ବିଦ୍ୟୁତ୍‌ ବିଭାଗର ଚଢ଼ାଉକୁ ବିରୋଧ: ଥାନାରେ ମାମଲା

ରୂପ୍‌ସା, ୧୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଜାମୁନିଆ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ବିଦ୍ୟୁତ୍‌ ବିଭାଗର ଚଢ଼ାଉ ଆଶଙ୍କା କରି ଗ୍ରାମବାସୀଙ୍କ ବିରୋଧ ଘଟଣା ଥାନାରେ ପହଞ୍ଚତ୍ବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୭୬/୧୯) ରୁଜୁ କରିଛି।
ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓ ଡିଏନ୍‌ ବେହେରା, ରୂପ୍‌ସା ବିଦ୍ୟୁତ୍‌ ସେକ୍ସନ ଜେଇ କେକେ ଜେନା, ଆସିଷ୍ଟାଣ୍ଟ ଭିଜିଲାନ୍ସ ଅଫିସର ଓ ବିଭାଗୀୟ କର୍ମଚାରୀ ଗତ ୯ତାରିଖରେ ଜାମୁଳିଆ ଗ୍ରାମକୁ ଯାଇଥିଲେ। ସେମାନେ ଜଣେ ଉପଭୋକ୍ତାଙ୍କୁ ୨ଟି ମିଟରରେ ଦିଆଯାଇଥିବା ପୃଥକ ବିଦ୍ୟୁତ୍‌ ସଂଯୋଗର ସଂଶୋଧନ ପାଇଁ ପୂର୍ବ ଅଭିଯୋଗ ମୁତାବକ ପଚାରି ବୁଝିଥିଲେ। ସମସ୍ତ ଉପଭୋକ୍ତଙ୍କ ଘରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବେଆଇନ ବିଦ୍ୟୁତ୍‌ ବ୍ୟବହାର ସମ୍ପର୍କରେ ଚଢ଼ାଉ କରାଯିବ ଆଶଙ୍କା କରି କେତେକ ଗ୍ରାମବାସୀ ହୋହଲ୍ଲା କରିଥିଲେ। ବିଦ୍ୟୁତ୍‌ ଅଧିକାରୀଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିବା ସହ ସରକାରୀ କାର୍ଯ୍ୟରେ ବାଧା ଦେବା ନେଇ ଜେଇ ଜେନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଓ ଏଏସ୍‌ଆଇ ହେମନ୍ତ କୁମାର ଦେବ ଗାଁରେ ପହଞ୍ଚତ୍ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି।


All Right Reserved By Dharitri.Com

୨୭ରେ ପୂରଣ ମଣ୍ଡି ଘେରିବ ଭାଜପା

ବାଲିଆ, ୨୬।୨: ବିରିଡି ବ୍ଲକର ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନ କିଣିବା ପାଇଁ ମଣ୍ଡି ଖୋଲାଯାଇଥିବା ବେଳେ ଧାନ ବିକ୍ରି ପାଇଁ...

ଧାମରାରେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ପ୍ରଭାବରେ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି ଓ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ନେଇ କ୍ଷୟକ୍ଷତିର ଆକଳନ...

ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ ଦୁଇ କଂଗ୍ରେସ ପ୍ରାର୍ଥୀ

କୋରାପୁଟ,୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏଣୁ କଂଗ୍ରେସ ପକ୍ଷରୁ ଦୁଇଜଣ ପ୍ରାର୍ଥୀ ଉପଜିଲାପାଳଙ୍କ...

ପେପର ମିଲ୍‌ ଉପରେ ୧୫୦୦ କୋଟିର ବକେୟା

ଜୟପୁର,୨୮।୬ : କୋରାପୁଟ ଜିଲା ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଲାଗିରହିଥିବା ଅଚଳାବସ୍ଥା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାର ଲୋକଙ୍କ...

ନାବାଳିକାଙ୍କୁ ବଳାତ୍କାର ସାଙ୍ଗକୁ ବ୍ଲାକମେଲିଂ: ଜାଲ ବିଛାଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଧାମନଗର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୩ ମାସ ଧରି ବଳାତ୍କାର କରାଯିବା ଘଟଣା ପଦାକୁ...

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି...

ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ସୋରଡା,୧୪ା୩(ଡି.ଏନ୍‌.ଏ.): ସୋରଡା ଗାଜଲବାଡି ରାସ୍ତା ଏନ୍‌ଏଚ୍‌-୫୯ ଦାନ୍ତଲିଙ୍ଗି ଗ୍ରାମ ଛକରେ ଶନିବାର ସକାଳେ ଏସ୍‌ଆଇ ସୁନିଲ କଣ୍ଡଗୋରୀଙ୍କ ନେତୃତ୍ୱରେ ଯାନବାହନ ଯାଞ୍ଚ ଚାଲିଥିଲା। କନ୍ଧମାଳ ଜିଲା...

ବିରୋଧୀଦଳ ନେତାଙ୍କ ବୋର୍ଡା ଅଞ୍ଚଳ ଗସ୍ତ

ଭବାନୀପାଟଣା,୨୧।୯(ଡି.ଏନ.ଏ.) ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବୋର୍ଡା ଅଞ୍ଚଳ ଗସ୍ତ କରିଛନ୍ତି। ସେ ଗୁରୁଜୁଙ୍ଗ ପଞ୍ଚାୟତ ବାଲିପଦର ଗାଁରେ...

Leave a comment

Your email address will not be published. Required fields are marked *