Posted inଜାତୀୟ

ସ୍ବଚ୍ଛ ଭାରତ ଅଭିଯାନରେ ବାଜି ମାରିଲା ଏମ୍ସ: ମିଳିଲା ୩ କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ପ୍ରଥମ ହୋଇଛି ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶୁକ୍ରବାର ଏମ୍ସକୁ ପ୍ରଥମ ପୁରସ୍କାର ରାଶି ହିସାବରେ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପରିସରରେ ସ୍ବଚ୍ଛତା ବଜାୟ ରଖିଥିବାରୁ ଏମ୍ସକୁ ଏହି ପୁରସ୍କାର ମିଳିଛି। ‘କାୟାକଳ୍ପ ଆଓ୍ବାର୍ଡସ୍‌ ସ୍କିମ’ ଅଧିନରେ କେନ୍ଦ୍ରୀୟ ଅନୁଷ୍ଠାନ, ଜିଲା ଓ ଘରୋଇ ହସ୍ପିଟାଲ, କମ୍ୟୁନିଟି ହେଲ୍‌ଥ କେୟାର ସେଣ୍ଟରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଜର ପରିସରକୁ ସଫାସୁତୁରା ଓ ସ୍ବାସ୍ଥ୍ୟ ଉପଯୋଗୀ ରଖିବା। ଆଉ ଏ ସମସ୍ତ ମାନଦଣ୍ଡକୁ ପୂରଣ କରି ଦିଲ୍ଲୀର ଏମ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରନର୍ସ ଅପ୍‌ ହୋଇଛି ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ(ଜେଆଇପିଏମ୍‌ଇଆର୍‌), ପୁଡୁଚେରୀ। ଆଉ ପୁରସ୍କାର ରାଶି ଭାବେ ଜେଆଇପିଏମ୍‌ଇଆର୍‌କୁ ମିଳିଛି ୧.୫ କୋଟି ଟଙ୍କା।


All Right Reserved By Dharitri.Com

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ...

ଅବସର ଗ୍ରହଣ ଦିନ ଖୁସିରେ ହେଲିକପ୍ଟରରେ ଉଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ଫରିଦାବାଦ୍‌,୧।୮: ଚାକିରିରୁ ଅବସର ନେବା ଦିନ ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଏକ ନିଆରା ପଦକ୍ଷେପ ନେଇଛନ୍ତି।...

ଟ୍ରମ୍ପଙ୍କୁ ଭେଟିଲେ ମୋଦି: ଟ୍ରମ୍ପ୍‌ କହିଲେ, ଭାରତ ଏବଂ ଆମେରିକା ଭଲ ବନ୍ଧୁ

ଓସାକା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାପାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍‌ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ...

ସ୍କୁଟିଚାଳକଙ୍କୁ ୨୩ ହଜାର ଜରିମାନା

ନୂଆଦିଲ୍ଲୀ, ୪ା୯: ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରେ ଦିଲ୍ଲୀର ଗୁରୁଗ୍ରାମଠାରେ ଜଣେ ସ୍କୁଟି ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୨୩...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର...

ରାଜନୀତିରେ ରାଜ୍‌ ଠାକ୍‌ରେଙ୍କ ପୁଅ

ମୁମ୍ବାଇ,୨୪ା୧: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ ଗୁୁରୁବାର ଦଳର ନୂଆ ପତାକା ଅନାବରଣ କରିଛନ୍ତି। ଏହାସହ ତାଙ୍କ ପୁଅ ଅମିତ ଠାକ୍‌ରେ(୨୭) ରାଜନୀତିିରେ...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି

ମୁମ୍ବାଇ,୨୨।୩: ଡରାଇଲାଣି କରୋନା। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’...

ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିପାରନ୍ତି ଆତଙ୍କବାଦୀ

ପିଥୋରଗଡ,୨୫।୧୦: ନେପାଳ ରାସ୍ତା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କାରେ ଭାରତ-ନେପାଳ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ପିଥରଗଡର ପୁଲିସ ଅଧୀକ୍ଷକ ଗୁରୁବାର ସନ୍ଧ୍ୟାରେ ଝୁଲାଘାଟରେ...

Leave a comment

Your email address will not be published. Required fields are marked *