୁ ବିଶ୍ୱାସ କରି ନ ଥିଲେ। ପରେ ବାରମ୍ବାର ପର୍ଯ୍ୟବେକ୍ଷଣ ଦ୍ୱାରା ଏସମ୍ବନ୍ଧରେ ଦୃଢ ନିଶ୍ଚିତ ହେବା ପରେ ଉଭୟ ୬ ଅକ୍ଟୋବର ୧୯୯୫ରେ ଇଟାଲିର ଫ୍ଲୋରେନ୍ସଠାରେ ଏକ ସମ୍ମିଳନୀରେ ନିଜ ଆବିଷ୍କାରକୁ ଲୋକଲୋଚନକୁ ଆଣିଥିଲେ।
ଆଲୋଚ୍ୟ ସୌରଜଗତର ଆବିଷ୍କାର ଏକ ନୂଆ ଗବେଷଣାର ପଥ ଉନ୍ମୁକ୍ତ କଲା ଓ ବର୍ତ୍ତମାନ ସୁଦ୍ଧା ଆମ ଆକାଶଗଙ୍ଗାରେ ୧୧ ପେଗାସିସ ପରି ପ୍ରାୟ ୪୦୦୦ଟି ଗ୍ରହ ଆବିଷ୍କୃତ ହେଲାଣି। ସେମାନଙ୍କ ମଧ୍ୟରୁ କିଛି ବସବାସଯୋଗ୍ୟ ବୋଲି ମନେହୁଏ। ବାସ୍ତବିକ ଡ. ପିବ୍ଲସ୍‌, ଡ. ମେୟର ଓ ଡ. କ୍ୱେଲେଜ୍‌ଙ୍କ ଆବିଷ୍କାର ଯୁଗାନ୍ତକାରୀ।
କଟକ, ମୋ-୭୯୭୮୪୨୧୮୩୫


All Right Reserved By Dharitri.Com

ଏଇ ଭାରତରେ

ମନ୍ଦିର ଉପରୁ ତଳକୁ ଫିଙ୍ଗି ଶିଶୁର ଉଜ୍ଜ୍ୱଳ ଭାଗ୍ୟ ଓ ଦୀର୍ଘ ଜୀବନ କାମନା କରାଯାଇଥାଏ ମହାରାଷ୍ଟ୍ର ସୋଲାପୁର ଜିଲାର ମଙ୍ଗାସୁଲି ଗାଁରେ। ଏହି ଗାଁର...

ଏଇ ଭାରତରେ

ପାଞ୍ଚଟି ଗାଁରେ୧୪ ବର୍ଷ ପରେ ସ୍କୁଲ ଖୋଲାଯିବା ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ବିଜାପୁର ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିବା ପାଞ୍ଚଟି ଗାଁରେ...

ଏଇ ଭାରତରେ

ଲୋକମାନେ ଖୁସି ହେଲେ ନାଚିଥାନ୍ତି। କିନ୍ତୁ ବର୍ଷାର ପ୍ରଥମ ଅସରା ମାଟିରେ ପଡିବା ପରେ ଚାଷୀଭାଇ ନାଚି ଉତ୍ସବ ପାଳିବା ନିଆରା ନିଶ୍ଚୟ। ଦୀର୍ଘ ୪...

ଭିନ୍ନ ପ୍ରକାର ପୁନଃଚକ୍ରୀକରଣ

ଡ. ଚିନ୍ତାମଣି ପଣ୍ଡା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଦୈନ୍ୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ ପୂର୍ବକ ଅତ୍ୟନ୍ତ ଆକୁଳ ଚିତ୍ତରେ ଭୋଜନାର୍ଥୀମାନଙ୍କୁ ନିଜର କ୍ଷୁଧା...

ଏଇ ଭାରତରେ

ଛୋଟ ପିଲାଙ୍କ ମନ ଓ ହୃଦୟ ଅଲେଖା ସ୍ଲେଟ୍‌ ପରି ନିର୍ମଳ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ, ଜାତି, ସମ୍ପ୍ରଦାୟ ଜ୍ଞାନ ନ ଥାଏ। ଛତିଶଗଡ଼...

ଏଇ ଭାରତରେ

ନିଜ ବୃତ୍ତିଗତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ସହ ସମାଜ ତଥା ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ...

ମହାକାଶ କନ୍ୟା

ବ୍ୟକ୍ତିତ୍ୱ/ ଶିବ ପ୍ରସାଦ ପୁହାଣ ପିଲାଦିନୁ କ୍ରିଷ୍ଟିନା ମହାକାଶ ଯିବାର ସ୍ବପ୍ନ ଦେଖିଥିଲେ। ତାହା ୧୪ ମାର୍ଚ୍ଚ, ୨୦୧୯ରେ ସାକାର ହୋଇଥିଲା। ଏହି ଦିନ ସେ...

ଆଜିର ଅର୍ଥନୀତି/ ଜିଏସ୍‌ଟି ସରଳ କର

ସର୍ବ କ୍ଷମତାଶାଳୀ ଜିଏସ୍‌ଟି କାଉନ୍‌ସିଲ ବୈଠକ ବୁଧବାର ବସି ସ୍ଥିର କରାଗଲା ଯେ ବର୍ତ୍ତମାନ ଯାହା ଜିଏସ୍‌ଟି ଦର ଓ ସ୍ଲାବ୍‌ ରହିଛି ତାହା ଅପରିବର୍ତ୍ତିତ...

Leave a comment

Your email address will not be published. Required fields are marked *